ଗ୍ରାହକ ସେବାକୁ ଉନ୍ନତ କରିବା ପାଇଁ ଏୟାରଟେଲ ପକ୍ଷରୁ ଏଆଇର ଉପଯୋଗ


ଭୁବନେଶ୍ୱର : ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ଏନ୍‌ଭିଆଇଡିଆଇଏ ସହ ସହଭାଗିତାରେ ଏକ ଏଆଇ-ଆଧାରିତ ସଲ୍ୟୁଶନ ନିର୍ମାଣ କରିଛି ଯାହା ଏହାର ଯୋଗାଯୋଗ କେନ୍ଦ୍ରଗୁଡିକୁ ଆସୁଥିବା ସମସ୍ତ କଲ୍‌ଗୁଡିକ ପାଇଁ ସାମଗ୍ରିକ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବ । ଏୟାରଟେଲ ଯୋଗାଯୋଗ କେନ୍ଦ୍ର ପରିଚାଳନାଗୁଡିକ ବିଶ୍ୱର ସବୁଠାରୁ ବ୍ୟସ୍ତତମ ପରିଚାଳନା ମଧ୍ୟରୁ ଅନ୍ୟତମ ଯାହାକି ବାର୍ଷିକ ୩୬୦ ମିଲିୟନରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ସହ ୧୦୦ ମିଲିୟନରୁ ଅଧିକ କଲ୍ ନିୟନ୍ତ୍ରଣ କରିଥାଏ । ବର୍ତମାନ ଏୟାରଟେଲ୍ ଏହାର ଯୋଗାଯୋଗ କେନ୍ଦ୍ରଗୁଡିକୁ ଆସୁଥିବା ୮୪%କଲରେ ଅଟୋମେଟେଡ୍ ସ୍ପିଚ୍ ରେକଗ୍‌ନିଶନ ଆଲ୍‌ଗୋରିଦ୍‌ମର ପରିଚାଳନା କରୁଛି । ଏହାଦ୍ୱାରା ଏଜେଂଟ୍‌ମାନେ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିବା ସମୟରେ ସେମାନଙ୍କ ପାଇଁ ଉନ୍ନତିକରଣ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ଏୟାରଟେଲ ଚିହ୍ନଟ କରିପାରିଥାଏ । ଏହାକୁ ସକ୍ଷମ କରୁଥିବା ଟେକ୍ନୋଲୋଜି ହେଉଛି ଅଟୋମେଟେଡ୍ ସ୍ପିଚ୍ ରେକଗ୍‌ନିଶନ । ଏହି ସ୍ପେଶିଆଲାଇଜ୍‌ଡ ସ୍ପିଚ୍ ଆପ୍ଲିକେଶନକୁ ବିକଶିତ କରିବା ପାଇଁ ଏୟାରଟେଲ୍ ଏନ୍‌ଭିଆଇଡିଆଇଏନେମୋ କନ୍‌ଭର୍‌ସେଶ୍‌ନାଲ ଏଆଇ ଟୁଲ୍‌କିଟ୍ ଏବଂ ଏକ ମଲ୍ଟି-ଫ୍ରେମ୍‌ୱର୍କ ଇନ୍‌ଫରେନ୍ସ ସର୍ଭିଙ୍ଗ୍ ସଫ୍ଟୱେୟାର ଏନ୍‌ଭିଆଇଡିଆଇଏ ଟ୍ରିଟନ୍ ଇନ୍‌ଫରେନ୍ସ ସର୍ଭର୍‌ର ବ୍ୟବହାର କରୁଛି, ଯାହାକି ଏନ୍‌ଭିଆଇଡିଆଇଏ ଏଆଇ ଏଂଟରପ୍ରାଇଜ୍ ସଫ୍ଟୱେୟାର ସୁଟ୍‌ରେ ସମର୍ଥିତ । ଏହି ଟେକ୍ନୋଲୋଜି ଖୁବ୍ କମ୍ କାର୍ବନ ଫୁଟ୍‌ପ୍ରିଟ୍‌ରେ ପରିଚାଳିତ ହେଉଛି ଯାହା ଏହାକୁ କମ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ (ଜିଏଚ୍‌ଜି) ନିର୍ଗମନ ମାଧ୍ୟମରେ ପରିବେଶ ପାଇଁ ଉନ୍ନତ କରୁଛି ।

ଏସମ୍ପର୍କରେ ଏୟାରଟେଲ୍ ଡିଜିଟାଲର ସିଇଓ ଶ୍ରୀ ଆଦର୍ଶ ନାୟର କହିଛନ୍ତି, ‘ଆମ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଆମକୁ ଅନୁମତି ଦେଉଥିବା ଅତ୍ୟାଧୁନିକ ସଲ୍ୟୁଶନ ନିର୍ମାଣ କରିବା ପାଇଁ ଏନ୍‌ଭିଆଇଡିଆଇଏ ସହ କାର୍ଯ୍ୟ କରି ଆମେ ଉତ୍ସାହିତ ରହିଛୁ । ଏଆଇରେ ଆମର ବ୍ୟବସାୟ କରିବା ଶୈଳୀରେ ବିପ୍ଳବ ଆଣିବାର କ୍ଷମତା ରହିଛି ଏବଂ ଆମେ ନିଶ୍ଚିତ ଯେ, ଏହା ଆମକୁ ଶିଳ୍ପରେ ଉଦ୍ଭାବନର ସୀମାକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ ।’ ଏନ୍‌ଭିଆଇଡିଆଇଏର ଦକ୍ଷିଣ ଏସିଆ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶାଳ ଧୁପର କହିଛନ୍ତି, ‘ଏଆଇ-ପରିଚାଳିତ ସ୍ପିଚ୍ ଆନାଲିଟିକ୍ସ ଏଜେଂଟ୍‌ମାନଙ୍କୁ ଗ୍ରାହକ ସେବା ଓ ସନ୍ତୁଷ୍ଟିକରଣକୁ ଉନ୍ନତ କରିବାରେ ସାହାଯ୍ୟ କରୁଛି । ଏନ୍‌ଭିଆଇଡିଆଇଏ ଏଆଇ ସଫ୍ଟୱେୟାର ସହିତ ଏୟାରଟେଲ୍ ଦକ୍ଷତା ବୃଦ୍ଧି କରିବା ଓ ଖର୍ଚ୍ଚ କମାଇବା ସହ କଲ୍ ସେଂଟର ପରିଚାଳନାଗୁଡିକୁ ଉନ୍ନତ କରିଛି ।’

ଏୟାରଟେଲ୍ ଟେଲିକମ୍ୟୁନିକେଶନ୍ସ ଶିଳ୍ପରେ ଏଆଇର ବ୍ୟବହାର କ୍ଷେତ୍ରରେ ଏନ୍‌ଭିଆଇଡିଆଇଏ ସହ ଏହାର ସହଭାଗିତାକୁ ଏକ ଉତ୍ସାହଜନକ ପଦକ୍ଷେପ ଭାବେ ବିବେଚନା କରୁଛି, ଏହି ପଦକ୍ଷେପ କମ୍ପାନୀଗୁଡିକର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର ଶୈଳୀ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ଏୟାରଟେଲ୍ ଆକ୍ରମଣାତ୍ମକ ଭାବେ ପରବର୍ତୀ ପିଢିର ଟେକ୍ନୋଲୋଜି ଯେପରିକି ଏଆଇ, ଏମ୍‌ଏଲ୍ ଆଦିକୁ ଏହାର ବିଭିନ୍ନ ପରିଚାଳନାରେ ବ୍ୟବହାର କରୁଛି । ଉଦାହରଣ ସ୍ୱରୁପ ଏଆଇ ଓ ଏମ୍‌ଏଲ୍‌କୁ ବର୍ତମାନ ଟାୱାରଗୁଡିକର ଦକ୍ଷ ନିୟୋଜନ ପାଇଁ ନେଟ୍‌ୱର୍କ ଟିମ୍‌ରେ ଏବଂ ବ୍ୟକ୍ତିଗତକରଣକୁ ପରିଚାଳନା କରିବା ପାଇଁ ୱିଙ୍କ୍ ମ୍ୟୁଜିକ୍ ସର୍ଭିସ୍‌ରେ ବ୍ୟବହାର କରାଯାଉଛି ।


Share It

Comments are closed.