କ୍ୟାମ୍ବ୍ରିଜ୍ ପକ୍ଷରୁ ଭାରତରେ ମାର୍ଚ୍ଚ ୨୦୨୪ ପରୀକ୍ଷାର ଫଳାଫଳ ଘୋଷଣା


ଭୁବନେଶ୍ୱର: କ୍ୟାମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍ ଆଣ୍ଡ ଆସେସ୍‌ମେଂଟ୍ (ଉବଜ୍ଞଭକ୍ସସୟଶର)ର ଇଂଟରନ୍ୟାଶନାଲ ଏଜୁକେଶନ ଗ୍ରୁପ୍ ନିକଟରେ ଭାରତରେ ପରିଚାଳିତ ହୋଇଥିବା ଏହାର ମାର୍ଚ୍ଚ ୨୦୨୪ ପରୀକ୍ଷା ସିରିଜ୍‌ର ଫଳାଫଳ ଘୋଷଣା କରିଛି । ଦେଶର ୪୦୦ ସ୍କୁଲ୍‌ରୁ ୧୫୦୦୦ରୁ ଅଧିକ ଛାତ୍ରଛାତ୍ରୀ କ୍ୟାମ୍ବ୍ରିଜ୍ ଆଇଜିସିଏସ୍‌ଇ ଏବଂ ଇଂଟରନ୍ୟାଶନାଲ ଏଏସ୍ ଆଣ୍ଡ ଏ ଲେଭେଲ ଫଳାଫଳ ହାସଲ କରିଛନ୍ତି । ମାର୍ଚ୍ଚ ପରୀକ୍ଷା ସିରିଜ୍ ପାଇଁ ୭୬୦୦୦ ଆବେଦନ ମିଳିଥିଲା, ଯାହାକି ଗତବର୍ଷ ତୁଳନାରେ ୧୭% ଅଧିକ ଅଟେ । କ୍ୟାମ୍ବ୍ରିଜ ଆଇଜିସିଏସ୍‌ଇକୁ ୫୬,୦୦୦ ଏଂଟ୍ରି ମିଳିଥିଲା ଯାହା ଗତବର୍ଷଠାରୁ ୧୭% ଅଧିକ ଅଟେ । କ୍ୟାମ୍ବ୍ରିଜ ଏଏସ୍ ଆଣ୍ଡ ଏ ଲେଭେଲକୁ ୧୮୪୦୦ରୁ ଅଧିକ ଆବେଦନ ମିଳିଥିଲା ଯାହା ଗତବର୍ଷଠାରୁ ୧୮% ଅଧିକ ଅଟେ । ଉଭୟ କ୍ୟାମ୍ବ୍ରିଜ ଆଇଜିସିଏସ୍‌ଇ ଓ ଇଂଟରନ୍ୟାଶନାଲ ଏଏସ୍ ଆଣ୍ଡ ଏ ଲେଭେଲ ପାଇଁ ସବୁଠାରୁ ଲୋକପ୍ରିୟ ବିଷୟ ଥିଲା ଗଣିତ (ମ୍ୟାଥମାଟିକ୍ସ), ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ), ଯାହା ଭାରତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏସ୍‌ଟିଇଏମ୍ ବିଷୟଗୁଡିକର ନିରନ୍ତର ଲୋକପ୍ରିୟତାକୁ ହାଇଲାଇଟ୍ କରୁଛି ।
ଉନ୍ନତ ଫଳାଫଳ ଉପରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କ୍ୟାମ୍ବ୍ରିଜ ୟୁନିଭର୍ସିଟି ପ୍ରେସ୍ ଆଣ୍ଡ ଆସେସ୍‌ମେଂଟ୍‌, ସାଉଥ ଏସିଆର ପରିଚାଳନା ନିର୍ଦ୍ଦେଶକ, ଅରୁଣ ରାଜାମଣି କହିଛନ୍ତି, “ଆମେ ସମସ୍ତ ଶିକ୍ଷାର୍ଥୀ ଓ ସ୍କୁଲଗୁଡିକୁ କ୍ୟାମ୍ବ୍ରିଜ ଆଇଜିସିଏସ୍‌ଇ ଏବଂ ଇଂଟରନ୍ୟାଶନାଲ ଏଏସ୍ ଆଣ୍ଡ ଏ ଲେଭେଲ ପରୀକ୍ଷାରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଉଛୁ । ସେମାନଙ୍କର ସଫଳତା ପ୍ରତ୍ୟେକ ଶିକ୍ଷକ, ଅଭିଭାବକ ଓ ଆମର ଶିକ୍ଷା ସମ୍ପ୍ରଦାୟର ପ୍ରତ୍ୟ୍ରେକ ସଦସ୍ୟଙ୍କ ଦୃଢ ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ । କ୍ୟାମ୍ବ୍ରିଜ ଆଇଜିସିଏସ୍‌ଇର ଜଟିଳ ଓ ନମନୀୟ ପାଠ୍ୟକ୍ରମ ଏହି ଯୁବ ପ୍ରତିଭାମାନଙ୍କୁ ଶିକ୍ଷାନୁଷ୍ଠାନରେ ଉତ୍କର୍ଷତା ହାସଲ କରିବା ଏବଂ ଭବିଷ୍ୟତର ସୁଯୋଗଗୁଡିକ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ସଶକ୍ତ କରିଛି । ଆମର ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଯୋଗ୍ୟତା ଭାରତ ଓ ବିଶ୍ୱବ୍ୟାପୀ ସର୍ବୋତମ ବିଶ୍ୱ ବିଦ୍ୟାଳୟଗୁଡିକ ପାଇଁ ପହଂଚ ପ୍ରଦାନ କରୁଛି । ଆମେ ନିଶ୍ଚିତ ଯେ, ଆମର ପାଠ୍ୟକ୍ରମ ସହିତ ସେମାନେ ବିକଶିତ କରିଥିବା ଦକ୍ଷତା ଓ ଜ୍ଞାନ ସେମାନେ ଚୟନ କରିବାକୁ ଥିବା ଯେକୌଣସି ପ୍ରୟାସରେ ସଫଳତା ପାଇଁ ଏକ ମଜବୁତ ମୂଳଦୁଆ ଭାବେ କାର୍ଯ୍ୟ କରିବ ।”
ଏହି ଫଳାଫଳର ଅର୍ଥ ହେଉଛି ଯେ, ଦେଶର ହଜାର ହଜାର କ୍ୟାମ୍ବ୍ରିଜ ଛାତ୍ରଛାତ୍ରୀ ଭାରତ ଓ ବିଶ୍ୱବ୍ୟାପୀ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ଆବେଦନ କରିପାରିବେ । ମାର୍ଚ୍ଚ ସିରିଜ୍ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି କାରଣ ଏହା ସେମାନଙ୍କୁ ସ୍ଥାନୀୟ ନାମଲେଖା ସମୟସୀମା ପୂରଣ କରିବା ପାଇଁ ସମୟରେ ସେମାନଙ୍କର ଫଳାଫଳ ପାଇବାକୁ ସକ୍ଷମ କରିଛି । ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍ ଓ ନଭେମ୍ବର ସିରିଜ୍‌ରେ କ୍ୟାମ୍ବ୍ରିଜ ପରୀକ୍ଷା ଦେଇପାରିବେ । ଭାରତରୁ ୪୭୫ଟି ସ୍କୁଲ କ୍ୟାମ୍ବ୍ରିଜରୁ ଏକ ଆନ୍ତର୍ଜାତୀୟ ଶୀକ୍ଷା ପ୍ରଦାନ କରୁଛନ୍ତି । କ୍ୟାମ୍ବ୍ରିଜର ପ୍ରବେଶ ମାର୍ଗ ଶିକ୍ଷାର୍ଥୀମାନଙ୍କୁ ବିଶ୍ୱ ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ କରୁଛି, ୩ ରୁ ୧୯ ବର୍ଷ ପର୍ଯ୍ୟନ୍ତ ଶିକ୍ଷାର ୫ଟି ପର୍ଯ୍ୟାୟ ଏବଂ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ଯୋଗ୍ୟତା ପ୍ରଦାନ କରୁଛି ।


Share It

Comments are closed.