ନେଟୱର୍କ ଗୁଣବତାରେ ଭାରତର ପସନ୍ଦକୁ ସୁଦୃଢ଼ କରୁଛି ଏୟାରଟେଲର ନୂତନ ବ୍ରାଣ୍ଡ ଅଭିଯାନ


ଭୁବନେଶ୍ୱର: ଭାରତର ଅଗ୍ରଣୀ କମ୍ୟୁନିକେସନ ସଲ୍ୟୁସନ ପ୍ରଦାନକାରୀ ସଂସ୍ଥା, ଏୟାରଟେଲ ପକ୍ଷରୁ ଏହାର ବିଶ୍ୱସ୍ତରୀୟ ନେଟୱର୍କ ଏବଂ ଭିନ୍ନ ଭିନ୍ନ ସେବା ପାଇଁ ଏହାର ଅସଂଖ୍ୟକ ଗ୍ରାହକଙ୍କ ପସନ୍ଦକୁ ପ୍ରଦର୍ଶିତ କରିବା ଲାଗି ଏକ ସମ୍ପୂର୍ଣ୍ଣ ନୂତନ ବ୍ରାଣ୍ଡ ଅଭିଯାନର ଶୁଭାରମ୍ଭ କରାଯାଇଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତବର୍ଷ ସେପ୍ଟେମ୍ବର ୨୦୨୦ରୁ ଚଳିତବର୍ଷ ଫେବୃଆରୀ ୨୦୨୧ ମଧ୍ୟରେ ପ୍ରତି ତିନି ଜଣ ନୂତନ ମୋବାଇଲ ଗ୍ରାହକଙ୍କ ମଧ୍ୟରେ ଦୁଇ ଜଣ ଅନ୍ୟ ନେଟୱର୍କ ଉପରେ ଏୟାରଟେଲକୁ ବାଛିଛନ୍ତି । ଏହି ଅବଧି ମଧ୍ୟରେ ୨.୫ ଲକ୍ଷ ଗ୍ରାହକ ଏୟାରଟେଲ ନେଟୱର୍କରେ ଯୋଗ ଦେଇଛନ୍ତି, ଯାହାକି ବ୍ରାଣ୍ଡର ଶକ୍ତିକୁ ଆହୁରି ମଜବୁତ କରିଛି । ଏହି ଅଭିଯାନ ଟାପରୁଟ ଡେଂଟସୁ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଟିଭି ବିଜ୍ଞାପନକୁ https://youtu.be/hGuqEavJPVU ରେ ଦେଖିପାରିବେ ।
ଭାରତୀ ଏୟାରଟେଲର ମୁଖ୍ୟ ମାର୍କେଟିଙ୍ଗ ଅଫିସର ଶ୍ରୀ ଶାସ୍ୱତ ଶର୍ମା କହିଛନ୍ତି ଯେ, “ଆମେ କେବଳ ଗ୍ରାହକଙ୍କ ପସନ୍ଦକୁ ଧ୍ୟାନ ଦେଇଛୁ । ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖିବା ଏବଂ ସେମାନଙ୍କୁ ଆହୁରି ଶ୍ରେଷ୍ଠ ସେବା ଯୋଗାଇଦେବା ଲାଗି ଅଭିନବତା ଜାରି ରଖିଥିବାରୁ ଏୟାରଟେଲ ପ୍ରତି ସେମାନଙ୍କ ଭଲପାଇବାକୁ ଦେଖିବା ବେଶ ସନ୍ତୋଷଜନକ ଅଟେ । ବର୍ତମାନ ଭାରତରେ ଏୟାରଟେଲର ସର୍ବାଧିକ ସଂଖ୍ୟକ ସକ୍ରିୟ ଗ୍ରାହକ ରହିଛନ୍ତି ଏବଂ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ ଗ୍ରାହକଙ୍କ ହୃଦୟ ଜିଣିପାରିଛୁ ବୋଲି ଆମର ବିଶ୍ୱାସ ।” ଏହା ସମ୍ପର୍କରେ ଟାପରୁଟ ଡେଂଟସୁର ଏକ୍ସିକ୍ୟୁଟିଭ କ୍ରିଏଟିଭ ଡାଇରେକ୍ଟର ପଲ୍ଲବୀ ଚକ୍ରବର୍ତୀ କହିଛନ୍ତି ଯେ, “ଆଜି ଏୟାରଟେଲ ଭାରତର ଏକ ନମ୍ବର ଟେଲିକମ ସଂସ୍ଥାରେ ପରିଣତ ହୋଇଛି । ଆମର ଏହି ଅଭିଯାନ ଏହି ସରଳ ବାସ୍ତବତାର ଏକ ପ୍ରତିଫଳନ ଅଟେ ଯାହା ସରଳ ଭାବେ କହିଥାଏ ।”
ଏୟାରଟେଲ ଏକ ୫ଜି ପ୍ରସ୍ତୁତ ନେଟୱର୍କର ନିର୍ମାଣ କରିଛି ଏବଂ ଏହା ଏକାଧିକ ବିଶ୍ୱସ୍ତରର ପ୍ଲାଟଫର୍ମଗୁଡ଼ିକ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ନେଟୱର୍କ ପ୍ରଦର୍ଶନ ମାନଦଣ୍ଡରେ କ୍ରମାଗତ ଭାବେ ଆଗରେ ରହିଛି । ଓପନସିଗନାଲ ଅନୁଯାୟୀ ଏୟାରଟେଲର ମୋବାଇଲ ନେଟୱର୍କ ଭାରତରେ ଶ୍ରେଷ୍ଠ ଭିଡିଓ ଏବଂ ଗେମିଙ୍ଗ ଅନୁଭବ ପ୍ରଦାନ କରୁଛି । ଏହି ଅନୁଭବକୁ ଆଗକୁ ଆହୁରି ମଜବୁତ କରିବା ଲାଗି କମ୍ପାନୀ ପକ୍ଷରୁ ସମ୍ପ୍ରତି ସମୁଦାୟ ୧୮,୬୯୯କୋଟି ଟଙ୍କା ମୂଲ୍ୟର ଅତିରିକ୍ତ ୩୫୫.୪ ମେଗାହର୍ସ ସ୍ପେକଟ୍ରମର ନିୟୋଜନ ଆରମ୍ଭ କରାଯାଇଛି ।


Share It

Comments are closed.