ଘୋଷଣା ହେଲା ଫିଲ୍ମ ‘୨.୦’ର ରିଲିଜ ତାରିଖ


ବଲିଉଡର ଅଭିନେତା ଅକ୍ଷୟ କୁମାର ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ ‘୨.୦’ର ରିଲିଜ ତାରିଖକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଫିଲ୍ମର ରିଲିଜ ତାରିକକୁ ମଧ୍ୟ ଅନେକଥର ଘୁଞ୍ଚାଇ ଦିଆଯାଇଛି । ବିଗତ ଦିନମାନଙ୍କରେ ଏହା ଚର୍ଚ୍ଚା ଚାଲିଥିଲା ଯେ, ଫିଲ୍ମର ପୋଷ୍ଟ ପ୍ରଡକସନ କାମ ସରିନଥିବା ହେତୁ ଏହି ଫିଲ୍ମ ‘୨.୦’କୁ ଆଗାମୀ ବର୍ଷରେ ରିଲିଜ କରାଯିବ । ବର୍ତ୍ତମାନ ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ପ୍ରସଂଶକମାନେ ଏହି ଫିଲ୍ମର ସମ୍ବନ୍ଧିତ ତଥ୍ୟ ଜାଣିଲା ପରେ ତାଙ୍କ ମନରେ ଖୁସିର ଲହରୀ ଖେଳିଯିବ ।
ଫିଲ୍ମ ‘୨.୦’ର ରିଲିଜ ତାରିଖକୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଜଣାଇଛନ୍ତି । ସେ ଫିଲ୍ମର ନୂଆ ପୋଷ୍ଟରକୁ ସେୟାର କରିବା ସହ ଫିଲ୍ମର ରିଲିଜ ତାରିଖକୁ ମଧ୍ୟ ଘୋଷଣା କରିଛନ୍ତି । ଟ୍ୱିଟରେ ପ୍ରକାଶିତ ସୂଚନା ମୁତାବକ ଫିଲ୍ମଟିର ରିଲିଜ ତାରିଖକୁ ୨୯ ନଭେମ୍ବର ୨୦୧୮ରେ ସ୍ଥିର କରାଯାଇଛି । ଏହାର ଫୋଷ୍ଟରରେ ଏକ ବାଜ ପକ୍ଷୀ ନଜର ଆସୁଥିବା ବେଳେ ଫିଲ୍ମର ରିଲିଜ ତାରିଖ ମଧ୍ୟ ରହିଛି ।

ପ୍ରସଂଶକ ମାନେ ଅକ୍ଷୟ କୁମାର ଏବଂ ରଜନୀକାନ୍ତ ଫିଲ୍ମ ‘୨.୦’ ଦେଖିବା ପାଇଁ ବହୁ ପୂର୍ବରୁ ପ୍ରତୀକ୍ଷା କରିଥିବା ବେଳେ ବର୍ତ୍ତମାନ ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଫିଲ୍ମ ‘୨.୦’ର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପୋଷ୍ଟର ରିଲିଜ ହୋଇସାରିଛି, ଯେଉଁଥିରେ ଅକ୍ଷୟ କୁମାର ଏବଂ ରଜନୀକାନ୍ତଙ୍କର ଅନେକ ଲୁକ ମଧ୍ୟ ଦେଖିବାକୁ ମିଳିଥିଲା । ଅକ୍ଷୟ ଏହି ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସୁଥିବାବେଳେ ପ୍ରଥମଥର ପାଇଁ ତାମିଲ ଫିଲ୍ମରେ ଡେଭିୟୁ ମଧ୍ୟ କରୁଛନ୍ତି । ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମ ଏସିଆର ସବୁଠାରୁ ଦାମୀ ଫିଲ୍ମ ଅଟେ । ଅକ୍ଷୟ ଏବଂ ରଜନୀକାନ୍ତଙ୍କ ସମେତ ଏହି ଫିଲ୍ମରେ ୟାମି ଜ୍ୟାକ୍ସନ ମଧ୍ୟ ଅଛନ୍ତି ।


Share It

Comments are closed.