ବ୍ଲଡ୍ ଡୋନେଶନ ଭ୍ୟାନ୍ ଦାନ କରିଛି ଜିକିତ୍ସା ହେଲ୍‌ଥକେୟାର ଲିଃ


ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳନା ସଂସ୍ଥା, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ (ଜେଡ୍‌ଏଚ୍‌ଏଲ୍‌), ଆମ୍ବୁଲାନ୍ସ ଆକ୍‌ସେସ ଫର୍ ଅଲ୍ (ଏଏଏ) ସହ ସହଭାଗିତାରେ ଏକ ଅତ୍ୟାଧୁନିକ ମୋବାଇଲ ବ୍ଲଡ୍ ଡୋନେଶନ ଭ୍ୟାନ୍‌ର ଶୁଭାରମ୍ଭ କରିଛି । ଏହି ଭ୍ୟାନ୍‌କୁ ଆଜି ଏନ୍‌ଏଚ୍‌ଏମ୍‌-ଓଡିଶାର ଏମ୍‌ଡି, ଆଇଏଏସ୍‌, ଡଃ ବୃନ୍ଦା ଡି’ଙ୍କ ଉପସ୍ଥିତିରେ ଔପଚାରିକ ଭାବେ ଓଡିଶା ବ୍ଲଡ୍ ସେଂଟର୍ ବିଏମ୍‌ସି ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି । ଡଃ ବୃନ୍ଦା ଏହି ସମାରୋହର ଉଦ୍‌ଘାଟନ କରିଥିବାବେଳେ ଏଠାରେ ବହୁସଂଖ୍ୟକ ଏନ୍‌ଏଚ୍‌ଏମ୍ ଓ ଜେଡ୍‌ଏଚ୍‌ଏଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ ।

ନୂଆ କରି ଶୁଭାରମ୍ଭ ହୋଇଥିବା ଏହି ମୋବାଇଲ ଭ୍ୟାନ୍ ରକ୍ତଦାନ ପ୍ରକ୍ରିୟା ପାଇଁ ଆବଶ୍ୟକ ଅତ୍ୟାଧୁନିକ ସୁବିଧା, ଯେପରିକି ସଂଗ୍ରହ ଉପକରଣ, ଡୋନର ବେଡ୍ ଓ ସ୍ୱଳ୍ପାବଧି ଷ୍ଟୋରେଜ ସଲ୍ୟୁଶନ ସହ ସୁସଜ୍ଜିତ ରହିଛି । ଏହି ଅଭିଯାନ ରକ୍ତଦାନ କ୍ୟାମ୍ପେନ୍‌ଗୁଡିକର ପହଂଚକୁ ବିସ୍ତାର କରିବା ଏବଂ ସ୍ଥାନୀୟ ରକ୍ତ ସଂଗ୍ରହ ପ୍ରୟାସଗୁଡିକୁ ସୁଗମ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି କାର୍ଯ୍ୟକ୍ରମ ସମୟରେ ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି, ‘ ଗତ ୧୦ ବର୍ଷ ହେବ ଆମେ ସଫଳତାର ସହିତ ଓଡିଶାର ଲୋକମାନଙ୍କୁ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପ୍ରଦାନ କରିଆସୁଛୁ । ଏକ ଦାୟିତ୍ୱସମ୍ପନ୍ନ ଜରୁରୀକାଳିନ ସେବା ପ୍ରଦାତା ଭାବେ ଜେଡ୍‌ଏଚ୍‌ଏଲ୍ ସ୍ଥାୟୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକାଧିକ ପଦକ୍ଷେପ ମାଧ୍ୟମରେ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଂଚାଇବା ପାଇଁ ଏହାର ସାମାଜିକ ପ୍ରତିବଦ୍ଧତାକୁ ପୂରଣ କରିବା ଲାଗି ଆଗଧାଡିରେ ରହିଆସିଛି । ଆମେ ନିୟମିତ ଭାବେ ଭୁବନେଶ୍ୱର ଓ ଅନ୍ୟାନ୍ୟ ଜିଲ୍ଲାଗୁଡିକରେ ରକ୍ତଦାନ ଶିବିରର ଆୟୋଜନ କରିଆସୁଛୁ । ଆଜି ଏହି ଭ୍ୟାନ୍‌ର ଶୁଭାରମ୍ଭ ସହିତ ଆମେ ଓଡିଶାର ଲୋକମାନଙ୍କୁ ସେବା ଯୋଗାଇବା ପ୍ରତି ଆମର ସମର୍ପଣଭାବକୁ ସୁଦୃଢ କରିଛୁ ।’

ଜେଡ୍‌ଏଚ୍‌ଏଲ୍‌ର ସହପ୍ରତିଷ୍ଠାତା ଶ୍ରୀ ନରେଶ ଜୈନ୍ କହିଛନ୍ତି, ‘ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍ ରାଜ୍ୟରେ ଜରୁରୀକାଳିନ ସ୍ୱାସ୍ଥ୍ୟ ସେବାଗୁଡିକୁ ଉନ୍ନତ କରିବା ପାଇଁ ପ୍ରତିବଦ୍ଧ ରହିଛି । ଏହି ଅଭିଯାନ ସିଧାସଳଖ ଲୋକମାନଙ୍କ ନିକଟରୁ ରକ୍ତ ସଂଗ୍ରହ କରିବାରେ ନିସନ୍ଦେହ ଭାବେ ସାହାଯ୍ୟ କରିବ, ଅଧିକରୁ ଅଧିକ ଲୋକଙ୍କୁ ଆଗକୁ ଆସି ରକ୍ତଦାନ କରିବା ପାଇଁ ପ୍ରୋତ୍ସାହିତ କରିବ । ଆମର ଲକ୍ଷ୍ୟ ହେଉଛି ବାର୍ଷିକ ୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବା । ଜେଡ୍‌ଏଚ୍‌ଏଲ୍ ବିଗତ ବର୍ଷଗୁଡିକରେ ରକ୍ତଦାନଠାରୁ ଆରମ୍ଭ କରି ମହାମାରୀ ଦ୍ୱାରା ପ୍ରଭାବିତ ଆଗଧାଡ଼ିର କର୍ମଚାରୀଙ୍କ ପରିବାର ପାଇଁ ପାଣ୍ଠି ହାସଲ କରିବା, ବୃକ୍ଷରୋପଣ, ଜିଲ୍ଲା ହସ୍ପିଟାଲଗୁଡିକୁ ହ୍ୱିଲ୍‌ଚେୟାର କିମ୍ବା ଟ୍ରେଂଚର୍ ଦାନ କରିବା ପର୍ଯ୍ୟନ୍ତ ଏକାଧିକ ସାମାଜିକ ଅଭିଯାନକୁ ସମର୍ଥନ କରିଆସିଛି, କାରଣ ଆମେ ସମାଜର ଉନ୍ନତିରେ ଯୋଗଦାନ ଦେବାରେ ଦୃଢତାର ସହ ବିଶ୍ୱାସ ରଖିଛୁ ।’

ଜେଡ୍‌ଏଚ୍‌ଏଲ୍ ବର୍ତମାନ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବା ଅଧିନରେ ୧୧୨୪ଟି ଆମ୍ବୁଲାନ୍ସର ପରିଚାଳନା କରୁଛି । ବର୍ତମାନ ସୁଦ୍ଧା ଏହି ସେବା ୯୦ ଲକ୍ଷରୁ ଅଧିକ ରୋଗୀଙ୍କୁ ଉପକୃତ କରିଛି ଯେଉଁମାନଙ୍କ ମଧ୍ୟରେ ଗର୍ଭବତୀ ମହିଳା ଓ ଶିଶୁ ସାମିଲ ଅଛନ୍ତି । ଏହାବ୍ୟତୀତ ୬ଟି ୧୦୮ ବୋଟ୍ ଆମ୍ବୁଲାନ୍ସକୁ ନଦୀ ଦ୍ୱାରା ବିଚ୍ଛିନ୍ନ ଅଂଚଳଗୁଡିକରେ ନିୟୋଜିତ କରାଯାଇଛି । ଏହାର ସମର୍ପିତ କଲ୍ ସେଂଟର୍  ନିରବଚ୍ଛିନ୍ନ ଭାବେ ରୋଗୀମାନଙ୍କୁ ଆଟେଣ୍ଡ କରିଥାଏ, ହସ୍ପିଟାଲକୁ ସୁଗମ ପରିବହନ ସୁନିଶ୍ଚିତ କରିବା ପାଇଁ ନିକଟସ୍ଥ ଉପଲବ୍ଧ ଆମ୍ବୁଲାନ୍ସଗୁଡିକୁ ତତ୍କାଳ ପଠାଇଥାଏ । ଭୁବନେଶ୍ୱର-ସ୍ଥିତ ଇଂଟିଗ୍ରେଟେଡ୍ ସେଂଟର୍‌ର ଅଧିକାରୀମାନେ ଦକ୍ଷତାର ସହ ରୋଗୀଙ୍କ ସ୍ଥାନ ଚିହ୍ନଟ କରିଥାନ୍ତି ଓ ସେମାନଙ୍କୁ  ଯଥାଶୀଘ୍ର ଆବଶ୍ୟକୀୟ ଚିକିତ୍ସା ଗ୍ରହଣ କରିବାରେ ସହଯୋଗ କରିଥାନ୍ତି ।

୧୦୮ ଆମ୍ବୁଲାନ୍ସ ସେବାକୁ ମାର୍ଚ୍ଚ ୫ ତାରିଖ ୨୦୧୩ରେ ଆରମ୍ଭ କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ରୋଗୀ ଓ ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡିକ ମଧ୍ୟରେ ଅନ୍ତରକୁ ଦୂର କରୁଛି, ଓଡିଶାର ଉଭୟ ସହରାଂଚଳ ଓ ଦୁର୍ଗମ ଗ୍ରାମାଂଚଳଗୁଡିକ ମଧ୍ୟରେ ପ୍ରତିବନ୍ଧକକୁ ଦୂର କରୁଛି । ରୋଗୀଙ୍କ ପରିବହନ ବ୍ୟତୀତ ଜେଡ୍‌ଏଚ୍‌ଏଲ୍‌ର କ୍ରିୟୁ ସଦସ୍ୟମାନେ ନିଜ କର୍ତବ୍ୟରୁ ଆଗକୁ ବଢି ମୂଲ୍ୟବାନ ଜୀବନ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।  ରୋଗୀମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସେମାନଙ୍କର ପରିଜନଙ୍କୁ ଫେରସ୍ତ କରିବା, ଜରୁରୀ ସ୍ଥିତିରେ ରୋଗୀଙ୍କୁ ରକ୍ତଦାନ କରିବା ଓ ରୋଗୀମାନଙ୍କୁ ଆବଶ୍ୟକ ସମୟରେ ସହଯୋଗ ପ୍ରଦାନ କରୁଥିବାର ଉଦାହରଣଗୁଡିକ ସହିତ ସେମାନଙ୍କର ସଚ୍ଚୋଟତା ଓ ନିଷ୍ଠାକୁ ଲୋକମାନେ ପ୍ରଶଂସା କରିଛନ୍ତି ।


Share It

Comments are closed.