ରାସ୍ତା କଡରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ରୋଗୀଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁର ଠାରେ ଜଣେ ଅଜଣା ବ୍ୟକ୍ତି ରାସ୍ତା କଡରେ ୧୦ ଫୁଟ ତଳକୁ ରୋଗାଗ୍ରସ୍ତ ହୋଇ ପରିତ୍ୟକ୍ତ ଅବସ୍ଥାରେ ଗତ କିଛି ଦିନ ହେବ ଭୋକ ଉପାସରେ ପଡି ରହିଥିଲେ । କାଳେ ସେ କରୋନା ଆକ୍ରାନ୍ତ ହୋଇଥିବେ, ସେହି ଡରରେ ତାଙ୍କୁ ଉଦ୍ଧାର କରିବା ତ ଦୂରର କଥା ଉକ୍ତ ବ୍ୟକ୍ତିଙ୍କ ପାଖ ମଧ୍ୟ କେହି ମାଡୁ ନଥିଲେ ।

ଆଜି ଦିନ ୧.୫୬ରେ ଏକ ଅଜଣା ବ୍ୟକ୍ତିଙ୍କ ଠାରୁ ଏହି ରୋଗୀ ସମ୍ବନ୍ଧରେ ୧୦୮ କଲ ସେଣ୍ଟରକୁ କଲ ଆସିବା ପରେ ତତ୍‌କ୍ଷଣାତ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ସେହି ସ୍ଥାନରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକେ ଉପସ୍ଥିତ ଥିଲେ । ଉକ୍ତ ରୋଗୀ ଠାରେ କରୋନା ସଂକ୍ରମଣ ଆଶଙ୍କା ଥିବା ସତ୍ତ୍ୱେ ଆମ୍ବୁଲାନ୍ସ କ୍ରିୟୁ ଦଳ ଯଥା ଇଏମଟି ପ୍ରଭାତ କୁମାର ସାହୁ ଆମ୍ବୁଲାନ୍ସ ଡ୍ରାଇଭର ସୁଶିଲ କୁମାର ମହାନ୍ତ ହେଲପର ରବିନ୍ଦ୍ର ମାଟିଆ ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋବ୍ସ ପିନ୍ଧି ଷ୍ଟ୍ରେଚରରେ ଉକ୍ତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସକୁ ଆଣିଥିଲେ । ଏହା ପରେ ସେ ରୋଗୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।


Share It

Comments are closed.