ଭାରତୀୟ ରେଳର ପେନ୍‌ସନ୍ ବଂଟନ ପାଇଁ ବନ୍ଧନ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କର ସ୍ୱୀକୃତି


ଭୁବନେଶ୍ୱର: ଇ-ପିପିଓ ଜରିଆରେ ଭାରତୀୟ ରେଳର ପେନ୍‌ସନ୍ ବଂଟନ ଲାଗି ସର୍ବଭାରତୀୟ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ୱୀକୃତି ପ୍ରଦାନ କରିଛନ୍ତି । ଭାରତୀୟ ରେଳ ହେଉଛି ଦେଶର ସର୍ବବୃହତ ନିଯୁକ୍ତିଦାତା ଯାହା ୧୨ କ୍ଷବଳଷ ପାଖାପାଖି ଲୋକଙ୍କୁ ନିଯୁକ୍ତି ଦେଇଛି । ପେନ୍‌ସନ୍ ବଂଟନ ପ୍ରକ୍ର୍ରିୟାକୁ କାର୍ଯ୍ୟକ୍ଷମ କରିବା ଲାଗି ବ୍ୟାଙ୍କ ଖୁବ୍‌ଶୀଘ୍ର ରେଳ ମନ୍ତ୍ରଣାଳୟ ସହ ସମନ୍ୱିତ ହେବାକୁ ଯାଉଛି ।
ଏହି ସ୍ୱୀକୃତି ମିଳିଥିବାରୁ ବନ୍ଧନ ବ୍ୟାଙ୍କ ଏବେ ଚାକିରିରୁ ଅବସର ଗ୍ରହଣ କରିଥିବା ସମସ୍ତ ଭାରତୀୟ ରେଳ ପେନ୍‌ସନ୍‌ଭୋଗୀଙ୍କୁ ପେନ୍‌ସନ୍ ପ୍ରଦନ କରିବ । ଏହା ସ୍ୱୀକୃତି ମାଧ୍ୟମରେ ପ୍ରତିବର୍ଷ ହାରାହାରି ଭାବେ ଅବସର ଗ୍ରହଣ କରୁଥିବା ୫୦,୦୦୦ ରେଳ କର୍ମଚାରୀଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରିବାର ସୁଯୋଗ ପାଇବ ଯେଉଁଥିରେ ୧୭ କ୍ଷବଳଷ ଟି ରେଳ ଜୋନ୍ ଓ ରେଳବାଇର ୮ ଟି ଉତ୍ପାଦନ ୟୁନିଟ୍ ସାମିଲ ରହିଛି ।
ଏହା ମାଧ୍ୟମରେ ବନ୍ଧନ ବ୍ୟାଙ୍କର ନୂଆ ଓ ପୁରୁଣା କର୍ମଚାରୀମାନେ ବିଶ୍ୱସ୍ତରୀୟ ବ୍ୟାଙ୍କିଙ୍ଗ ସେବା, ପ୍ରତିଦ୍ୱନ୍ଦ୍ୱିତାମୂଳ ସୁଧ ହାର ସହିତ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ସୁବିଧାସୁଯୋଗ ପାଇପାରିବେ । ପେନସନଭୋଗୀମାନେ ବ୍ୟାଙ୍କର ୧୬୪୦ ରୁ ଅଧିକ ଶାଖା ଏବଂ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମରେ ସେବା ପାଇପାରିବେ ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ସରକାରୀ ବ୍ୟବସାୟ ମୁଖ୍ୟ ଦେବରାଜ ଶାହ କହିଛନ୍ତି ଯେ, “ଭାରତୀୟ ରେଳ ହେଉଛି ଦେଶର ଅନ୍ୟତମ ସମ୍ମାନଜନକ ଓ ସର୍ବବୃହତ ନିଯୁକ୍ତିଦାତା । ରେଳବାଇର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନସନ୍ ବଂଟନ କରିବା ଲାଗି ସ୍ୱୀକୃତି ମିଳିବା ବ୍ୟାଙ୍କ ତରଫରୁ ଶ୍ରେଷ୍ଠ ସେବା ଓ ଉତ୍ପାଦ ଜରିଆରେ ସେମାନଙ୍କୁ ସେବା ପ୍ରଦାନ କରିବାର ଏକ ସୁଯୋଗ । ଏହା ଦ୍ୱାରା ଅବସର ଗ୍ରହଣ କରିଥିବା କର୍ମଚାରୀମାନେ ସବୁଠୁ ପ୍ରତିଦ୍ୱନ୍ଦ୍ୱିତା ହାରକୁ ଉପଭୋଗ କରିପାରିବେ । ଅର୍ଥ ମନ୍ତ୍ରଣାଳୟ, ରେଳବାଇ ଓ ଆରବିଆଇର ସ୍ୱୀକୃତି ହେଉଛି ଆମ ବ୍ୟାଙ୍କ ଉପରେ ନିୟାମକ ସଂସ୍ଥା ଓ ସରକାର ପ୍ରକଟ କରିଥିବା ବିଶ୍ୱାସ ଓ ଭରସାର ପ୍ରମାଣ ।’’
ଏହି ନୂତନ ସ୍ୱୀକୃତି ଆମକୁ ଭାରତୀୟ ରେଳର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଉପଯୁକ୍ତ ପେନସନ ଆବଂଟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାରେ ସକ୍ଷମ କରିଛି ଏବଂ ସେମାନେ ସୁବର୍ଣ୍ଣ ବର୍ଷଗୁଡ଼ିକରେ ସେମାନଙ୍କ ଆର୍ଥିକ କଲ୍ୟାଣ ପାଇଁ ଆମେ ଯୋଗଦାନ କରିପାରିବୁ । ଅଧିକ ସଂଗଠିତ, ସୁରକ୍ଷିତ ଓ ତ୍ୱରିତ ଢଙ୍ଗରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେବା ପ୍ରଦାନ କରିବା ଲାଗି ଆମେ ପ୍ରସ୍ତୁତ ରହିଛୁ ।’’


Share It

Comments are closed.