ମ୍ୟାଚ୍ ଜିତିବା ପରେ ଷ୍ଟାଡିୟମରେ ପାକିସ୍ତାନୀ ଫ୍ୟାନ୍ସଙ୍କ ଉତ୍ପାତ, ଚୌକି ଓପାଡ଼ି ପିଟିଲେ ଆଫଗାନୀ ଫ୍ୟାନ୍ସ, ଭିଡିଓ ଭାଇରାଲ୍


ବୁଧବାର ଏକ ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷ ଯାଏଁ ଲଢି ଶେଷରେ ହାର୍‌ ମାନିଛି ଆଫଗାନିସ୍ତାନ। ଏହି କ୍ରମରେ ଏସିଆ କପ୍ ୨୦୨୨ ଫାଇନାଲ୍‌ରୁ ବଦାୟ ନେଇଛନ୍ତି ଭାରତ ଏବଂ ଆଫଗାନିସ୍ତାନ। ତେବେ ମ୍ୟାଚ୍ ଜିତିବା ପରେ ଷ୍ଟାଡିଅମ ବାହାରେ ପାକିସ୍ତାନୀ ଫ୍ୟାନ୍ସ ହଙ୍ଗାମା ଆରମ୍ଭ କରିଦେଇଥିଲେ।

ଆଫଗାନିସ୍ତାନ ଫ୍ୟାନ୍ସଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାଫଳରେ ଆଫଗାନୀ ଫ୍ୟାନ୍ସମାନେ ଷ୍ଟାଡିୟମ ଭିତରେ ଉତ୍ପାତ କରିଥିଲେ ଏବଂ ପାକିସ୍ତାନୀ ଫ୍ୟାନ୍ସଙ୍କୁ ଚୌକି ଉପାଡ଼ି ପିଟିଥିଲେ। ଶାହଜାହ ଷ୍ଟାଡିୟମରେ ଆଫଗାନୀ ଫ୍ୟାନ୍ସ ଚୌକି ଭାଙ୍ଗି ପାକିସ୍ତାନୀ ଫ୍ୟାନ୍ସଙ୍କୁ ମାଡ଼ ମାରିଥିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି ଯେ, ଏହା ଏକ ଆନ୍ତର୍ଜାତୀୟ ମ୍ୟାଚ୍। କୌଣସି ଗଳିର ମ୍ୟାଚ ନୁହେଁ। ଏହି ଆଫଗାନୀମାନଙ୍କୁ ଉତ୍ତମ ବ୍ୟବହାର ଶିଖିବା ଉଚିତ୍। ଅନ୍ୟ କୌଣସି ମ୍ୟାଚରେ ଏଭଳି ନହେବା ଉଚିତ୍। ଅନ୍ୟ ଟିମ୍‌ମାନଙ୍କ ସମ୍ମାନ କରିବା ଉଚିତ୍।

ପ୍ରକାଶ ଥାଉକି, ଆଫଗାନିସ୍ତାନର ପରାଜୟ ପରେ ଭାରତର ଯେଉଁ ଟିକେ ଆଶା ଥିଲା ତାହା ମଉଳିଯାଇଛି। ଅର୍ଥାତ୍ ଏସିଆ କପ୍ ୨୦୨୨ରୁ ବିଦାୟ ନେଇଛି ଡିଫେଣ୍ଡିଂ ଚାମ୍ପିୟନ ଭାରତ। ସୁପର୍-୪ ମୁକାବିଲାର ପ୍ରଥମ ମ୍ୟାଚରେ ପାକିସ୍ତାନ ଏବଂ ଦ୍ଵିତୀୟ ମ୍ୟାଚରେ ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା ଭାରତ । ସେହିଭଳି ଆଫଗାନିସ୍ତାନ ମଧ୍ୟ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଏବଂ ବୁଧବାର ପାକିସ୍ତାନ ଠାରୁ ପରାସ୍ତ ହେବାକୁ ପଡିଛି । ଏହା ସହିତ ଆଫଗାନିସ୍ତାନ ମଧ୍ୟ ଏସିଆ କପରୁ ବିଦାୟ ନେଇଛି । ଆଜି ସୁପର-୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ । ଯାହାକି କେବଳ ଔପଚାରିକରେ ସୀମିତ ରହିବ । ଉଭୟ ଦଳ ସମ୍ମାନ ବଞ୍ଚାଇବାକୁ ପଡିଆକୁ ଓହ୍ଲାଇବେ । ଡିସେମ୍ବର ୧୧ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳଯିବ ଏସିଆ କପ୍ ୨୦୨୨ ଫାଇନାଲ । ଉଭୟ ଦଳ ସୁପର-୪ ମୁକାବିଲାରେ ଦୁଇଟି ଲେଖାଏଁ ମ୍ୟାଚ ଜିତି ଟେବୁଲ ଟପ୍‌ରେ ରହିଛନ୍ତି ।


Share It

Comments are closed.