ପୁଣି ତୀବ୍ର ହୋଇପାରେ ଚାଷୀ ଆନ୍ଦୋଳନ, ଦିଲ୍ଲୀ-ୟୁପି ସୀମାରେ ଜୋରସେ ବଢୁଛି ଚାଷୀଙ୍କ ଗତିବିଧି


କରୋନା ଦ୍ୱିତୀୟ ଲହର ଦିଲ୍ଲୀରେ ଥମି ଆସୁଥିବା ବେଳେ ୩ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜୋରଦାର ହେବ ବୋଲି ଅନୁମାନ କରାଗଲାଣି। ଗୁରୁବାର ରାତିରୁ ଦିଲ୍ଲୀର ବିଭିନ୍ନ ସୀମାକୁ ଟ୍ରାକ୍ଟର ଧାଡ଼ି ବାନ୍ଧିଥିବା ବେଳେ ଶୁକ୍ରବାର ସକାଳେ ଟ୍ରାକ୍ଟର ପରେଡ କରିଛନ୍ତି। କୃଷି ଆଇନ ବିରୋଧରେ ଚାଷୀ ପୁଣି ହୁଁକାର ଦେଉଥିବା ବେଳେ ଏଥର ଆଇନକୁ ନିଷ୍ପ୍ରଭାବି କରି ଘରକୁ ଫେରିବେ ବୋଲି ପଣ କରୁଛନ୍ତି। ଏଥିରୁ ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାଷୀଙ୍କ ଚାପ ବଢ଼ିବ ବୋଲି ଏକ ପ୍ରକାର ନିଶ୍ଚିତ ଲାଗିଲାଣି। ଗାଜିପୁର ବର୍ଡରରେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଚାଷୀ ମାସର ୨୬ ତାରିଖକୁ କେବେବି ଭୁଲିବେନି ବୋଲି କହିଛନ୍ତି। ସବୁମାସରେ ୨୬ ତାରିଖ ଆସିବ ଓ ଚାଷୀ ରାଜଧାନୀ ସୀମାକୁ ଆସି ଟ୍ରାକ୍ଟର ରିହର୍ସେଲ କରିବେ ବୋଲି ସେ କହିଛନ୍ତି। ଏବେ ଚାଷୀ ଆଉ ଦିଲ୍ଲୀକୁ ଛାଡିଯିବେନି ବୋଲି ମଧ୍ୟ ସେ କହିଦେଇଛନ୍ତି। ଯେଉଁପର୍ଯ୍ୟନ୍ତ ସରକାର କୃଷି ଆଇନ ରଦ୍ଦ ନ କରିଛନ୍ତି ଏ ଏମଏସପି ଲାଗି ସ୍ୱତନ୍ତ୍ର ଆଇନ ନ ଆଣିଛନ୍ତି ସେ ପର୍ଯ୍ୟନ୍ତ ଚାଷୀ ଦିଲ୍ଲୀ ସୀମାକୁ ଜଗି ବସିବେ ବୋଲି ସେ ସଫାସଫା ଶୁଣେଇ ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟଯେ ବିକେୟୁ ନେତା ରାକେଶ ଟିକାୟତଙ୍କ ନେତୃତ୍ୱରେ ଗତ ୮ ମାସ ହେଲା ଗାଜିପୁର ବର୍ଡରରେ ଚାଷୀଙ୍କ ଆନ୍ଦୋଳନ ଚାଲିଛି। ଟିକାୟତଙ୍କ ଦେଖାଦେଖି ପଞ୍ଜାବ ଓ ହରିୟାଣାର ଚାଷୀମାନେ ଅନ୍ୟ ସୀମା ସବୁ ଦଖଲ କରି ରଖିଛନ୍ତି। ସରକାର ଚାଷୀଙ୍କ ସହ ଆଲୋଚନା ଲାଗି ପ୍ରସ୍ତୁତ ବୋଲି କହୁଛନ୍ତି ହେଲେ ଗତ ୮ ମାସରେ ଚାଷୀଙ୍କ ସହ ଆଲୋଚନା ଦୂରର କଥା ଏ ବାବଦରେ ସେମାନଙ୍କ ସହ ସମ୍ପର୍କ ମଧ୍ୟ କରୁ ନାହନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଚାଷୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ହେଲେ ଆଇନ ମଧ୍ୟରେ ଯାହା କିଛି ଆଲୋଚନା ହେବ ବୋଲି କହିଥିଲେ। ତେବେ କୃଷିମନ୍ତ୍ରୀଙ୍କ କଥା କେବଳ କଥାରେ ରହିଛି । ଆଇନ ରଦ୍ଦ ନ ହେଲେ ଚାଷୀ ଦିଲ୍ଲୀ ସୀମା ଛାଡିବେନି ବୋଲି ଜିଦ ଧରି ବସିଛନ୍ତି। ସେପଟେ ଆନ୍ଦୋଳନ ଉତ୍ତରପ୍ରଦେଶ ପଞ୍ଚାୟ ନିର୍ବାଚନରେ କାମ ଦେଖାଇଦେଇଛି। ଆଗକୁ ବିଧାନସଭା ନିର୍ବାଚନ। ଏଣୁ ପଞ୍ଜାବ ଓ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରକାରଙ୍କ ଉପରେ ଚାଷୀ ଚାପ ବଢାଇବାରେ ଲାଗିଛନ୍ତି।


Share It

Comments are closed.