ଶ୍ରୀମନ୍ଦିରରୁ ଖସିଲା ଦେଢ କିଲୋର ପଥର


ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ରନô ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡିଛି । ଏହା ପଛର କି ଚନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ସଂଗ୍ରହ କରାଯାଇ ଗାରଦରେ ଜବତ ରଖାଯାଇଛି । ଏହା ବଡ ଠାକୁର ବଳଭଦ୍ରଙ୍କ ପଛ ପରିକ୍ରମାରେ ଖଣ୍ଡ ପଡିଯାଇଛି ।
ଏହି ସମ୍ପର୍କରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଏହା ପ୍ଲାଷ୍ଟ ଅଟେ । ଆଜି ଦେଉଳ କମାଣ୍ଡର ରିପୋର୍ଟ ଦାଖଲ କରିବେ ଏବଂ ଏଏସଆଇକୁ ରିପୋର୍ଟ ଦାଖଲ କିରବାକୁ ମଧ୍ୟ ନିଦେ୍ର୍ଦ ପ୍ରଦାନ କରାଯାଇଛି । ଏହି ପ୍ଲାଷ୍ଟର ଓଜନ ପ୍ରାୟ ଦେଢ କିଲୋ ଅଟେ । ଏହା ଦ୍ୱାରା ବଢ ଠାକୁରଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ହୋଇନାହିଁ ବୋଲି ସୂଚନା ପ୍ରଦାନ କରାଯାଇଛି ।


Share It

Comments are closed.