ପୁଣି ଥରେ ଦଳରୁ ବାଦ ପଡିଲେ ରୋହିତ


ଭାରତ ଏବଂ ୱେଷ୍ଟେଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଟିମର ଘୋଷଣା ସରିଛି । ବିଶ୍ରାମ ପରେ ପୁଣି ଥରେ ବିରାଟ କୋହଲି ଦଳକୁ ଫେରିଛନ୍ତି । ସେପଟେ, ଦଳରେ ପୁରୁଣା ବୋଲରଙ୍କୁ ଛାଡି ନୂତନ ଖେଳାଳୀମାନଙ୍କୁ ବିଶ୍ରାମ ଦିଆଯାଇଛି । ଏମାନଙ୍କ ସମେତ ଏସିଆ କପରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିବା ରୋହିତ ଶର୍ମାଙ୍କୁ ମଧ୍ୟ ବାଦ ଦିଆଯାଇଛି । ରୋହିତଙ୍କୁ ଟିମରେ ଆଗାମୀ ଟେଷ୍ଟ ଶୃଙ୍ଖଳା ପାଇଁ ବାଦ ଦିଆଯାଇଥିବାରୁ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ।
ପ୍ରକାଶ ଥାଉକି ଚଳିତ ମାସରେ ଆରମ୍ଭ ହେବାକୁ ଥିବା ୱେଷ୍ଟେଣ୍ଡିଜ ବିପକ୍ଷରେ ଟେଷ୍ଟ ସୃଙ୍ଖଳା ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏହି ସୃଙ୍ଖଳା ପାଇଁ ଚୟନ ହୋଇଥିବା ୧୫ ଜଣ ଖେଳାଳୀଙ୍କ ମଧ୍ୟରେ ରୋହିତ ଶର୍ମାଙ୍କ ନା ନାହିଁ । ରୋହିତ ଶର୍ମା ନିଜର ଶେଷ ଟେଷ୍ଟ ମ୍ୟାଚ ଚଳିତ ବର୍ଷ ଆରମ୍ଭରୁ ସାଉଥ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ଏହା ପରେ ରୋହିତ ଆଫଗାନିସ୍ଥାନ, ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସୃଙ୍ଖଳାରେ ଟିମରୁ ବାଦ ପଡିଥିବାବେଳେ ବର୍ତ୍ତମାନ ୱେଷ୍ଟେଣ୍ଡିଜ ସହ ଖେଳାଯିବାକୁ ଥିବା ମ୍ୟାଚରେ ବାଦ ପଡିଛନ୍ତି ।

ସେପଟେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସ୍ଥାନ ମିଳିଥିବାବେଳ ଅନ୍ୟପଟେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଯାଇଛି ।
ଆଗାମୀ ସୃଙ୍ଖଳା ପାଇଁ ଦଳରେ ଚୟନ ହୋଇଥିବା ଖେଳାଳୀମାନେ ହେଲେ, ବିରାଟ କୋହଲୀ ( ଅଧିନାୟକ), ଅଜିଙ୍କ ରାହାଣେ, ଲୋକେଶ ରାହୁଲ, ପୃଥିବୀ ଓ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଶବ ପନ୍ଥ, ଆର ଅଶ୍ୱନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମୋହମ୍ମଦ ଶାମୀ, ଉମେଶ ଯାଦବ, ଶ୍ରଦ୍ଧାଲ ଠାକୁର, ମହମ୍ମଦ ସିରାଜ


Share It

Comments are closed.