ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଏୟାରଟେଲ ସେଫ୍ ପେର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ଗ୍ରାହକଙ୍କୁ ଅନ୍‌ଲାଇନ୍ ପେମେଂଟ ଠକେଇରୁ ସୁରକ୍ଷା ଦେବା ପାଇଁ ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ‘ଏୟାରଟେଲ୍ ସେଫ୍ ପେ’ର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍ ସେଫ ପେ ସହିତ ଏୟାରଟେଲ ଗ୍ରାହକମାନେ ଏୟାରଟେଲ ପେମେଂଟ ବ୍ୟାଙ୍କ ଜରିଆରେ ୟୁପିଆଇ କିମ୍ବା ନେଟ୍‌ବ୍ୟାଙ୍କିଙ୍ଗ ଆଧାରିତ ପେମେଂଟ କରିପାରିବେ ଏବଂ ଏହାଦ୍ୱାରା ସେମାନଙ୍କ ସ୍ପଷ୍ଟ ସମ୍ମତି ବିନା ଗୋଟିଏ ମଧ୍ୟ ଟଙ୍କା ସେମାନଙ୍କ ଆକାଉଂଟରୁ ବାହାରକୁ ଯିବାର ଡର ମଧ୍ୟ ନଥାଏ । ଏହି ବ୍ୟବସ୍ଥା ଫିସିଙ୍ଗ, ଚୋରୀ ହୋଇଥିବା ପରିଚୟ ପତ୍ର କିମ୍ବା ପାସ୍‌ୱାଡ ଏବଂ ଫୋନ କ୍ଲୋନିଂ ଭଳି ସାମ୍ଭାବ୍ୟ ଜାଲିଆତିରୁ ସର୍ବୋଚ ସ୍ତରର ସୁରକ୍ଷା ପ୍ରଦାନ କରିଥାଏ ।
ଏୟାରଟେଲ୍ ସେଫ ପେ’ର ବ୍ୟବହାର କରି ଏୟାରଟେଲ ପେମେଂଟ ବ୍ୟାଙ୍କର ଗ୍ରାହକମାନେ ଲକ୍ଷ ଲକ୍ଷ ମର୍ଚାଂଟ, ଅନ୍‌ଲାଇନ୍ ରିଟେଲର ଏବଂ ୟୁଟିଲିଟିଗୁଡ଼ିକରେ ସୁରକ୍ଷିତ ପେମେଂଟ କରିପାରିବା ସହିତ ଟଙ୍କା ମଧ୍ୟ ପଠାଇପାରିବେ । ଏୟାରଟେଲ ସେଫ୍ ପେ ସମ୍ପୂର୍ଣ୍ଣ ରୁପେ ଦେୟମୁକ୍ତ ଅଟେ ଏବଂ ଏହାକୁ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍‌ର ହୋମସ୍କ୍ରିନ କିମ୍ବା ବ୍ୟାଙ୍କିଙ୍ଗ ବିଭାଗର କେତୋଟି ସହଜ ପଦକ୍ଷେପ ମାଧ୍ୟମରେ ଆକ୍ଟିଭେଟେଡ କରାଯାଇପାରିବ । ଏହାଛଡ଼ା ଏୟାରଟେଲ ସେଫ ପେ ପାଇଁ ଏୟାରଟେଲ ଏକ ନୂଆ ଟିଭି ବିଜ୍ଞାପନର ଶୁଭାରମ୍ଭ ମଧ୍ୟ କରିଛି ।
ଏୟାରଟେଲ ପେମେଂଟ ବ୍ୟାଙ୍କ, ଏମଡି ତଥା ସିଇଓ ଶ୍ରୀ ଅନୁବ୍ରତ ବିଶ୍ୱାସଙ୍କ ମତରେ, “ବର୍ତମାନର ଡିଜିଟାଲ ପେମେଂଟ ଯୁଗରେ ବଢ଼ୁଥିବା ଠକାମିକୁ ସମାଧାନ କରିବା ପାଇଁ ଆମେ ଏୟାରଟେଲ ସେଫ ପେ ନେଇଆଣିଥିବାରୁ ବେଶ ଆନନ୍ଦିତ । ଏହାଦ୍ୱାରା ଗ୍ରାହକମାଙ୍କର ସେମାନଙ୍କ ନେଣଦେଣ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିପାରିବ ।” ସେହିଭଳି ଭାରତୀ ଏୟାରଟେଲର ଚିଫ ପ୍ରଡକ୍ଟ ଅଫିସର ଶ୍ରୀ ଆଦର୍ଶ ନାୟର କହିଛନ୍ତି ଯେ, “ଏୟାରଟେଲ ସେଫ ପେ ହେଉଛି ଅନ୍ୟ ଏକ ଅଭିନବ ଯେଉଁଠାରେ ଏକ ସ୍ୱତନ୍ତ୍ରଧରଣର ବଜାର ସମସ୍ୟାକୁ ସମାଧାନ କରିବା ପାଇଁ ଆମର ସୁରକ୍ଷିତ ନେଟୱର୍କ ଓ ସର୍ବଶ୍ରେଷ୍ଠ ଡିଜିଟାଲ ପ୍ଲାଟଫର୍ମ ଏକତ୍ର ହୋଇଛନ୍ତି ।”


Share It

Comments are closed.