କ୍ରିକେଟ ଖେଳିବା ପାଇଁ ‘ରାଇଡୁ’ଙ୍କୁ ମିଳିଲା ଅନ୍ୟଦେଶର ନାଗରିକତାର ଅଫର


ଚଳିତ ବିଶ୍ୱକପରେ ଇଣ୍ଡିଆ ଟିମ ପାଇଁ ଚୟନ ହୋଇନଥିବା ମଧ୍ୟମକ୍ରମର ବ୍ୟାଟ୍ସମ୍ୟାନ ‘ଅମ୍ବାତି ରାଇଡୁ’ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବର୍ତ୍ତମାନ ରାଇଡୁ ତାଙ୍କର ମନ୍ତବ୍ୟ କିମ୍ବା ବିଶ୍ୱକପରେ ଚୟନ ପ୍ରକ୍ରିୟାକୁ ନେଇ ଚର୍ଚ୍ଚାର ପରିସରକୁ ଆସି ନାହନ୍ତି ବରଂ ଅନ୍ୟ ଦେଶ ତରଫରୁ ଆନ୍ତର୍ଜାତିକ କ୍ରିକେଟ ଖେଳିବା ପାଇଁ ଆସିଥିବା ଅଫରକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଆଜ୍ଞା ହଁ ଏହା ସତ୍ୟ ଅଟେ, ରାଇଡୁଙ୍କୁ ‘ଆଇସଲାଣ୍ଡ କ୍ରିକେଟ’, ନିଜ ଦେଶ ତରଫରୁ କ୍ରିକେଟ ଖେଳିବା ପାଇଁ ନାଗରିକତାର ଅଫର ପ୍ରଦାନ କରିଛି ।
ରାଇଡୁଙ୍କୁ ଅଫରର ପ୍ରଦାନ ସ୍ୱରୂପ ‘ଆଇସଲାଣ୍ଡ କ୍ରିକେଟ’ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ସଂପର୍କରେ ନାଗରିକତ୍ୱ ଗ୍ରହଣ କରିବାର ସଂପୂର୍ଣ୍ଣ ନିୟମାବଳୀର ସବିଶେଷ ତଥ୍ୟ ମଧ୍ୟ ପ୍ରଦାନ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ‘ଆଇସଲାଣ୍ଡ କ୍ରିକେଟ’ କେତେ ଗମ୍ଭୀରତାର ସହ ଏହି ଟୁଇଟ କରିଛି ତାହା ସ୍ପଷ୍ଟ ହୋଇନଥିବାବେଳେ ଏହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀ ‘ଆଇସଲାଣ୍ଡ କ୍ରିକେଟ’କୁ ସମାଲୋଚନା ମଧ୍ୟ କରିଛନ୍ତି ।


‘ଆଇସଲାଣ୍ଡ କ୍ରିକେଟ’ର ଟ୍ୱିଟର ପୋଷ୍ଟରେ ଏହା ଲେଖାଯାଇଛି ଯେ, “ଅଗ୍ରାୱାଲା, ପେଶାଦାର କ୍ରିକେଟର ହିସାବରେ ତାଙ୍କ ପାଖରେ ୭୨.୩୩ ହାରରେ ୩ଟି ୱିକେଟ ଥିବାବେଳେ ରାଇଡୁ ନିଜର ୩ଡି ଗ୍ଲାସ ଓହ୍ଲାଇ ପାରନ୍ତି । ରାଇଡୁ ପାଇଁ ଆମେ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରି ରଖିଛୁ ଏବଂ ଏହାକୁ ପଢିବା ପାଇଁ ତାଙ୍କୁ ସାଧାରଣ ଗ୍ଲାସର ଆବଶ୍ୟକତା ପଡିବ । ରାଉଡୁ ଆମ ସହ ଆସି ଯୋଗ ଦିଅନ୍ତୁ । ଆମେ ରାଉଡୁଙ୍କ ସହ ଯୋଡି ହୋଇଥିବା ସମସ୍ତ ଜିନିଷ ପସନ୍ଦ କରୁଛୁ । ”
ପ୍ରକାଶ ଥାଉକି, ୨୦୧୯ ବିଶ୍ୱକପ ପାଇଁ ରାଇଡୁଙ୍କୁ ଦଳରେ ସାମିଲ କରାଯାଇନଥିବା ହେତୁ ସେ ପୂର୍ବରୁ ନିଜର ବିଷଧଗାର ଜାହିର ମଧ୍ୟ କରିସାରିଥିଲେ ।


Share It

Comments are closed.