କରୋନା କାଳରେ ଗର୍ଭବତୀ ମହିଳାଙ୍କ ପାଇଁ ଆଗେଇ ଆସିଲେ ଅନୁଷ୍କା, ସେୟାର କଲେ ହେଲ୍ପଲାଇନ ନମ୍ବର


ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ ବ୍ୟତୀତ ସାମାଜିକ କାର୍ଯ୍ୟରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି। ଅନୁଷ୍କା ଅନେକ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ। ଗତ କିଛି ଦିନ ତଳେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଅନୁଷ୍କା ଗର୍ଭବତୀ ଏବଂ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ହାତକୁ ନେଇଛନ୍ତି। ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।

ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନୁଷ୍କା ଶର୍ମା କହିଛନ୍ତି, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ‘ହାପି ଟୁ ହେଲପ’ ପଦକ୍ଷେପ ଅନ୍ତର୍ଗତ ଗର୍ଭବତୀ ତଥା ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ଚିକିତ୍ସା ସହାୟତା ଦେବା ପାଇଁ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି।

ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏନସିଡବ୍ଲୁ ଟିମ୍ ୨୪ ଘଣ୍ଟା ଉପଲବ୍ଧ ହେବ। ଅନୁଷ୍କା ହେଲ୍ପଲାଇନ ନମ୍ବର ସହିତ ଇମେଲ୍ ଆଇଡି ମଧ୍ୟ ସେୟାର କରିଛନ୍ତି । ହେଲ୍ପଲାଇନର ହ୍ୱାଟସ୍ ଅପ୍ ନମ୍ବର ହେଉଛି ୯୩୫୪୯୫୪୨୨୪, ଏବଂ ଇମେଲ୍ ଆଇଡି ହେଉଛି helpatncw@gmail.com । ହେଲ୍ପଲାଇନ ନମ୍ବର ସହିତ ପ୍ରଦାନ କରାଯାଇଥିବା ଇମେଲ ଆଇଡି ମଧ୍ୟ ସାହାଯ୍ୟ କରିବ ।


Share It

Comments are closed.