ସୁଜୁକି ହାୟାବୁସା ଏବଂ ଜିଏସଏକ୍ସ-ଆର୧୦୦୦ଆରର ମୂଲ୍ୟରେ ହ୍ରାସ


ଯୁବ ସମୟ- ଭାରତରେ ସୁଜୁକି ପକ୍ଷରୁ ଏହାର ଦୁଇଟି ହାଇ ସ୍ପିଡ ରେସିଙ୍ଗ ବାଇକ ହାୟାବୁସା ଏବଂ ଜିଏସଏକ୍ସ-ଆର୧୦୦୦ଆରର ମୂଲ୍ୟରେ ହ୍ରାସ କରିଛି । ଏହି ଆଇକୋନିକ ହାୟାବୁସା ସୁପର ବାଇକଟିର ପ୍ରକୃତ ମୂଲ୍ୟରୁ ୨୮,୦୦୦ ଟଙ୍କା ହ୍ରାସ ପାଇ ୧୩.୫୯ ଲକ୍ଷରେ ପହଞ୍ଚିଛି । ଠିକ ସେହିପରି ଜିଏସଏକ୍ସ-ଆର୧୦୦୦ଆର ମୂଲ୍ୟ ୨୨ ଲକ୍ଷ ରହିଥିବା ବେଳେ ଏହାର ମୂଲ୍ୟରେ ହ୍ରାସ ଘଟି ୧୯.୮ ଲକ୍ଷକୁ ପହଞ୍ôଚଛି । ପ୍ରାକ-ଆସେମବେଲ୍ଡ ଇଞ୍ଜିନ ଏବଂ ଗିୟର ବକ୍ସ ସହ ମଟର ସାଇକେଲର ଆମଦାନୀ ଖର୍ଚ୍ଚରେ ହ୍ରାସ ଯୋଗୁଁ ଏହାର ମୂଲ୍ୟରେ ହ୍ରାସ ଘଟିଛି । ପୂର୍ବରୁ ଆମଦାନୀ ଖର୍ଚ୍ଚ ୩୦ ପ୍ରତିଶତ ରହିଥିବା ବେଳେ ଏହା ବର୍ତ୍ତମାନ ୨୫ କୁ ହ୍ରାସ ପାଇଛି । ବର୍ତ୍ତମାନ ହାୟାବୁସା ପର୍ଲ ମିରା ରେଡ/ପର୍ଲ ଗ୍ଲାସିୟର ହ୍ୱାଇଟ ଏବଂ ଗ୍ଲାସ ସ୍ପାରକେଲ ବ୍ଲାକ ଭଳି ୩ଟି ରଙ୍ଗରେ ଉପଲବ୍ଧ ରହିଥିବା ବେଳେ ଏହାର ଅନ୍ୟାନ ଫିଚର ସବୁ ସମାନ ରହିଛି ।


Share It

Comments are closed.