ତିନିଦିନିଆ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସ ଭୁବନେଶ୍ୱରରେ


ଭୁବନେଶ୍ୱର, ୨୩ ଫେବୃଆରୀ ୨୦୨୩: ଓଡିଶା ରାଜଧାନୀ ଭୁବନେଶ୍ୱର ଆସନ୍ତା ଫେବୃଆରୀ ୨୪ ତାରିଖରୁ ୨୬ ତାରିଖ ୨୦୨୩ ପର୍ଯ୍ୟନ୍ତ ୭୧ତମ ନ୍ୟାଶନଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସର ଆୟୋଜନ କରିବ । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ତିନିଦିନିଆ ସମ୍ମିଳନୀକୁ ଅନ୍‌ଲାଇନ୍‌ରେ ଉଦ୍‌ଘାଟନ କରିବେ ଯେଉଁଥିରେ ୪୦୦ରୁ ଅଧିକ ପ୍ରତିନିଧିଙ୍କ ସମାବେଶ ଦେଖିବାକୁ ମିଳିବ । ଏହି ପ୍ରତିନିଧିମାନଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟର ଟାଉନ୍ ପ୍ଲାନର୍ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ ଇଣ୍ଡିଆ (ଆଇଟିପିଆଇ)ର ପରିଚାଳନା ପରିଷଦ ସଦସ୍ୟ, ଦେଶବ୍ୟାପୀ ଶିକ୍ଷାବିତ୍‌, ଗବେଷକ ଓ ବିଶେଷଜ୍ଞମାନେ ସାମିଲ ରହିଛନ୍ତି । ଚଳିତ ବର୍ଷର ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଚ୍ୟାଲେଞ୍ଜେସ୍ ଫର୍ ଅର୍ବାନ୍ ଆଣ୍ଡ ରିଜିଓନାଲ ପ୍ଲାନିଙ୍ଗ୍ ଟୁୱାର୍ଡସ୍ ସଷ୍ଟେନେବୁଲ ଡେଭ୍‌ଲପ୍‌ମେଂଟ୍ ବା ସ୍ଥିର ବିକାଶ ଦିଗରେ ସହରାଂଚଳ ଓ ଆଂଚଳିକ ଯୋଜନା ପାଇଁ ଆହ୍ୱାନ’ ।

ଏହି ସମ୍ମିଳନୀ ସମ୍ପର୍କରେ ମତ ରଖି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ ଇଣ୍ଡିଆର ଅଧ୍ୟକ୍ଷ ପ୍ରଫେସର. ଡା. ଡି.ଏସ୍ ମେଶ୍‌ରାମ କହିଛନ୍ତି, ‘ଟାଉନ୍ ଓ କଂଟ୍ରି ପ୍ଲାନର୍‌ମାନେ ସହରାଂଚଳ ବିକାଶ ଓ ପରିବେଶ ସୁରକ୍ଷା ଉପରେ ସନ୍ତୁଳିତ ଦୃଶ୍ୟକୁ ସ୍ଥିର ବିକାଶ ଦିଗକୁ ନେବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଅଟନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବଡ ବଡ ସହର ଓ ମେଟ୍ରୋପଲିଟିଆନ ଅଂଚଳଗୁଡିକର ପୁଶ୍ ଫ୍ୟାକ୍ଟର କାରଣରୁ ସ୍ଥାନାନ୍ତରଣ ଲୋକମାନଙ୍କୁ ଆକର୍ଷିତ କରୁଛି ଏବଂ ଏହି କାରଣରୁ କ୍ଷୁଦ୍ର ଓ ମଧ୍ୟମ ସହରଗୁଡିକର ବିକାଶ କେବଳ ସ୍ଥାନାନ୍ତରଣ ହ୍ରାସ କରିବନାହିଁ ବରଂ ଟିୟର ୨ ଓ ୩ ସହରଗୁଡିକର ବିକାଶ ମଧ୍ୟ କରିବ । ଏହି ସମସ୍ତ ସମସ୍ୟାଗୁଡିକ ସମ୍ପର୍କରେ ଏହି ୩ ଦିନିଆ ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ଓ ବିଚାରବିମର୍ଶ କରାଯିବ ।

ଏକ ସ୍ଥାନୀୟ ସବ୍‌-ଥିମ୍ ‘ଏକ୍ସପେରିଏନ୍ସେସ୍ ଅଫ୍ ସ୍ମାର୍ଟ ସିଟିଜ୍ ମିଶନ ଇନ୍ ଓଡିଶା’ ସମ୍ପର୍କରେ ମଧ୍ୟ ସମ୍ମିଳନୀ ସମୟରେ ଆଲୋଚନା କରାଯିବ । ଏହାବ୍ୟତୀତ ଅନ୍ୟ ସବ୍‌-ଥିମ୍ ଯେପରିକି ‘ସ୍ମଲ୍ ଆଣ୍ଡ ମିଡିଅମ ଟାଉନ୍‌ସ: ନ୍ୟୁ ଡ୍ରାଇଭର୍ସ ଅଫ୍ ଡେଭ୍‌ଲପ୍‌ମେଂଟ୍‌’, ‘ରିଫର୍ମସ ଇନ୍ ଅର୍ବାନ୍ ଗଭର୍ଣ୍ଣାନ୍ସ’, ‘ଇନୋଭେଟିଭ୍ ଆପ୍ରୋଚେସ୍ ଟୁ ପ୍ଲାନିଙ୍ଗ୍ ଏଜୁକେଶନ’ ଆଦି ଉପରେ ସର୍ବଦଳୀୟ ଅଧିବେଶନର ଆୟୋଜନ କରାଯିବ । ସମ୍ମିଳନୀ ସମୟରେ ‘ଚ୍ୟାଲେଞ୍ଜେସ୍ ଫର୍ ଅର୍ବାନ୍ ଆଣ୍ଡ୍ ରିଜିଓନାଲ ପ୍ଲାନିଙ୍ଗ୍ ଟୁ ଆଚିଭ୍ ସଷ୍ଟେନେବୁଲ ଡେଭ୍‌ଲପ୍‌ମେଂଟ୍‌’ ବିଷୟବସ୍ତୁ ଉପରେ ଏକ ପ୍ରଦର୍ଶନୀର ଆୟୋଜନ କରାଯିବ ଯାହା ବିଭିନ୍ନ ହିତାଧିକାରୀଙ୍କୁ ନିଜର ପ୍ରୟାସ ଓ ସ୍ମାର୍ଟସିଟିଗୁଡିକର ସଫଳ କାହାଣୀଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।

୧୯୫୧ରେ ସ୍ଥାପିତ ଆଇଟିପିଆଇ ଏହାପୂର୍ବରୁ ୧୯୬୬-୬୭, ୧୯୮୮-୮୯ ଓ ୧୯୯୮-୯୯ରେ ଏହି ସମ୍ମିଳନୀର ଆୟୋଜନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇଟିପିଆଇର ଉପାଧ୍ୟକ୍ଷ ଡଃ ଏଲ୍ ପି ପଟ୍‌ନାୟକ ଓ ଓଡିଶା ରିଜିଓନାଲର ଅଧ୍ୟକ୍ଷ ଏହି ସମ୍ମିଳନୀରେ ନିଜର ବକ୍ତବ୍ୟ ରଖିବେ ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ, ଇଣ୍ଡିଆ (ଆଇଟିପିଆଇ) ୧୯୫୧ରେ ସ୍ଥାପିତ ହୋଇଥିଲା, ଏହା ହେଊଛି ଯୋଗ୍ୟ ଟାଉନ୍ ପ୍ଲାନର୍‌ଙ୍କ ପାଇଁ ଏକ ସର୍ବୋଚ୍ଚ ସଂସ୍ଥା, ଏହାର ବର୍ତମାନ ୮୦୦୦ରୁ ଅଧିକ ସଦସ୍ୟ ରହିଥିବା ବେଳେ ଏହା ଦେଶରେ ଟାଉନ୍ ଓ କଂଟ୍ରି ପ୍ଲାନିଙ୍ଗ୍ ବୃତିକୁ ଆଗକୁ ବଢାଇବା ଏବଂ ଟାଉନ୍ ଓ କଂଟ୍ରି ପ୍ଲାନିଙ୍ଗ୍ ଶିକ୍ଷାକୁ ଅତ୍ୟାଧୁନିକ କରିବା ଦିଗରେ ପ୍ରତିବଦ୍ଧ ରହିଛି । ଆଇଟିପିଆଇ ୨୪ଟି ରିଜିଓନାଲ ଚାପ୍ଟର ମାଧ୍ୟମରେ କାର୍ଯ୍ୟ କରୁଛି, ଏହାମଧ୍ୟରୁ ଅଧିକାଂଶ ରାଜ୍ୟ ରାଜଧାନୀଗୁଡିକରେ ଅବସ୍ଥିତ ଏବଂ ଓଡିଶା ରିଜିଓନାଲ ଚାପ୍ଟର ହେଉଛି ସବୁଠାରୁ ଉନ୍ନତ ଓ ସକ୍ରିୟ ରିଜିଓନାଲ ଚାପ୍ଟର ମଧ୍ୟରୁ ଅନ୍ୟତମ ।

ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ଆଇଟିପିଆଇ ଏହାର ଆରମ୍ଭ ପରଠାରୁ ବିନା ବିରତିରେ ପ୍ରତିବର୍ଷ ନ୍ୟାଶନାଲ ଟାଉନ୍ ଆଣ୍ଡ୍ କଂଟ୍ରି ପ୍ଲାନର୍ସ କନ୍‌ଫରେନ୍ସର ଆୟୋଜନ କରୁଛି । ଏହି ସମ୍ମିଳନୀ ରାଜ୍ୟର ଟାଉନ୍ ପ୍ଲାନର୍‌, ଶିକ୍ଷାବିତ୍‌, ଗବେଷକ ଏବଂ ସରକାରୀ, ସାର୍ବଜନୀନ, କର୍ପୋରେଟ୍‌, କୋଅପରେଟିଭ୍ ଓ ଘରୋଇ କ୍ଷେତ୍ରର ପେସାଦାରମାନଙ୍କୁ ସହରାଂଚଳ ଓ ଗ୍ରାମାଂଚଳ ଯୋଜନା କ୍ଷେତ୍ରରେ ନୂତନ ବିକାଶ ଓ ବୈଷୟିକ ଉଦ୍ଭାବନଗୁଡିକ ଉପରେ ଆଲୋଚନା କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି । ଦେଶ ବିଦେଶର ବିଭିନ୍ନ ଅଂଶରୁ ୪୦୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେବେ ଏବଂ ଦେଶର ଦକ୍ଷ ଓ ପ୍ରତିଷ୍ଠିତ ପ୍ଲାନର୍‌ମାନେ ନିଜର ଉପସ୍ଥାପନା ଦେବା ସହ ସହରାଂଚଳ ଓ ଆଂଚଳିକ ଯୋଜନା ଓ ବିକାଶ କ୍ଷେତ୍ରରେ ସଫଳ କାହାଣୀଗୁଡିକୁ ସେୟାର କରିବେ ।


Share It

Comments are closed.