ଏୟାରଟେଲ୍ ପ୍ରଦାନ କରୁଛି ସବୁଠୁ ଦ୍ରୁତ ୩ଜି/୪ଜି ଡାଉନଲୋଡ୍ ସ୍ପିଡ୍: ଓପୋନ୍ ସିଗନାଲ୍ ରିପୋର୍ଟ


ଭାରତର ଅଗ୍ରଣୀ ମୋବାଇଲ୍ କଂପାନି ଭାରତୀୟ ଏୟାଟେଲ୍ ଦେଶରେ ସବୁଠୁ ଦ୍ରୁତ ଗତିର ୩ଜି/୪ଜି ଡାଉନଲୋଡ୍ ସ୍ପିଡ୍ ପ୍ରଦାନ କରୁଛି । ଏହା ବେଗ ହେଉଛି ୭.୫୩ ଏମବିପିଏସ୍ । ନଭେମ୍ବର ମାସରେ ଏୟାରଟେଲର ଡାଉନଲୋଡ୍ ସ୍ପିଡ୍ ଅନ୍ୟମାନଙ୍କ ଠାରୁ ଅଧିକ ରହିଛି ବୋଲି ଓପୋନ୍ ସିଗନାଲ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ନଭେମ୍ବରରେ ରିଲାଏନ୍ସ ଜିଓର ଡାଉନଲୋଡ୍ ସ୍ପିଡ୍ ୫.୪୭ ଏମବିପିଏସ୍, ଭୋଡାଫୋନର ୫.୨୦ ଏମବିପିଏସ୍, ଆଇଡିଆର ୪.୯୨ ଏମ୍ବିପିଏସ୍ ଓ ବିଏସଏନ୍ଏଲ୍ର ୨.୭୦ ଏମ୍ବିପିଏସ୍ ରେକର୍ଡ କରାଯାଇଛି ।
ବିଗତ ଛଅ ମାସ ଭିତରେ ୭.୫ ଏମବିପିଏସ୍ ଡାଉନଲୋଡ୍ ସ୍ପିଡ୍ ପର୍ଯ୍ୟନ୍ତ ପହଂଚିବାରେ ଏୟାରଟେଲ୍ ୨୫% ଅଭିବୃଦ୍ଧି ହାସଲ କରିଛି । କେବଳ ୪ଜି ଅପରେଟରମାନଙ୍କୁ ଯଦି ବିଚାରକୁ ନିଆଯିବ ତେବେ ୯.୯୬ ଏମ୍ବିପିଏସ୍ ସହିତ ଏୟାରଟେଲ୍ ଅନ୍ୟମାନଙ୍କଠାରୁ ବହୁତ ଆଗରେ ରହିଛି । ଦେଶର ୧୬ଟି ଟେଲିକମ୍ ସର୍କଲ୍ରେ ଏୟାରଟେଲ୍ ଶୀର୍ଷ ସ୍ଥାନରେ ରହିଛି । ଓଡ଼ିଶାରେ ଏୟାରଟେଲ୍ର ସ୍କୋର୍ ୯.୮୮ ଏମବିପିଏସ୍ ରହିଛି ।
ଏ ସମ୍ପର୍କରେ ରଣଦୀପ ଶେଖନ୍, ସିଟିଓ, ଭାରତୀ ଏୟାରଟେଲ୍ କହିଛନ୍ତି ଯେ, “ଆମେ ଏହା ଜାଣି ବହୁତ ଖୁସି ଯେ ଏକ ଆନ୍ତର୍ଜାତିକ ରେଟିଂ ପ୍ଲାଟଫର୍ମ ଏୟାରଟେଲ୍କୁ ଭାରତର ଦ୍ରୁତ ନେଟୱର୍କ ମାନ୍ୟତା ପ୍ରଦାନ କରିଛି । ଏହି ରିପୋର୍ଟ ଏୟାରଟେଲର ନେଟୱର୍କରେ ଉକ୍ରର୍ଷ ହାସଲ କରିବା ପ୍ରତି ଧ୍ୟାନର ପ୍ରତିଫଳନ । ଆମେ ସବୁ ବେଳେ ଦ୍ରୁତ ଓ ଶ୍ରେଷ୍ଠ ନେଟୱର୍କ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛୁ ଯାହା ଆମର ଗ୍ରାହକମାନଙ୍କୁ ଉଚ୍ଚ ମାନର ଡିଜିଟାଲ୍ ଅନୁଭୂତି ପ୍ରଦାନ କରିବ ।
ବିଗତ ୯୦ ଦିନ ଭିତରେ ଆମର ନିବେଶ ଓ ନିୟୋଜନ ପରିମାଣରେ ଯଥେଷ୍ଟ ଉନ୍ନତି ହୋଇଛି ।ଶ୍ରେଷ୍ଠ ୫୦୦ ସହରରେ ଆମେ ୪ଜି ଗ୍ରାହକ ହାସଲ କରିପାରିଛୁ । ଭାରତର ଶ୍ରେଷ୍ଠ ନେଟୱର୍କକୁ ନୂତନ ପ୍ରଯୁକ୍ତି ଓ ଉପକରଣ ଜରିଆରେ ଆମେ ସେବା ପ୍ରଦାନ କରିବା ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।


Share It

Comments are closed.