ଗତ କିଛି ଦିନ ହେବ କଟକ ଜିଲ୍ଲାର ଲୋକପ୍ରିୟ ନେତା ତଥା ଆଠଗଡ ନିର୍ବାଚନ ମଣ୍ଡଳୀର ମଉଡମଣୀ ‘ରାଜା ସ୍ୱାଇଁ’ଙ୍କୁ ନେଇ ଅନେକ ମିଥ୍ୟା ଖବର ଖୁବ ଜୋରସେ ପ୍ରସାର ହେବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜାଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ କେତେକ ସ୍ୱାର୍ଥବାଦୀ ଗୋଷ୍ଠି ଏହି ଅପପ୍ରଚାର କରୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି ।
ସମର୍ଥକଙ୍କ କହିବା ଅନୁଯାୟୀ ଏହି ସ୍ୱାର୍ଥବାଦୀ ବ୍ୟକ୍ତିମାନେ ବିଜେଡି ଦଳ ଭିତରେ ଦଳ ବିଜେପିର ଏଜେଣ୍ଟ ଭାବେ କାମ କରୁଛନ୍ତି ଏବଂ ବିଜେପିର ବରିଷ୍ଠ ନେତା ଆଦେଶକ୍ରମେ ବିଜେଡିକୁ ସର୍ବଦା ଦୁର୍ବଳ କରିବା ପାଇଁ ଆପ୍ରାରଣ ଚେଷ୍ଟା ଚଳାଇଛନ୍ତି । କେବଳ ଏତିକି ନୁହେଁ ସେମାନେ ଆହୁରୀ ମଧ୍ୟ କହୁଛନ୍ତି ଯେ, “ଯେଉଁମାନେ ରାଜା ସ୍ୱାଇଁଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଇବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ କେବିବି ନିଜ ଲକ୍ଷ ହାସଲ କରିବାରେ ସଫଳ ନାହଁ” । ସର୍ବଦା ଲୋକଙ୍କ ସହ ଏବଂ ଜନସାଧାରଣଙ୍କ ସେବାରେ ନିୟୋଜିତ ଥିବା ଆମ ପ୍ରିୟ ବିଧାୟକ ରାଜା ଭାଇଙ୍କ ସହ ଆମେ ବର୍ତ୍ତମାନ ଅଛୁ ଏବଂ ସର୍ବଦା ରହିଥିବୁ ମଧ୍ୟ ।
ପ୍ରକାଶ ଥାଉକି ରାଜା ହେଉଛନ୍ତି ବିଜେଡିର ଏକମାତ୍ରା ନେତା ଯିଏକି ୧୯୯୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡିର ବିଧାୟକ ଭାବେ ଆଠଗଡରୁ ନିର୍ବାଚିତ ହୋଇ ଆସୁଛନ୍ତି । ସବୁଠାରୁ ମୁଖ୍ୟ କଥା ହେଲା ୧୯୯୦ ମସିହା ପରଠାରୁ ଆଠଗଡରେ ବିଜେପି ଏବଂ କଂଗ୍ରେସ ଗୋଟିଏ ବି ଦୂବ ପତ୍ର ମଧ୍ୟ କଅଁଳି ପାରୁନଥିବାବେଳେ ବର୍ତ୍ତମାନ ସମସ୍ତ ବିରୋଧୀ ମେଳି ହୋଇ ରାଜାଙ୍କ ଭାବମୂର୍ତ୍ତିକୁ କ୍ଷୁଣ କରାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜାଙ୍କୁ ପୁଣି ଥରେ ଆଠଗଡରୁ ଟିକେଟ ପ୍ରଦାନ କରାଯିବ ବୋଲି ଆଶ୍ୱସ୍ତି ମିଳିଥିବାବେଳେ ବିରୋଧୀ ତାହାକୁ ସହ୍ୟ ନକରିପାରେ ଏଭଳି ଚକ୍ରାନ୍ତ ଚଳାଇଛନ୍ତି ବୋଲି ରାଜାଙ୍କ ସମର୍ଥକମାନେ ଚର୍ଚ୍ଚା କରୁଛନ୍ତି ।
Comments are closed.