ବିଶାଖାପାଟଣାରେ ଗ୍ୟାସଲିକ ଘଟଣାରେ ୫୦ ଜଣ ଅସୁସ୍ଥ


ବିଶାଖାପାଟଣା ସ୍ଥିତ ଏକ ବ୍ରାଣ୍ଡିକ୍ସ ସ୍ପେସାଲ ଇକୋନୋମିକ ଜୋନରେ ଗ୍ୟାସ ଲିକ ହୋଇଥିବାରୁ ୫୦ରୁ ଅଧିକ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିିକିତ୍ସା ହେଉଥିଲେ । ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ମହିଳା କର୍ମୀ ଥିବା କଥା ମଧ୍ୟ ଜଣାପଡିଛି । ଏହା ପରେ ୫୦ଜଣଙ୍କୁ ଡାକ୍ତରଖାନା ନିଆଯାଇଛି । ଏହା ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଘଟଣା ଅଟେ ।
ଏହି ଘଟଣା ମଧ୍ୟ ପୂର୍ବରୁ ଜୁନ ୩ରେ ଘଟିଯାଇଛି ଯେଉଁଥିରେ ୨୦୦ଜଣ ମହିଳା ଅସୁସ୍ଥ ହୋଇଥିଲେ । ଏହି ଘଟଣା ପରେ ଆନ୍ଧ୍ରପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଲ୍ୟାବକୁ କିଛି ଦିନ ପାଇଁ ବନ୍ଦ କରିଛି ।


Share It

Comments are closed.