ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କୁ ପାକିସ୍ତାନରେ କରାଚାଲିଛି ହତ୍ୟା


ଭାରତର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଅନ୍ୟତମ ଆତଙ୍କବାଦୀ ଅଦନାନ୍ ଅହମ୍ମଦଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, କରାଚିରେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି । ଲଶ୍କର-ଇ-ତୈବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଦନାନ୍ ୨୦୧୬ ମସିହାରେ ଭାରତର ପାମ୍ପୋରରେ CRPF କନଭୟ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ । ଏହି ଆକ୍ରମଣରେ ଆଠ ଜଣ ସୈନିକ ସହିଦ ହୋଇଥିଲେ ଓ ୨୨ ଜଣ ଆହତ ହୋଇଥିଲେ ।

୨୦୧୫ ଉଦମପୁର ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ଅଦନାନ୍ ସମ୍ପୃକ୍ତ ଥିଲେ । ଏହା ବ୍ୟତୀତ ସେ ପାକିସ୍ତାନରେ ନୂଆ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରୁଥିଲେ । ସେ ଜମ୍ମୁ କାଶ୍ମୀରର ଶ୍ରୀନଗର ଓ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ତାଙ୍କୁ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର ଲଶ୍କର କ୍ୟାମ୍ପରେ ନୂତନ ନିଯୁକ୍ତମାନଙ୍କୁ ତାଲିମ ଦେବାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ବିଶେଷ କଥା ହେଉଛି ଏହା ଭାରତର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଆତଙ୍କବାଦୀଙ୍କୁ ପାକିସ୍ତାନରେ ହତ୍ୟା କରାଯିବାର ଏହା ପ୍ରଥମ ଘଟଣା ନୁହେଁ । ଗତ ଦୁଇ ବର୍ଷ ମଧ୍ୟରେ ଏହିପରି ଅନେକ ଆତଙ୍କବାଦୀ ଅଜ୍ଞାତ ଆକ୍ରମଣକାରୀଙ୍କ ଶିକାର ହୋଇଛନ୍ତି । ତେବେ ଏସବୁ ହତ୍ୟାକାଣ୍ଡକୁ ନେଇ ପାକିସ୍ତାନ ନୀରବ ରହିଛି । ସୂଚନାଯୋଗ୍ୟ ଯେ ଏହି ଉପାୟରେ ପ୍ରାଣ ହରାଇଥିବା ପ୍ରାୟ ସମସ୍ତ ଲଶ୍କର-ଏ-ତାଇବା, ହିଜବୁଲ ମୁଜାହିଦ୍ଦିନ ଓ ଜୈସ-ଏ-ମହମ୍ମଦଙ୍କ ସହ ଜଡିତ ଆତଙ୍କବାଦୀ ଥିଲେ ।
ଏହି ଧାରାବାହିକ ଲଶ୍କର-ଇ-ତାଇବା ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଆତଙ୍କବାଦୀଙ୍କ ହାଫିଜ ସଇଦଙ୍କୁ ହତ୍ୟା କରିବା ପ୍ରୟାସ ପରେ ଆରମ୍ଭ ହୋଇଥିଲା । ଏହି ଆତଙ୍କବାଦୀଙ୍କ ହତ୍ୟାରେ ମଧ୍ୟ ସମାନ ଢାଞ୍ଚା ଦେଖିବାକୁ ମିଳିଛି । ପ୍ରତ୍ୟେକ ମାମଲାରେ ବାଇକରେ ବସି ଆଜ୍ଞାତ ବ୍ୟକ୍ତି ମାନେ ଆସୁଛନ୍ତି ଓ ଗୁଳି ବର୍ଷା କରି ହତ୍ୟା କରି ଚାଲିଯାଉଛନ୍ତି ।

ଏହି ପ୍ରମୁଖ ଆତଙ୍କବାଦୀ ପାକିସ୍ତାନରେ ଆଜ୍ଞାତ ବ୍ୟକ୍ତିଙ୍କ ଶିକାର ହୋଇଛନ୍ତି

୫ ଡିସେମ୍ବରରେ, କରାଚିରେ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରରା ଲଶ୍କର-ଏ-ତାଇବା ଆତଙ୍କବାଦୀ ହଞ୍ଜାଲା ଅଦନାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୨୦୧୫ ରେ ଉଦନପୁରରେ ବିଏସ୍ଏଫ୍ କନଭୟ ଉପରେ ହୋଇଥିବା ଆକ୍ରମଣର ସେ ମାଷ୍ଟରମାଇଣ୍ଡ ଥିଲେ ।
୧୩ ନଭେମ୍ବରରେ ଜୈଶ-ଇ-ମହମ୍ମଦ ନେତା ମୌଲାନା ରହୀମୁଲ୍ଲା ତାରିକଙ୍କୁ କରାଚିରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । ଯେତେବେଳେ ସେ ଭାରତ ବିରୋଧୀ ରାଲିରେ ଯୋଗଦେବାକୁ ଯାଉଥିଲେ, ସେତେବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା ।
୯ ନଭେମ୍ବରରେ, ଲଶ୍କର-ଏ-ତୈବାଙ୍କ ନିଯୁକ୍ତି ସେଲ୍ ମୁଖ୍ୟ ଆକ୍ରାମ ଖାନ ଓରଫ୍ ଗାଜୀ ଖାଇବର ପାଖ୍ତୁନଖୱା ସହରର ବାଜୁର ଜିଲ୍ଲାରେ ନିହତ ହୋଇଥିଲେ । ପାକିସ୍ତାନରେ ଅକ୍ରାମ ଖାନ ଭାରତ ବିରୋଧୀ ଭାଷଣ ଦେଇ ଚାଲିଥିଲେ ।
୨ ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ ନିକଟରେ ଲଶ୍କର ପ୍ରମୁଖ ନେତା ଖାୱାଜା ସହିଦଙ୍କ ମୃତଦେହ ମିଳିଥିଲା । ସେ ସଞ୍ଜୁୱାନରେ ଭାରତୀୟ ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ।
ଅକ୍ଟୋବରରେ, ଜୌଶ-ଏ-ମହମ୍ମଦ ଆତଙ୍କବାଦୀ ତଥା ୨୦୧୬ ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ସହିଦ ଲତିଫ ସିଆଲକୋଟରେ ଅଜ୍ଞାତ ଆକ୍ରମଣର ଶିକାର ହୋଇଥିଲେ ।
ସେପ୍ଟେମ୍ବରରେ, ଧଙ୍ଗ୍ରି ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ରିୟାଜ ଅହମ୍ମଦ, ଲଶ୍କର ମୌଲାନା ଜିଆଉର ରେହମାନ ଓ ଲଶ୍କରଙ୍କ ନିଜସ୍ୱ ଆତଙ୍କବାଦୀ ମୁଫତି କାଇସର ଫାରୁକ୍ ଅଜ୍ଞାତ ଆକ୍ରମଣକାରୀଙ୍କ ଶିକାର ହୋଇଥିଲେ ।
ଅଗଷ୍ଟ ମାସରେ ଜାମାତ-ଉଦ-ଦାୱା ଆତଙ୍କବାଦୀ ମଲ୍ଲିକା ସର୍ଦ୍ଦାର ହୁସେନ୍ ଅରେନ୍, ମେ’ ମାସରେ ଖାଲିସ୍ତାନ କମାଣ୍ଡୋ ଫୋର୍ସ ନେତା ପରମଜିତ୍ ସିଂ ପଞ୍ଜୱାୱାର ଓ ମାର୍ଚ୍ଚରେ ହିଜବୁଲ ମୁଜାହିଦ୍ଦିନର ବଶିର ଅହମ୍ମଦ ସାଥିଙ୍କୁ ହତ୍ୟା କରାଯାଇଥିଲା ।
ମାର୍ଚ୍ଚରେ କୁଖ୍ୟାତ ଜିହାଡି ସୟଦ ନୁର ଏବଂ ଜୈଶ-ଏ-ମହମ୍ମଦ ଜାହୋର ଇବ୍ରାହିମଙ୍କୁ ହତ୍ୟା କରାଯାଇଥିଲା । ଫେବୃଆରୀରେ ଅଲ-ବଦର-ମୁଜାହିଦ୍ଦିନର ସୟଦ ଖାଲିଦ ରଜାଙ୍କୁ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ।


Share It

Comments are closed.