ଏୟାରଟେଲ ବିଜନେସ ପକ୍ଷରୁ ‘ୱାର୍କ ଆଟ୍ ହୋମ ସେବା’ର ଶୁଭାରମ୍ଭ


ଭୁବନେଶ୍ୱର: ଯେହେତୁ ବର୍ତମାନ ଘରୁ ରହି କାର୍ଯ୍ୟ କରିବା ଲକ୍ଷ ଲକ୍ଷ ଭାରତୀୟ ବୃତିଧାରୀଙ୍କ ପାଇଁ ଏକ ସ୍ୱାଭବିକ କାର୍ଯ୍ୟରେ ପରିଣତ ହୋଇଛି , ତେଣୁ ଏହି ଉଦ୍ୟୋଗଗୁଡ଼ିକ ପାଇଁ ଭାରତୀ ଏୟାରଟେଲର ବିଟୁବି –ଏୟାରଟେଲ ବିଜନେସ ପକ୍ଷରୁ ୱାର୍କ ଆଟ୍ ହୋମ ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ ୱାର୍କ ଆଟ୍ ହୋମ ହେଉଛି ଭାରତର ପ୍ରଥମ ଉଦ୍ୟୋଗ ସ୍ତରୀୟ ସମାଧାନ, ଯାହାକୁ କର୍ମଚାରୀମାନଙ୍କୁ ସେମାନଙ୍କ ଘରେ ରହି ଦକ୍ଷତା ଓ ସୁରକ୍ଷିତ ଭାବେ ପରିଚାଳନା କରିବାରେ ସକ୍ଷମ କରିବା ପାଇଁ ପ୍ରସ୍ତୁତ କରାଯାଇଛି । କନେକ୍ଟିଭିଟି ବିକଳ୍ପର ଏକ ଶୃଙ୍ଖଳ ଯଥା-ୱାୟର୍ଡ ଏବଂ ୱାୟରଲେସ, ଉତ୍କୃଷ୍ଟ ସହଯୋଗୀ ଉପକରଣ ଏବଂ ଭାରତୀୟ ନିୟମାବଳୀ ଗୁଡ଼ିକର ଅନୁପାଳନ କରୁଥିବା ସୁରକ୍ଷିତ ସମାଧାନ ସହିତ ଉଦ୍ୟୋଗୀମାନେ ବର୍ତମାନ ସୁରକ୍ଷିତ ଭାବେ କାର୍ଯ୍ୟର ସୀମାହୀନ ଦୁନିଆର ଉନ୍ମୋଚନ କରିପାରିବେ ।
ଏହାର କନେକ୍ଟିଭିଟି ବିକଳ୍ପରେ ଅଲଟ୍ରା ଫାଷ୍ଟ କର୍ପୋରେଟ ବ୍ରଡବ୍ୟାଣ୍ଡ ସହିତ ୧ ଜିବିପିଏସ ପର୍ଯ୍ୟନ୍ତ ସ୍ପିଡ, ହାଇ ସ୍ପିଡ ଏୟାରଟେଲ ୪ଜି କର୍ପୋରେଟ ମାଇ-ଫାଇ ଡିଭାଇସ ସହିତ କମ୍ପ୍ଲିମେଂଟାରୀ ଜି ସୁଟ ପ୍ୟାକ ଭଳି ଆହୁରି ଅନେକ ବିକଳ୍ପ ରହିଛି । ସେହିଭଳି ଗୁଗଲ୍ ମିଟ୍‌, ସିସ୍କୋ ୱେବେକ୍ସ ଏବଂ ଜୁମ ଏହାର ସହଯୋଗୀ ଉପରକରଣରେ ରହିଥିବାବେଳେ ଏହାର ସୁରକ୍ଷା ସମାଧାନରେ ରହିଛି ପ୍ରୋଭାଇଡର ପ୍ରୋଭିଜନ ଭିପିଏନ । ଏହା ବ୍ୟତୀତ ଏୟାରଟେଲ ଏହାର ସମସ୍ତ ପ୍ଲାଟିନମ କର୍ପୋରେଟ ପୋଷ୍ଟପେଡ ଗ୍ରାହକଙ୍କୁ ପ୍ରାଥମିକତା ଭାବେ ୪ଜି ନେଟୱର୍କ ଯୋଗାଇଦେଉଛି ଏବଂ ଘର ମଧ୍ୟରେ ଉନ୍ନତ କଭରେଜ ପାଇଁ ଆଧୁନିକ ଭଏଜ ଓଭର ୱାଇ-ଫାଇ (ଭିଓୱାଇଫାଇ) ପ୍ରଯୁକ୍ତି ଯୋଗାଇଦେଉଛି ।
ଏହା ସମ୍ପର୍କରେ ଏୟାରଟେଲ ବିଜନେସର ସିଇଓ ତଥା ନିର୍ଦ୍ଦେଶକ ଶ୍ରୀ ଅଜୟ ଚିତକାର କହିଛନ୍ତି ଯେ, “ ଏବେ ହେଉଛି ଘଡ଼ିସନ୍ଧିର ମୂହୂର୍ତ ଏବଂ ବାଣିଜ୍ୟଗୁଡ଼ିକ ନୂଆ କାର୍ଯ୍ୟଶୈଳୀ ସହିତ ଏହି ବିବିର୍ତିତ ପରିବେଶକୁ ଗ୍ରହଣ କରୁଛନ୍ତି । ଏୟାରଟେଲ ୱର୍କ ଆଟ୍ ହୋମ ଆମର ପୁଣି ଏକ ଅଭିନବ ଯାହା ଏହା ସୁନିଶ୍ଚିତ କରିଥାଏ ଯେ ଆମର ବିଟୁବି ଗ୍ରାହକମାନେ ବାଣିଜ୍ୟ ନିରନ୍ତରତାକୁ ଚଳାଇବା ପାଇଁ ସେମାନଙ୍କ ଲୋକମାନଙ୍କୁ ସର୍ବୋତମ ଶ୍ରେଣୀର ସଂଯୋଗ ଏବଂ ଆଧୁନିକ ଉପକରଣରେ ସଶକ୍ତ କରାଇବାରେ ସମର୍ଥ ହୋଇପାରିବେ ।”


Share It

Comments are closed.