ମନ ସ୍ଥିର କରିବା ପାଇଁ କରନ୍ତୁ ପଦ୍ମାସନ


ଯୁବ ସମୟ – ଯୋଗ ସହିତ ଧ୍ୟାନ ସ୍ୱତପ୍ରବୃତ ଭାବେ ଜଡିତ । ଯୋଗ ପାଇଁ ମନ ସ୍ଥିର ଶାନ୍ତ ରଖିବା ପାଇଁ ପଦ୍ମାସନରେ ବସିବା ବିଧେୟ । ଏହା ମନକୁ ସ୍ଥିର, ଶାନ୍ତ ରଖିବା ସହିତ ଧ୍ୟାନ ହେବାରେ ସହାୟକ ହୋଇଥାଏ । କୁହାଯାଏ ପଦ୍ମାସନ କଲେ ଶରୀର ପଦ୍ମ ପରି ବିକଶିତ ହୋଇଯାଏ । ଏହା କରିବା ଦ୍ୱାରା ତ୍ୱଚା ଉଜ୍ଜଳ ତଥା ସୁସ୍ଥ ରହିବ । ଏହା କରିବା ଦ୍ୱାରା ମାଂସପେଶୀ ଯନ୍ତ୍ରଣାରୁ ମଧ୍ୟ ବେଶ ସହାୟକ ମିଳିଥାଏ ।

କିପରି କରିବେ – ଗୋଟେ ଆସନ ପକାଇ ସିଧା ବସନ୍ତୁ । ମେରୁଦଣ୍ଡ ଯେପରି ସିଧା ଅବସ୍ଥାରେ ରହିଥିବା ବେଳେ ଗୋଡ ବାହାରକୁ ଯେପରି ନିଶ୍ଚିତ ରହିବ । ଡାହାଣ ଗୋଡକୁ ଆଣ୍ଠୁ ପାଖରୁ ବଙ୍କାଇ ପାଦକୁ ବାମ ଜଙ୍ଘ ଉପରେ ରଖନ୍ତୁ । ପାଦ ଏପରି ରହିବା ଦରକାର ଯେପରି ପାଦର ଅଗ୍ରଭାଗ ଉପରମୁହାଁ ହୋଇ ରହିବ ଏବଂ ଗୋଇଠି ପେଟ ଆଡକୁ ରହିବ । ସମାନ ଭାବେ ବାମ ଗୋଡକୁ ଡାହଣ ଜଙ୍ଘ ଉପରେ ରଖନ୍ତୁ । ମେରୁଦଣ୍ଡ ଏବଂ ମୁଣ୍ଡ ଯେପରି ସିଧା ରହିବ ସେଥିପାଇଁ ଧ୍ୟାନ ଦେବେ । ଏମିତି ଅବସ୍ଥାରେ ଆସନରେ ବସିଥିବା ବେଳେ ଗଭୀର ପ୍ରଶ୍ୱାସ ନେବା ଦରକାର । ୧ରୁ ୧୦୦ ଗଣିବା ପର୍ଯ୍ୟନ୍ତ ପଦ୍ମାସନରେ ବସିବା ପରେ ପୁଣି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବ ।
ସତର୍କତା- ଯଦି ଆଣ୍ଠୁ ବା ଅଣ୍ଟାରେ କିଛିସମସ୍ୟା ରହିଛି , ତେବେ ଯୋଗ ଶିକ୍ଷକଙ୍କ ପରାମର୍ଶରେ ତଥା ତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଆସନ ଅଭ୍ୟାସ କରିପାରନ୍ତି ।


Share It

Comments are closed.