ଆଜି ଦ.ଆଫ୍ରିକା ବିପକ୍ଷରେ ବିଦାୟୀ ଦିନିକିଆ ମ୍ୟାଚ୍‌ ଖେଳିବେ ବେନ୍‌ ଷ୍ଟୋକ୍ସ


ଇଂଲଣ୍ଡକୁ ପ୍ରଥମ ଥର ବିଶ୍ୱକପ୍‌ ଚାମ୍ପିଅନ୍‌ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଷ୍ଟାର୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ସୋମବାର ହଠାତ୍‌ ଦିନିକିଆରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଆଜି ସେ ଡରହାମ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାରିୟର ଶେଷ ଦିନିକିଆ ମ୍ୟାଚ୍‌ ଖେଳିବେ ବୋଲି ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି ।

ଗତ ଏପ୍ରିଲ୍‌ ମାସରେ ଜୋ ରୁଟ୍‌ଙ୍କ ସ୍ଥାନରେ ଷ୍ଟୋକ୍ସ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ଅଧିନାୟକ ନିଯୁକ୍ତ ହୋଇଥିଲେ । ଷ୍ଟୋକ୍ସ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଏକ ପତ୍ର ଲେଖି ଅବସର ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ମୋ’ ପାଇଁ ସମସ୍ତ ଫର୍ମାଟରେ ଖେଳିବା ସମ୍ଭବ ନୁହେଁ । ମୁଁ ଦିନିକିଆ ଫର୍ମାଟରେ ଦଳ ପାଇଁ ଶତପ୍ରତିଶତ ପ୍ରଦର୍ଶନ ଦେଇପାରିବି ବୋଲି ଭାବୁନି । ମୁଁ ଟେଷ୍ଟ ସମେତ ଟି-ଟ୍ୱେଣ୍ଟି ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବାକୁ ଚାହୁଁଛି । ତେଣୁ ଦିନିକିଆରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ।

ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁଁ ଶେଷ ଦିନିକିଆ ଖେଳିବି ।’ ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଷ୍ଟୋକ୍ସ ଇଂଲଣ୍ଡକୁ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍‌ରେ ଷ୍ଟୋକ୍ସଙ୍କ ଅପରାଜିତ ୮୪ (୫ଚୌକା, ୨ଛକା) ରନ୍‌ ବଳରେ ଇଂଲଣ୍ଡ ମ୍ୟାଚ୍‌ ଟାଇ କରିଥିଲା । ଏହାପରେ ସୁପର ଓଭର ଟାଇ ହେବା ପରେ ସର୍ବାଧିକ ବାଉଣ୍ଡାରୀ ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା


Share It

Comments are closed.