୮ ବର୍ଷ ପରେ ନାନାଙ୍କ ବିରୁଦ୍ଧରେ ଡିମ୍ପଲଙ୍କ ଏହି ଅଭିଯୋଗ ପୁଣି ଚର୍ଚ୍ଚାରେ


ତନୁଶ୍ରୀ ଦତ୍ତ ଏବଂ ନାନା ପାଟେକରଙ୍କ ବିବାଦ ଦିନକୁ ଦିନେ ଘନେଇବାରେ ଲାଗିଛି । ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କୁ ନେଇ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିବାବେଳେ, ଯାହାକୁ ନେଇ ବର୍ତ୍ତମାନ ବଲିିଉଡରେ ହଇ-ଚଇ ଖେଳିଯାଇଛି । ଏହି ଘଟଣାକୁ ନେଇ ବଲିଉଡର ଅନେକ ଅଭିନେତା ନିଜ ପ୍ରତିକ୍ରିୟା ରଖିଥିବାବେଳେ ବର୍ତ୍ତମାନ ଡିମ୍ପଲ କପାଡିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତନୁଶ୍ରୀ ଦତ୍ତ ଏବଂ ନାନା ପାଟେକରଙ୍କ ବିବାଦ ପରେ ବର୍ତ୍ତମାନ ଡିମ୍ପଲ କାପାଡିଆଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଭିଡିଓ ଅନେକ ବର୍ଷ ତଳର ଅଟେ, ଯେଉଁଥିରେ ସେ ନାନା ପାଟେକରଙ୍କ ସ୍ୱଭାବ ଏବଂ ଭୟଙ୍କର ବ୍ୟବହାର ସଂପର୍କରେ କିଛି କଥା କହୁଛନ୍ତି । କ୍ରାନ୍ତିବିର, ଅଙ୍ଗାର, ଅଙ୍କୁଶ ଭଳି ଅନେକ ଫିଲ୍ମରେ ନାନା ପଟେକରଙ୍କ ସହ କାମ କରି ସାରିଥିବା ଡିମ୍ପଲ କାପାଡିଆ ନାନାଙ୍କ ସଂପର୍କରେ ଏପରି କେତେକ ତଥ୍ୟର ପ୍ରଘଟ କରାଇଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

ଏହି ଭିଡିଓରେ ନାନା ପାଟେକରଙ୍କ ରାଗୀପଣ ଏବଂ ସ୍ୱଭାବ ସଂପର୍କରେ ଡିମ୍ପଲ କାପାଡିଆ କହିଛନ୍ତି । ସେ କହିଛନ୍ତି ଯେ, ନାନା ଏକ ଅଲଗା ପ୍ରକାରର ମଣିଷ । ତାଙ୍କ ଏହି ସ୍ୱଭାବ ଯୋଗୁଁ ତାଙ୍କୁ ଅଳ୍ପ କେତେକ ଲୋକ ହିଁ ପସନ୍ଦ କରିଥାନ୍ତି । ତାଙ୍କ ସ୍ୱଭାବ ସହିତ ତାଙ୍କ ବ୍ୟବହାର ମଧ୍ୟ ବହୁତ ଅଲଗା ଅଟେ । ତାଙ୍କର ଭଲ ଅଭିନୟ ସବୁବେଳେ ତାଙ୍କର ଖରାପ ବ୍ୟବହାର ଉପରେ ପରଦା ଭଳି ଢାଲ ହୋଇ ରହିଥାଏ ।
ଡିମ୍ପଲ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ମୋ ସହ ସବୁବେଳେ ଭଲ ବ୍ୟବହାର କରିଥିଲେ ମଧ୍ୟ ତାଙ୍କର ଭୟଙ୍କର ରୂପ ମଧ୍ୟ ମୁଁ ଦେଖିଛି । ଏହି ଭିଡିଓଟି ୮ ବର୍ଷ ପୁରୁଣା ଅଟେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.