ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ନେଭି ଡେ ସେଲ୍‌ରେ ପ୍ରତିରକ୍ଷା କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଫ୍ଲାଟ୍ ୫୦% ରିହାତି ଉନ୍ମୋଚିତ


ଭୁବନେଶ୍ୱର: ଏୟାର ଇଣ୍ଢିଆ ଏକ୍ସପ୍ରେସ୍ ପକ୍ଷରୁ ନେଭି ଡେ ସେଲ୍ ଘୋଷଣା କରାଯାଇଛି । ଏଥିରେ କଂପାନିର ୱେବସାଇଟ ଓ ଆପ୍ ଜରିଆରେ ୨୦୨୩ ଡିସେମ୍ବର ୪ ତାରଖରେ ପ୍ରତିରକ୍ଷା, ଅର୍ଧ ସାମରିକ ବଳ, ଅବସରପ୍ରାପ୍ତ ଓ ସେବାରେ ଥିବା କର୍ମଚାରୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ପାଇଁ ବିମାନ ଟିକଟ ବୁକିଂ ଉପରେ ଫ୍ଲାଟ୍ ୫୦% ରିହାତି ମିଳିବ । ସେହି ଟିକଟରେ ଯାତ୍ରୀମାନେ ୨୦୨୪ ଜାନୁଆରି ୧୦ ପରେ ଯାତ୍ରା କରିପାରିବେ । ଲୟାଲ୍‌ଟି ସଦସ୍ୟମାନେ ୮% ନିଉକଏନ୍‌ସ ଜିତିପାରିବେ । ଏହା ବ୍ୟତୀତ ସେମାନଙ୍କୁ ମିଲ୍‌, ସିଟ୍‌, ବ୍ୟାଗେଜ୍‌, ପରିବର୍ତନ ଓ ବାତିଲ ଫି’ ଛାଡ଼ ଆଦି ସୁବିଧା ମିଳିବ ।
ଅଫର ସମ୍ପର୍କରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସିସିଓ ଅଙ୍କୁର ଗର୍ଗ କହିଛନ୍ତି ଯେ, “ଆମ ଦେଶର ନିରାପତାକୁ ସୁରକ୍ଷିତ ରଖିବା ଲାଗି ପ୍ରତିରକ୍ଷା କର୍ମଚାରୀମାନଙ୍କ ଯୋଗଦାନକୁ ଆମେ ଗଭୀର ଭାବେ ପ୍ରଶଂସା କରୁଛୁ । ସେମାନଙ୍କ ପ୍ରତିବଦ୍ଧତା ପ୍ରତି ଛୋଟ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସେମାନଙ୍କୁ କୃଜ୍ଞତା ଜଣାଇବା ଏବଂ ସେମାନଙ୍କ ପରିବାର ସହ ଯୋଡ଼ି ସେମାନଙ୍କ ଯାତ୍ରାକୁ ସ୍ୱତନ୍ତ୍ର ଓ ଅର୍ଥପର୍ଣ୍ଣ ଅନୁଭୂତିରେ ପରିଣତ କରିବା ଲାଗି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଗର୍ବିତ ମନେ କରୁଛି । ସେବା ପ୍ରତି ସେମାନଙ୍କ ଅସଲି ଭାବ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ସେମାନଙ୍କ ଉଦ୍ୟମକୁ ସଲାମ କରୁଛୁ ଏବଂ ସ୍ୱତନ୍ତ୍ର ଯାତ୍ରା ସୁବିଧା ପ୍ରଦାନ କରିବାକୁ ଆମେ ଆମର ସୌଭାଗ୍ୟ ମନେ କରୁଛୁ ।’’
ଏୟାରଲାଇନ୍ସର ଥିବା ବ୍ୟାପକ ନେଟୱର୍କର ଡୋମେଷ୍ଟିକ୍ ରୁଟ୍‌ରେ ଏହି ଅଫର ବୈଧ ରହିବ ଯେଉଁଥିରେ ଦେଶର ୩୦ଟି ସ୍ଥାନ ଅନ୍ତର୍ଭୁକ୍ତ । ପ୍ରତିରକ୍ଷା କମାଣ୍ଡ ମୁଖ୍ୟ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଥିରୁବନନ୍ତପୂରମ ଓ ଦିଲ୍ଲୀରେ ଥିବା ଭାରତୀୟ ବାୟୁ ସେନାର କମାଣ୍ଡ ମୁଖ୍ୟ କାର୍ଯ୍ୟାଳୟ, ମୁମ୍ବାଇ,ବିଶାଖାପାଟଣା, କୋଚିରେ ଥିବା ନେଭି ବେସ୍ ଏବଂ କୋଲକାତା, ପୁନେ, ଲକ୍ଷ୍ନୌ ଓ ଜୟପୁରରେ ଥିବା ସେନା ବେସ୍‌କୁ ବିମାନ ସେବା ପ୍ରଦାନ କରାଯାଉଛି ।
ନିକଟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ଏହାର ନୂଆ ବ୍ରାଣ୍ଡ୍ ପରିଚୟକୁ ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଯାତ୍ରୀମାନଙ୍କୁ “ଆପଣ ଯେମିତି ସେଭଳି ଯାତ୍ରା କରନ୍ତୁ’ ଆହ୍ୱାନ ଦିଆଯାଇଥିଲା । ଏଥି ସହିତ ଗୌରମେର ଗରମ ଭୋଜନ, ଆରାମଦାୟକ ସିଟ, ବିମାନ ଭିତର ଅନୁଭବ ହବ୍ ଏୟାରଫ୍ଲିକ୍ସ ଏବଂ ଲୟାଲ୍‌ଟି ବେନିଫିଟ୍ ସୁଟ୍ ଭଳି ସୁବିଧା ପ୍ରଦାନ କରାଯାଉଛି । ନୂଆ ସମ୍ଭାବନାକୁ ଅନୁପ୍ରାଣିତ କରିବା ଏବଂ ଭାରତୀୟ ଭାବ ସହ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ଉପରେ ନୂଆ ବ୍ରାଣ୍ଡ୍ ପରିଚୟ ଗୁରୁତ୍ୱାରୋପ କରୁଛି ।


Share It

Comments are closed.