ଗ୍ରାହକଙ୍କୁ ସାଇବର୍ ଠକେଇରୁ ସତର୍କ ରହିବାକୁ ପରାମର୍ଶ ଦେଲେ ଏୟାରଟେଲ୍ ସିଇଓ ଗୋପାଳ ଭିଟ୍ଟଲ


ଏୟାରଟେଲ୍ ସିଇଓ ଗୋପାଳ ଭିଟ୍ଟଲ ନିଜ ଗ୍ରାହକମାନଙ୍କୁ ସାଇବର୍ ଠକେଇର ବର୍ଦ୍ଧିତ ମାମଲାକୁ ନେଇ ସତର୍କ କରାଇଛନ୍ତି ଯାହାକି କୋଭିଡ୍ ପରବର୍ତୀ ସମୟରେ ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ବଢିବା କାରଣରୁ ବାରମ୍ବାର ଘଟୁଛି । ଗୋପାଳ ଭିଟ୍ଟଲ, ଗ୍ରାହକମାନଙ୍କୁ ସାଇବର୍ ଠକଙ୍କ ଦ୍ୱାରା ଏୟାରଟେଲ୍‌ର କାର୍ଯ୍ୟକାରୀ ଅଧିକାରୀ ଭାବେ ନୋ ୟୋର୍ କଷ୍ଟମର (କେୱାଇସି) ଫର୍ମକୁ ଅପ୍‌ଡେଟ୍ କରିବା ଓ ତାହାକୁ ନକଲ କରିବା ପାଇଁ କରାଯାଉଥିବା କଲ୍‌ଗୁଡିକ ବିଷୟରେ ସତର୍କ ରହିବା ପାଇଁ ଏକ ଇମେଲ୍ ଜରିଆରେ ଅନୁରୋଧ କରିଛନ୍ତି ।
ସେ ନକଲି ୟୁପିଆଇ ହ୍ୟାଣ୍ଡେଲ/ୱେବ୍‌ସାଇଟ୍ ଓ ନକଲି ଓଟିପି ଭଳି ଠକେଇର କିଛି ସାଧାରଣ ଉଦାହରଣକୁ ମଧ୍ୟ ବର୍ଣ୍ଣନା କରିଛନ୍ତି ଓ ସତର୍କତାମୂଳକ ପଦକ୍ଷେପଗୁଡିକୁ ତାଲିକାଭୁକ୍ତ କରିଛନ୍ତି, ଯାହାକୁ ପ୍ରତ୍ୟେକ ଗ୍ରାହକ ନିଜକୁ ଠକଙ୍କଠାରୁ ରକ୍ଷା କରିବା ଲାଗି ଗ୍ରହଣ କରିବା ଉଚିତ । ସେ କହିଛନ୍ତି, “ଗ୍ରାହକମାନେ ସାଇବର ଠକଙ୍କଠାରୁ କଲ୍ କିମ୍ବା ମେସେଜ୍ ପାଇପାରନ୍ତି ଯେଉଁମାନେ କି ନିଜକୁ ଜଣେ ବ୍ୟାଙ୍କ କିମ୍ବା ବିତୀୟ ସଂସ୍ଥାର କର୍ମଚାରୀ ଦାବି କରିବା ସହ ବିଦ୍ୟମାନ ବ୍ୟାଙ୍କ ଆକାଉଂଟ୍‌କୁ ଅନ୍‌ବ୍ଲକ୍ କିମ୍ବା ନବୀକରଣ କରିବା ପାଇଁ ଆକାଉଂଟ୍ ବିବରଣୀ କିମ୍ବା ଏକ ଓଟିପି ମାଗିପାରନ୍ତି । ଏହି ବିବରଣୀକୁ ସେମାନେ ପରବର୍ତୀ ସମୟରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଂଟ୍‌ରୁ ଟଙ୍କା ଉଠାଇବା ପାଇଁ ବ୍ୟବହାର କରିଥାନ୍ତି । ତେଣୁ ମୁଁ ସମସ୍ତ ଗ୍ରାହକଙ୍କୁ ସଜାଗ ରହିବାକୁ ଏବଂ ଫୋନ୍ ଯୋଗେ କଷ୍ଟମର ଆଇଡି, ଏମ୍‌ପିନ, ଓଟିପି ଭଳି କୌଣସି ପ୍ରକାରର ବିତୀୟ କିମ୍ବା ବ୍ୟକ୍ତିଗତ ସୂଚନା ସେୟାର ନକରିବାକୁ ଅନୁରୋଧ କରୁଛି ।”
ଏଥିସହିତ ସେ ଗ୍ରାହକଙ୍କୁ ନକଲି ୟୁପିଆଇ ଆପ୍ ଓ ଇକମର୍ସ ୱେବ୍‌ସାଇଟ୍‌ଗୁଡିକ ପ୍ରତି ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଯାହାକି ଏନ୍‌ପିସିଆଇ, ଭିମ୍ ଶବ୍ଦ ଓ ଲୋଗୋ ମାଧ୍ୟମରେ ଡିଜାଇନ୍‌ରୁ ଦେଖିବାକୁ ସତ ଭଳି ଲାଗିଥାଏ । ଯଦି ଜଣେ ଗ୍ରାହକ ତାହାକୁ ଡାଉନ୍‌ଲୋଡ୍ କରନ୍ତି ତେବେ ତାଙ୍କୁ ନିଜର ସମସ୍ତ ବ୍ୟାଙ୍କ ଆକାଉଂଟ୍ ବିବରଣୀ ସହ ଏମ୍‌ପିନ୍ ଏଂଟର୍ କରିବାକୁ କୁହାଯାଇଥାଏ, ଫଳରେ ଠକମାନେ ତାଙ୍କର ବ୍ୟାଙ୍କ ବିବରଣୀ ମାଧ୍ୟମରେ ଠକେଇ କରିଥାନ୍ତି । ତେଣୁ ଏଭଳି ସନ୍ଦେହଜନକ ୱେବ୍‌ସାଇଟ୍ ଓ ଆପରୁ ଦୂରେଇ ରହିବାକୁ ଏବଂ କୌଣସି ପ୍ରକାରର ବ୍ୟକ୍ତିଗତ ସୂଚନା ସେୟାର ନକରିବାକୁ ସେ ଆବେଦନ କରିଛନ୍ତି । ଭିଟ୍ଟଲ ଠକେଇକୁ ଏଡାଇବା ପାଇଁ ଏକ ଅତ୍ୟଧିକ ଭଲ ମାଧ୍ୟମ ଭାବେ ‘ଏୟାରଟେଲ୍ ସେଫ୍ ପେ’କୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏୟାରଟେଲ୍ ସେଫ୍ ପେ’ ହେଉଛି ଦେଶରେ ଅନ୍‌ଲାଇନ୍ ପେମେଂଟ୍‌ର ସବୁଠାରୁ ସୁରକ୍ଷିତ ମାଧ୍ୟମ । ଏୟାରଟେଲ୍ ସେଫ୍ ପେ’ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କୁ ଏକ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆକାଉଂଟ୍ ଖୋଲିବାକୁ ପଡିବ ।


Share It

Comments are closed.