ଆଠଗଡରେ ନିର୍ବାଚନୀ ହିଂସା, ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ଅଭୟ ବାରିକ


କଟକ/ଆଠଗଡ : ଗତକାଲି ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡସାମନ୍ତରାପୁର ପଞ୍ଚାୟତରେ ଭୟଙ୍କର ହିଂସାକାଣ୍ଡ ଘଟିଥିବାର ଜଣାପଡିଛି । ପରାଜୟ ଭୟରେ ଆଠଗଡର ଯୁବ ସଂଗଠକ ବୋଲାଉଥିବା ଅଭୟ ବାରିକଙ୍କ ଗୋଷ୍ଠୀର ଲୋକମାନେ ସଂଘବଦ୍ଧ ଭାବେ ଧାରୁଆ ମାରଣାସ୍ତ୍ର ସହ ଠେଙ୍ଗାରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭଜମନ ମାଝୀ ଏବଂ ତାଙ୍କର ଦୁଇ ଜଣ ସମର୍ଥକଙ୍କୁ ଅତି ନୃସଂଶ ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ ସେ ବର୍ତ୍ତମାନ ଗୁରୁତର ଭାବେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ।


ମିଳିଥିବା ସୂଚନା ମୁତାବକ, ଅଭୟଙ୍କ ଉପସ୍ଥିତିରେ ହିଁ ବିଜେଡି ସମର୍ଥିତ ପ୍ରାର୍ଥୀ ଭଜମନଙ୍କ ଉପରେ ତାଙ୍କ ଗୋଷ୍ଠୀର ଲୋକମାନେ ଆକ୍ରମଣ କରିଥିଲେ, । ଆକ୍ରମଣକାରୀ ସାଙ୍ଗରେ ଖଣ୍ଡା, ଭୁଜାଲି, ଠେଙ୍ଗା ଧରି ଆକ୍ରମଣ କରିଥିବାର ଜଣାପଡିଛି । ଖବର ପାଇ ଘଟଣାସ୍ଥଳେ ଲହୁଲୁହାଣ ହୋଇପଡିଥିବା ଗୁରୁତର ଭଜମନ ମାଝୀଙ୍କ ଭାଇ ରଞ୍ଜନ ମାଝୀ ପହଞ୍ଚି ଚୌଦ୍ୱାର ଥାନକୁ ଖବର ଦେଇଥିଲେ । ଚୌଦ୍ୱାର ପୋଲିସ ତୁରନ୍ତ ଘଟଣାସ୍ଥଳେ ପହଞ୍ଚି ଗୁରୁତରଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ସହ ହିଂସାକାଣ୍ଡରେ ସମୃକ୍ତ ଥିବା ଅଭୟ ବାରିକଙ୍କ ସମେତ ପ୍ରତାପ ଦାସ ଏବଂ ଶ୍ରୀମନ୍ତ ମହାନ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି । ଆଗକୁ ଯେପରି ହିଂସାକାଣ୍ଡ ନଘଟିବ ସେଥିପାଇଁ ଚୌଦ୍ୱାର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।


ତେବେ ଅନ୍ୟପଟେ, ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା ଭଜମନ ମାଝୀ, ପୀତବାସ ରାଉତ ଓ ମଇନ ରାଉତଙ୍କୁ କଟକ ବଡ ମେଡିକାଲରେ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବଝିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଭୋଟଦାନ ପୂବରୁ ଏହିଭଳି ଆମାନୁଷିକ ଆକ୍ରମଣ ଘଟଣା ଘୋର ନିନ୍ଦାର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି ।


Share It

Comments are closed.