ଅଲମ୍ପିକ୍ସରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅରିନ୍ଦମ ରୟଙ୍କ ଶୁଭେଚ୍ଛା ବାର୍ତ୍ତା


କଟକ : ଆଉ ଗୋଟିଏ ଦିନ ପରେ ଆରମ୍ଭ ହେବାକୁ ଯାଉଛି କୀଡ୍ରା ଜଗତର ମହାକୁମ୍ଭ ଅଲମ୍ପିକ୍ସ ୨୦୨୦ । ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ଖେଳାଳୀ ଏବଂ ବିଶେଷ କରି ସାରା ବିଶ୍ୱରେ ଓଡିଶାକୁ ଗର୍ବିତ କରାଇଥିବା ଦୌଡା ରାଣୀ ଦୂତି ଚାନ୍ଦ ଏବଂ ଭାରତୀୟ ପୁରୁଷ ଏବଂ ମହିଳା ଦଳରେ ଖେଳୁଥିବା ଅନ୍ୟ ଓଡିଶା ଖେଳାଳୀଙ୍କୁ ଆନ୍ତିରକ ଶୁଭେଚ୍ଛା ଜଣାଇଛନ୍ତି ଅରିନ୍ଦମ ରୟ ।

ଅରିନ୍ଦମ ରୟ କହିଛନ୍ତି ଯେ, “ଆସନ୍ତା ୨୩ ତାରିଖରୁ ଟୋକିଓ ଅଲମ୍ପିକ୍ସ ୨୦୨୦ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ଭାରତ ପକ୍ଷରୁ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅନେକ ଅନେକ ଶୁଭକାମନା । କ୍ରୀଡା ଜଗତରେ ଦେଶ ଟେକ ରଖନ୍ତୁ ଏବଂ ଭେଟି ସ୍ୱରୁପ ଅନେକ ମେଡାଲ ଆଣି ଦିଅନ୍ତୁ । ଏବଂ ଭାରତର ନାଁକୁ ମେଡାଲ ତାଲିକା ସର୍ବଶ୍ରେଷ୍ଠ ୧୦ରେ ରଖନ୍ତୁ । ପୁଥିଥରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ”


Share It

Comments are closed.