ଇଏସ୍‌ଜି ସଂକଳ୍ପ ଅଂଶସ୍ୱରୂପ ଆଦାନି ଏଟଂରପ୍ରାଇଜେସ୍ ୨୦୩୦ ସୁଦ୍ଧା ୧୦ କୋଟି ବୃକ୍ଷରୋପଣ କରିବ


ଭୁବନେଶ୍ୱର: ଆଦାନି ଗ୍ରୁପ୍ ପକ୍ଷରୁ ଇଏସ୍‌ଜି (ପରିବେଶ, ସାମାଜିକ ଓ କର୍ପୋରେଟ୍ ଗଭର୍ଣ୍ଣାସ୍‌) କ୍ଷେତ୍ରରେ ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଦର୍ଶନର ଏକ ରିପୋର୍ଟ ଜାରି କରାଯାଇଛି ଯେଉଁଥିରେ କୁହଯାଇଛି ଯେ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପାଇଁ ଆମ ଗ୍ରୁପ୍ କଂପାନିଗୁଡ଼ିକ ପ୍ରତିବଦ୍ଧ ରହିଛନ୍ତି ।
ଆଦାନି ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଆଦାନି ଏଟଂରପ୍ରାଇଜେସ୍ ଲିମିଟେଡ୍ (ଏଇଏଲ୍‌) ପକ୍ଷରୁ କୁହାଯାଇଛି ଯେ ୨୦୩୦ ସୁଦ୍ଧା ଏହା ୧୦ କୋଟି ବୃକ୍ଷ ରୋପଣ କରି ତାହାକୁ ବଢ଼ାଇବ । ଏହା ହେଉଛି କଂପାନିର ଭାରତରେ ସର୍ବବୃହତ ୧ଟିଡଟ୍ ଓଆର୍‌ଜି ସଂକଳ୍ପ ଓ ସାରା ବିଶ୍ୱରେ ଏହା ଏକ ମହତ୍ୱକାଂକ୍ଷୀ ସଂକଳ୍ପ ।
କଂପାନି ପକ୍ଷରୁ କୁହାଯାଇଛି ଯେ ଆଦାନି ପୋର୍ଟସ୍‌ରେ ପରିଚାଳନା ନିର୍ଗମନରେ ୪୪% ହ୍ରାସ ଘଟିଛି । ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍‌ଇଜେଡ୍ ଲିମିଟେଡ୍ ମଧ୍ୟ ବିଦ୍ୟୁତ ଉପଯୋଗିତାରେ ୧୦୦% ଅକ୍ଷୟ ଶକ୍ତି ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ୨୦୨୫ ସୁଦ୍ଧା ଶକ୍ତି ତୀବ୍ରତାରେ ୫୦% ଓ ନିର୍ଗମନ ତୀବ୍ରତାରେ ୬୦ ପ୍ରତିଶତ ହ୍ରାସ ଆଣିବ ।
ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ସଷ୍ଟେନେବଲ୍ ଅନୁଶୀଳନରେ ଏପିଏସ୍‌ଇଜେଡ୍ “ବିଶ୍ୱ ପରିବହନ ଓ ପରିବହନ ଭିତିଭୂମି କ୍ଷେତ୍ର’ର ୨୯୭ଟି କଂପାନି ମଧ୍ୟରୁ ୧୦ ଭିତରେ ସ୍ଥାନ ପାଇଛି । ଆଦାନି ଗ୍ରୁପ୍‌ର ସବୁଜ ଶକ୍ତି ବ୍ୟବସାୟ ଏଜିଇଏଲ୍‌କୁ ୨୦୨୨-୨୩ ଆର୍ଥିକ ବର୍ଷରେ ଡିଏନ୍‌ଭି ପକ୍ଷରୁ ୱାଟର ପଜିଟିଭ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଗ୍ରୋ କେୟାର ଇଣ୍ଡିଆ ପକ୍ଷରୁ ଏହାକୁ ପ୍ଲାଟିନମ୍ ପରିବେଶ ପୁରସ୍କାର ପ୍ରଦାନ କରାଯାଇଛି ।
ଏଫ୍‌ଟିଏସ୍‌ଇ ଇଏସ୍‌ଜି ରେଟିଂରେ ଆଦାନି ପାୱାର ଲିମିଟେଡ୍ ୫ରୁ ୩.୫ ସ୍କୋର ହାସଲ କରିଛି ଯାହା ବିଶ୍ୱର ଅନ୍ୟ ୟୁଟିଲିଟିଗୁଡ଼ିକର ହାରାହାରି ସ୍କୋର ୨.୭/୫ ଠାରୁ ଅଧିକ । ଆଦାନି ଟୋଟାଲ୍ ଗ୍ୟାସ୍‌ର ୫୮ଟି ସ୍ଥଳରେ ୱାଟର ଅଡିଟ୍ ଶେଷ କରାଯାଇଛି । ଏହା ଆଗାମୀ ବର୍ଷ ୱାଟର ପଜିଟିଭ୍ ହେବାକୁ ଯାଉଛି ।
ଆଦାନି ଟ୍ରାନ୍ସମିସନ୍ସ ଲିମିଟେଡ୍ ଏହାର ସହାୟକ ସଂସ୍ଥା ଆଦାନି ଇଲେକ୍ଟ୍ରିସିଟି ମୁମ୍ବାଇ ଲିମିଟେଡ୍‌ରେ ୩୦.୦୪%ର ଅକ୍ଷୟ ଶକ୍ତି ମିଶ୍ରଣ ହାସଲ କରିଛି । ୨୦୨୭ ସୁଦ୍ଧା ଏହା ୬୦% ମିଶ୍ରଣ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ନେଟ୍ ୱାଟର ପଜିଟିଭ୍ ହାସଲ କରିସାରିଛି । ଆଦାନି ଟୋଟାଲ୍ ଏନର୍ଜି ଇ-ମୋବିଲିଟି ଲିମିଟେଡ୍ ୧୦୪ ଚାର୍ଜିଂ ଷ୍ଟେସନ ସ୍ଥାପନ କରିଥିବା ବେଳେ୨୦୨୪ ସୁ୍‌ଦ୍ଧା ୪୦୦୦ରୁ ଅଧିକ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଯୋଜନା ରଖିଛି । ଅମ୍ବୁଜା ସିମେଂଟ୍‌ର ଥର୍ମାଲ ସବଷ୍ଟିଚ୍ୟୁସନ୍ ରେଟିଂ ୭.୩୪%କୁ ବୃଦ୍ଧି ପାଇଛି । ଆଦାନି ୱିଲମାର ଏହାର ୮ କାରଖାନାରେ ସୌର ଶକ୍ତିର ବ୍ୟବସ୍ଥା କରିଛି ।


Share It

Comments are closed.