ଜମ୍ମୁ ବିମାନ ବନ୍ଦରକୁ ରାଜା ହରି ସିଂହଙ୍କ ନାମରେ ନାମିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି – କରଣ ସିଂହ


କଂଗ୍ରେସର ବରିଷ୍ଠ ନେତା ଡଃ. କରଣ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଜମ୍ମୁ ବିମାନ ବନ୍ଦରର ନାମକୁ ବଦଳାଇ ଏହାକୁ ରାଜା ହରି ସିଂହ ବିମାନ ବନ୍ଦର ନାମରେ ନାମିତ କରିବା ପାଇଁ କରଣ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।
ପ୍ରକାଶ ଥାଉକି ରାଜା ହରି ସିଂହ ଜମ୍ମୁ କାଶ୍ମୀର ରାଜା ଥିଲେ । କାଶ୍ମୀରରେ ମୁସଲିମ ବହୁଳତା ଥିବା ସତ୍ତେ୍ୱ ମଧ୍ୟ ରାଜା ହରି ସିଂହ ସେଠାକାର ରାଜା ଥିଲେ । ୧୯୪୭ରେ ଯେବେ ଦେଶ ଦୁଇ ଭାଗ ହେଲା, ସେତେବେଳେ ପଣ୍ଡିତ ଜବାହରଲାଲ ନେହରୁ ରାଜା ହରି ସିଂହ କାଶ୍ମୀରକୁ ଭାରତରେ ମିଶାଇବା ପାଇଁ ନିବେଦନ କରିଥିଲେ କିନ୍ତୁ ରାଜା ହରି ସିଂହ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଚାହୁଁଥିଲେ । ପରେ ଯେତେବେଳେ ପାକିସ୍ତାନ କାଶ୍ମୀରକୁ କବଜା କରିବା ପାଇଁ ନିଜର ସୈନ୍ୟଗଣ ସହ କାଶ୍ମୀର ଭିତରକୁ ପଶିଆସିଥିଲା, ସେହି ଘଡିସନ୍ଧି ମୂହୁର୍ତ୍ତରେ ତାଙ୍କୁ ସହଯୋଗ କରିବା ପାଇଁ ରାଜା ହରି ସିଂହ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ନିବେଦନ କରିଥିଲେ । ଏହି କ୍ଷଣୀ ନେହେରୁ ତାଙ୍କୁ ଭାରତରେ ସାମିଲ ହେବାର ପ୍ରସ୍ତାବ ଦେଇଥିଲେ । ନେହେରୁଙ୍କ ଏହି ପ୍ରସ୍ତାବରେ ରାଜା ସହମତି ପ୍ରକଟ କରିବା ପରେ ଭାରତ ଜମ୍ମୁ କାଶ୍ମୀରକୁ ସହଯୋଗ କରିଥିଲା ।
ଏହା ପରେ ଭାରତୀୟ ସୈନ୍ୟ କାଶ୍ମୀରରୁ ପାକିସ୍ତାନୀ ସୈ÷ନ୍ୟଙ୍କୁ ବିତାଡିତ କରିଥିଲେ । ଏହା ଦ୍ୱାରା ରାଜା ହରି ସିଂହ ଭାରତକୁ ଆସିବା ପାଇଁ ଘୋଷଣା କରିଥିଲେ ଏବଂ ସମ୍ବୋନ୍ଧିତ ନଥିପତ୍ର ଉପରେ ନିଜର ହସ୍ତାକ୍ଷର ମଧ୍ୟ କରିଥିଲେ । ଯେତେବେଳେ ପାକିସ୍ତାନକୁ ଏହା ଜଣା ପଡିଲା ସେମାନେ ଏହାକୁ ବିଶ୍ୱାସଘାତ ବୋଲି କହିଲେ । ସେ କହିଛନ୍ତି ରାଜା ହରି ସିଂହ ଭାରତ ସମେତ ପାକିସ୍ତାନରେ ମଧ୍ୟ ମିଶିବାକୁ ଚାହୁଁଥିଲେ ।


Share It

Comments are closed.