ଏୟାରଟେଲ୍‌ର ୫ଜି ନେଟ୍‌ୱର୍କରେ ସ୍ୱତନ୍ତ୍ର ଗ୍ରାହକ ସଂଖ୍ୟା ୧୦ ନିୟୁତ ଟପିଲା


ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାନକାରୀ ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ନେଟ୍‌ୱର୍କରେ ସ୍ୱତନ୍ତ୍ର ୫ଜି ବ୍ୟବହାରକାରୀଙ୍କ ସଂଖ୍ୟା ୧୦ ନିୟୁତରୁ ଅଧିକ ହୋଇଛି । ଏୟାରଟେଲ୍ ହେଉଛି ଦେଶର ପ୍ରଥମ ସେବା ପ୍ରଦାନକାରୀ ଯାହା ୨୦୨୨ ଅକ୍ଟୋବରରେ ୫ଜି ସେବାର ଶୁଭାରମ୍ଭ କରିଥିଲା । ବର୍ତମାନ, ଏୟାରଟେଲ୍ ୫ଜି ପ୍ଲସ୍ ଦେଶର ସବୁ ରାଜ୍ୟରେ ଉପଲବ୍ଧ ହୋଇଛି । ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରତିଟି ସହର ଏବଂ ପ୍ରମୁଖ ଗ୍ରାମାଂଚଳକୁ ଏୟାରଟେଲ୍ ୫ଜି ସେବା ସହ ଯୋଡ଼ିବାକୁ କଂପାନି ପ୍ରସ୍ତୁତ ରହିଛି । ୨୦୨୨ ନଭେମ୍ବରରେ ପ୍ରଥମ ଏବଂ ଏକମାତ୍ର ଅପରେଟର ଭାବେ ଏୟାରଟେଲ୍ ୫ଜିର ବାଣିଜ୍ୟିକ ଶୁଭାରମ୍ଭ କରିବାର ୩୦ ଦିନ ଭିତରେ ଏହାର ନେଟୱର୍କରେ ସ୍ୱତନ୍ତ୍ର ୫ଜି ଗ୍ରାହକ ସଂଖ୍ୟା ୧ ନିୟୁତ ହୋଇଥିଲା ।
ଭାରତୀ ଏୟାରଟେଲ୍‌ର ସିଟିଓ ଶ୍ରୀ ରନ୍ଦୀପ ସେଖନ କହିଛନ୍ତି ଯେ, “ଏହା ପ୍ରାରମ୍ଭିକ ଦିନ ହୋଇଥିଲେ ମଧ୍ୟ ଆମ ଗ୍ରାହକମାନଙ୍କଠାରୁ ମିଳିଥିବା ପ୍ରତିକ୍ରିୟାକୁ ନେଇ ଆମେ ବେଶ ଉତ୍ସାହିତ ରହିଛୁ । ଏକ ଅଧିକ ଯୋଗାଯୋଗ ଭିତିକ, ସମାନତା ଏବଂ ନିରନ୍ତର ନେଟୱର୍କ ଗଠନ କରିବା ପାଇଁ ରହିଥିବା ପ୍ରତିବଦ୍ଧତାକୁ ଏୟାରଟେଲ୍ ଜାରି ରଖିବ । ଅତ୍ୟାଧୁନିକ ୫ଜି ଭିତିଭୂମି, ଏକ ଚମତ୍କାର ସହଯୋଗୀ ବ୍ୟବସ୍ଥା ଏବଂ ଏକ ଉତ୍ସର୍ଗର୍ୀକୃତ ଶ୍ରମ ଶକ୍ତି ଯାହା ଗ୍ରାହକଙ୍କ ପ୍ରତି ସମର୍ପିତ ତାହାକୁ ନେଇ ଆମର ବିଶ୍ୱାସ ରହିଛି ଯେ ବିଜୟ ହାସଲ କରିବା ଏବଂ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ବିଶ୍ୱ ସ୍ତରୀୟ ୫ଜି ପ୍ଲସ୍ ଅନୁଭୂତି ପ୍ରଦାନ କରିବାର ସଠିକ୍ ପଥରେ ଆମେ ରହିଛୁ ।’’
ଏୟାରଟେଲ୍ ୫ଜି ପ୍ଲସ୍‌ର ଗ୍ରାହକମାନଙ୍କ ପାଇଁ ତିନି ପ୍ରକାର ଲାଭ ରହିଛି । ପ୍ରଥମଟି ହେଉଛି ଏହା ଏକ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ହେଉଛି ଯାହା ବେଶ ଉନ୍ନତ ବ୍ୟବସ୍ଥା ସହ ବିଶ୍ୱବ୍ୟାପୀ ଗ୍ରହଣୀୟତା ହାସଲ କରିଛି । ଏହା ନିଶ୍ଚିତ କରୁଛି ଯେ ସମସ୍ତ ୫ଜି ସ୍ମାର୍ଟଫୋନ୍ ନିରବଚ୍ଛିନ୍ନ ଭାବେ ଏୟାରଟେଲ୍ ନେଟ୍‌ୱର୍କରେ କାର୍ଯ୍ୟ କରିବ । ଦ୍ୱିତୀୟଟି ହେଉଛି କଂପାନି ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଛି-ସୁପର-ଷ୍ଟାଷ୍ଟ୍ କଲ୍ ସଂଯୋଗ, ଚମତ୍କାର ଭଏସ ଅନୁଭୂତି ସହିତ ଆଜିର ଦିନ ତୁଳନାରେ ୨୦ରୁ ୩୦ ଗୁଣା ଅଧିକ ଡାଟା ସ୍ପିଡ୍ । ଶେଷରେ ସ୍ୱତନ୍ତ୍ର ଶକ୍ତି ହ୍ରାସ ସମାଧାନ ସହିତ ପରିବେଶ ପାଇଁ ମଧ୍ୟ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଅନୁକୂଳ ରହିବ । ଦେଶର ସମସ୍ତ ରିଟେଲ ଷ୍ଟୋର୍‌ରେ ଏୟାରଟେଲ୍ ପକ୍ଷରୁ ୫ଜି ଏକ୍ସପେରିଏନ୍ସ ଜୋନ୍ ସୃଷ୍ଟି କରାଯାଇଛି । ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍‌ର ଅନୁଭବ ହାସଲ କରିବା ଲାଗି ଗ୍ରାହକମାନେ ଷ୍ଟୋର ପରିଦର୍ଶନ କରିପାରିବେ । ଏୟାରଟେଲ୍ ୫ଜି ପ୍ଲସ୍ ବିଷୟରେ ଅଧିକ ଜାଣିବା ଲାଗି https://www.airtel.in/5g-network ରେ ଲଗ୍ ଅନ୍ କରନ୍ତୁ ।

 


Share It

Comments are closed.