ଛତିଶଗଡ଼ ଭିଲାଇର ବିଏସ୍‌ପି ସିନିଅର ସେକେଣ୍ଡାରି ସ୍କୁଲ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍‌ର ଜାତୀୟ ବିଜେତା


ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ଓ କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭଗ ପକ୍ଷରୁ ବେଙ୍ଗାଲୁରୁ ଟେକ୍ ସମ୍ମିଳନୀରେ ଟିସିଏସ୍ ଗ୍ରାମୀଣ ଆଇଟି କୁଇଜ୍ ୨୪ତମ ସଂସ୍କରଣର ବିଜେତା ଘୋଷଣା କରାଯାଇଛି ।
ଏହି କୁଇଜ୍‌ର ଜାତୀୟ ଫାଇନାଲ୍‌ରେ ଛତିଶଗଡ଼ ଭିଲ୍ଲାଇର ବିଏସ୍‌ପି ସିନିଅର ସେକେଣ୍ଡାରି ସ୍କୁଲର ଉଦିତ ପ୍ରତାପ ସିଂହ ବିଜେତା ହୋଇଥିବା ବେଳେ ଗୋଆର ବିଚୋଲିମର ଡକ୍ଟର କେ ବି ହେଡଗେୱାର ବିଦ୍ୟାମନ୍ଦିରର ବିଗ୍ନେସ ନଉସୋ ଶେଟେ ଉପ ବିଜେତା ହୋଇଛନ୍ତି । ବିଜେତା ଓ ଉପ ବିଜେତାଙ୍କୁ ଯଥାକ୍ରମେ ୧,୦୦,୦୦୦ ଓ ୫୦,୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି ।
ଚଳିତ ବର୍ଷ କୁଇଜ୍‌ରେ ସାରା ଦେଶରୁ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅନଲାଇନ୍ ପରୀକ୍ଷା, ଭର୍ଚୁଆଲ ଓ ପ୍ରତ୍ୟକ୍ଷ କୁଇଜ୍ ସୋ’ ସାମିଲ ଥିଲା । ଆଠଟି ଆଂଚଳିକ ଫାଇନାଲ୍‌ର ବିଜେତା ଜାତୀୟ ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।
ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଗୁଜରାଟ ଓ ଗୋଆର ଛାତ୍ରଛାତ୍ରୀମାନେ ଫାଇନାଲ୍‌ରେ ପ୍ରବେଶ କରିଥିଲେ ।
ଫାଇନାଲ୍‌ରେ ପ୍ରବେଶ କରିଥିବା ବିଜେତାମାନଙ୍କୁ ଟିସିଏସ୍‌ର ଶିକ୍ଷାବୃତି ମିଳିବ । କର୍ଣ୍ଣାଟକ ସରକାରଙ୍କ ଆଇଟି ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ପୁରସ୍କାର ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଟିସିଏସ୍ ବେଙ୍ଗାଲୁରୁର ଆଂଚଳିକ ମୁଖ୍ୟ ସୁନିଲ ଦେଶପାଣ୍ଡେ, କର୍ଣ୍ଣାଟକ ସରକାରଙ୍କ ଆଇଟି ବିଭାଗର ସଚିବ ଡକ୍ଟର ଏକରୂପ କୌର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ନିର୍ଦ୍ଦେଶକ ଦର୍ଶନ ଏଚ୍ ଭି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହଯୋଗରେ ୨୦୦୦ ପରଠାରୁ ଟିସିଏସ୍ ପକ୍ଷରୁ ଗ୍ରାମୀଣ ଆଇଟି କୁଇଜ୍ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତର ଛୋଟ ସହର ଓ ଜିଲ୍ଲାଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟିକୁ ନେଇ ସଚେତନତା ବଢ଼ାଇବା ଏବଂ ସେମାନଙ୍କୁ ପ୍ରଯୁକ୍ତି ଦୁନିଆର ନୂଆ ନୂଆ କଥା ବିଷୟରେ ଅବଗତ କରିବା । ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ୨୧ ନିୟୁତ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିପାରିଛି । ଭାରତରେ ଗ୍ରାମୀଣ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଆଇଟି କୁଇଜ୍ ଭାବେ ଏହା ଲିମ୍‌କା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛି ।


Share It

Comments are closed.