ଧୋକା ଦେଲା ପ୍ରେମିକ – ଭାଇରାଲ ଫଟୋକୁ ନେଇ ନାବାଳିକା କଲେ ଆତ୍ମହତ୍ୟା


ପଶ୍ଚିମବଙ୍ଗର ମୁରସିଦାବାଜ ଜିଲ୍ଲାର ଜଣେ ୧୭ ବର୍ଷିୟା ନାବାଳିକା ଆତ୍ମହତ୍ୟା କରିଛି । ଜଣେ ବାଳକ ଉକ୍ତ ନାବାଳିକା ଜଣକର ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଥିବା ହେତୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।
ଜଙ୍ଗୀପୁରର ସବ-ଡିଭିସନାଲ ଥାନାର ପୋଲିସ ଅଧିକାରୀ ପ୍ରସନ୍ନଜିତ ଚାଟାର୍ଜିଙ୍କ କହିବା ମୁତାବକ, ରବିବାର ଉକ୍ତ ନାବାଳିକା ଏବଂ ତାଙ୍କର ୨୧ ବର୍ଷିୟ ପ୍ରେମିକ ସହ ମତଭେଦ ସୃଷ୍ଟି ହୋଇଥିଲା । ଯାହା ଫଳରେ ପ୍ରେମିକ ଜଣକ କ୍ରୋଧରେ ନିଜ ପ୍ରେମିକାର ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା । ଏହା ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ବର୍ତ୍ତମାନ ପୁଲିିସ ଏହା ଉପରେ ତଦନ୍ତ ଚଳାଇଛି ।
ପୋଲିସ ଅଧିକାରୀଙ୍କ କହିବା ମୁତାବକ ସୋସିଆଲ ମିଡିଆରେ ନାବାଳିକାର ଅନ୍ତରଙ୍ଗ ଫଟୋ ଅପଲୋଡ କରିବା ହେତୁ ଆମେ ଉକ୍ତ ଯୁବକକୁ କାବୁ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରି ନାହୁଁ, କାରଣ ନାବାଳିକାର ପରିବାର ପକ୍ଷରୁ ଉକ୍ତ ଯୁବକ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୋଗ ପତ୍ର ଦାଖଲ କରାଯାଇ ନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ଏହା ଆତ୍ମହତ୍ୟାର ପ୍ରକାଶ ପାଇବାପରେ ସେଥିପାଇଁ ଆମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛୁ ।
ପ୍ରକାଶ ଥାଉକି ବିଗତ ସପ୍ତାହରେ ଏଭଳି ଅନ୍ୟ ଏକ ମାମଲା ସାମନ୍ନାକୁ ଆସିଥିଲା, ଯେଉଁଥିରେ ୧୭ ବର୍ଷିୟା ନାବାଳିକା ଜଣକ ସୁଇସାଇଟ ନୋଟ ଲେଖିବା ପରେ ଆତ୍ମହତ୍ୟା କରିଥିଲେ । ନାବାଳିକା ଜଣକ ନିଜ ସୁଇସାଇଟ ନୋଟରେ ଲେଖିଥିଲେ ତାଙ୍କ ପଡୋଶୀର ଏକ ଯୁବକ ବାରମ୍ବାର ତାଙ୍କୁ ବ୍ଲାକମେଲିଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ତାଙ୍କୁ ଯøନ ଉତ୍ପିଡନ ମଧ୍ୟ କରୁଛନ୍ତି । ଯୁବକ ଜଣକ ସୋସିଆଲ ମିଡିଆରେ ନାବାଳିକାଙ୍କର ଏଭଳି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଗୁଡିକୁ ଅପଲୋଡ କରିଥିଲେ, ଯାହା ଫଳରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।


Share It

Comments are closed.