ନୂଆ ଫଣ୍ଡ୍ ଅଫରିଙ୍ଗ୍ ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭ


ଭୁବନେଶ୍ୱର: ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡ୍ ପକ୍ଷରୁ ଏହାର ଏକ ଓପନ୍‌-ଏଣ୍ଡେଡ୍ ଇକ୍ୱିଟି ସ୍କିମ୍ ଏଚ୍‌ଏସ୍‌ବିସି ମଲ୍ଟି କ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭର ଘୋଷଣା କରାଯାଇଛି । ଏହା ଲାର୍ଜକ୍ୟାପ୍‌, ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଷ୍ଟକ୍‌ଗୁଡିକରେ ନିବେଶ କରିଥାଏ । ଏହି ନୂଆ ଫଣ୍ଡ୍ ଅଫରିଙ୍ଗ୍ (ଏନ୍‌ଏଫ୍‌ଓ) ଆସନ୍ତା ଜାନୁଆରୀ ୧୦ ତାରିଖ ୨୦୨୩ରେ ଖୋଲିବ ଏବଂ ଜାନୁଆରୀ ୨୪ ତାରିଖ ୨୦୨୩ରେ ବନ୍ଦ ହେବ । ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡ୍ ବଜାର ପୁଞ୍ଜିକରଣରେ ଇକ୍ୱିଟି ଓ ଇକ୍ୱିଟି ସମ୍ବନ୍ଧିତ ସିକ୍ୟୁରିଟିଗୁଡିକରେ ନିବେଶ କରି ଦୀର୍ଘକାଳିନ ସମ୍ପତି ସୃଷ୍ଟି କରିବା ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଫଣ୍ଡ୍‌ରେ ଲାର୍ଜ, ମିଡ୍ ଓ ସ୍ମଲ୍ କ୍ୟାପ୍ (ପ୍ରତ୍ୟେକରେ ସର୍ବନିମ୍ନ ୨୫%) ପାଇଁ ସର୍ବନିମ୍ନ ୱେଟେଜ୍ ଏବଂ ଇକ୍ୱିଟି କିମ୍ବା ଋଣ ସିକ୍ୟୁରିଟି ଓ ମନି ମାର୍କେଟ୍ ଇନ୍‌ଷ୍ଟ୍ରୁମେଂଟ୍ ପାଇଁ ୨୫% ପର୍ଯ୍ୟନ୍ତ ବାଲାନ୍ସର ନମନୀୟ ଆବଂଟନ ରହିବ । ଏହି ଢାଂଚାକୁ ଦୃଷ୍ଟିରେ ରଖି ଏହି ଫଣ୍ଡ୍‌ରେ ପ୍ରଭାବୀ ବିବିଧତା ପ୍ରଦାନ କରିବାର ସାମର୍ଥ୍ୟ ରହିଛି ।

ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡ୍‌କୁ ଇକ୍ୱିଟିଜ୍‌, ସିଆଇଓ ବେଣୁଗୋପାଳ ମନ୍‌ଘଟ, ଇକ୍ୱିଟି-ହେଡ୍ ଅଫ୍ ରିସର୍ଚ୍ଚ ସୋନଲ ଗୁପ୍ତା, ଡୋମେଷ୍ଟିକ୍ ଇକ୍ୱିଟିଜ୍‌, ବିଦେଶୀ ନିବେଶ ଏବଂ ସ୍କିମ୍ ଦ୍ୱାରା ଫିକ୍ସଡ୍ ଇନ୍‌କମ୍ ନିବେଶଗୁଡିକ ପାଇଁ ଫିକ୍ସଡ୍ ଇନ୍‌କମ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଓ ଫଣ୍ଡ୍ ମ୍ୟାନେଜର କପିଲ ପଞ୍ଜାବୀଙ୍କ ଦ୍ୱାରା ପରିଚାଳିତ ହେବ ।

ଏଚ୍‌ଏସ୍‌ବିସି ମଲ୍ଟି କ୍ୟାପ୍ ଫଣ୍ଡର ଲଂଚ୍ ଉପରେ ମତ ରଖି ଏଚ୍‌ଏସ୍‌ବିସି ଆସେଟ୍ ମ୍ୟାନେଜ୍‌ମେଂଟ୍ (ଇଣ୍ଡିଆ) ପ୍ରାଇଭେଟ୍ ଇଣ୍ଡିଆର କୋ-ସିଇଓ କୈଳାଶ କୁଲ୍‌କର୍ଣ୍ଣି କହିଛନ୍ତି, ‘ ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡର ଲଂଚ୍ ସହିତ ଆମେ ନିବେଶକମାନଙ୍କୁ ଲାର୍ଜକ୍ୟାପ୍‌, ମିଡ୍‌କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ଷ୍ଟକ୍‌ଗୁଡିକରେ ନିବେଶରୁ ଲାଭ ପାଇବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛୁ । ଗୋଟିଏ ଫଣ୍ଡ୍ ସହିତ ନିବେଶକମାନେ ୩ଟି ଲାଭ ପାଇପାରିବେ: ଲାର୍ଜକ୍ୟାପ୍ ନକରାତ୍ମକ ରିଟର୍ଣ୍ଣର କମ୍ ସମ୍ଭାବନା ପ୍ରଦାନ କରିଥାଏ କିମ୍ବା ଦୀର୍ଘାବଧିରେ ଇକ୍ୱିଟିଗୁଡିକରେ ଡାଉନ୍‌ସାଇଡ୍‌କୁ ସୀମିତ କରିଥାଏ, ମିଡ୍‌କ୍ୟାପ୍‌ଗୁଡିକରେ ଉଚ୍ଚ ଅଭିବୃଦ୍ଧି ପ୍ରଦାନ କରିବା ପାଇଁ ଅଧିକ କ୍ଷମତା ରହିଛି ଏବଂ ସ୍ମଲ୍ କ୍ୟାପ୍‌ଗୁଡିକ ହାଇ ଆଲ୍‌ଫା ପ୍ରଦାନ କରିବାର ଅଧିକ ସମ୍ଭାବନା ଦେଇଥାନ୍ତି ।’

ନିବେଶ ରଣନୀତି ଉପରେ ଏଚ୍‌ଏସ୍‌ବିସି ଆସେଟ୍ ମ୍ୟାନେଜ୍‌ମେଂଟ୍ କମ୍ପାନୀ ଇଣ୍ଡିଆର ସିଆଇଓ-ଇକ୍ୱିଟି, ବେଣୁଗୋପାଳ ମନ୍‌ଘଟ କହିଛନ୍ତି, ‘ଆମେ ପ୍ରତ୍ୟେକ ସ୍କିମ୍ ପାଇଁ ଆମର ନିବେଶ ରଣନୀତି ପ୍ରତି ବାସ୍ତବ ରହିଛୁ ଏବଂ ଏହାର ନିବେଶ ଉଦ୍ଦେଶ୍ୟ ସହିତ ସ୍ଥିର ରହିଛୁ । ସ୍କିମ୍‌ଗୁଡିକରେ ଆମର ନିବେଶ ରଣନୀତି ଏକ ଅଧିକ ନିମ୍ନ-ଉର୍ଦ୍ଧ୍ୱଗାମୀ ଆଭିମୁଖ୍ୟକୁ ଅନୁସରଣ କରୁଛି । ଆମେ କମ୍ପାନୀଗୁଡିକୁ ପୁଞ୍ଜି ଆବଂଟନ ଓ ରିଟର୍ଣ୍ଣ, ପ୍ରତିଯୋଗୀପୂର୍ଣ୍ଣ ସୁବିଧା, ବ୍ୟବସାୟ କ୍ଷମତା, ପରିଚାଳନା, ଲାଭ ଆଦି ବିଭିନ୍ନ ପାରାମିଟର ଉପରେ ମୂଲ୍ୟାଙ୍କନ କରିଥାଉ । ଆମେ ରଣନୀତିକୁ ସରଳ ରଖିଛୁ ଏବଂ ଚକ୍ରବୃଦ୍ଧି ଲାଭ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିବେଶ ବଜାୟ ରଖିବା ଲାଗି ଅପେକ୍ଷା କରିଛୁ ।’
ଏଚ୍‌ଏସ୍‌ବିସି ଆସେଟ୍ ମ୍ୟାନେଜ୍‌ମେଂଟ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଏସ୍‌ବିସି ଏଏମ୍‌ସି) ଦ୍ୱାରା ଏଲ୍‌ଆଣ୍ଡ୍‌ଟି ଏଏମ୍‌ସି ଓ ଏଲ୍‌ଆଣ୍ଡ୍‌ଟି ମ୍ୟୁଚୁଆଲ ଫଣ୍ଡ୍‌ର ସ୍କିମ୍‌ଗୁଡିକର ଅଧିଗ୍ରହଣ ପରେ ଏହି ପ୍ରଥମ ଏନ୍‌ଏଫ୍‌ଓ ଏଚ୍‌ଏସ୍‌ବିସି ମଲ୍ଟିକ୍ୟାପ୍ ଫଣ୍ଡ୍ ସହିତ, ଏଚ୍‌ଏସ୍‌ବିସି ମ୍ୟୁଚୁଆଲ ଫଣ୍ଡ୍ ଏବେ ମ୍ୟୁଚୁଆଲ ଫଣ୍ଡ୍‌ଗୁଡିକର କ୍ୟାଟାଗୋରାଇଜେଶନ ଓ ର‌୍ୟାଶନାଲାଇଜେଶନ ଉପରେ ନିୟମାବଳୀ ଅଧିନରେ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ର ମ୍ୟୁଚୁଆଲ ଫଣ୍ଡ୍ ସ୍କିମ୍‌ଗୁଡିକର ବର୍ଗୀକରଣ ଅନୁଯାୟୀ ଅଧିକାଂଶ ବର୍ଗରେ ଫଣ୍ଡ୍ ଅଫର୍ କରୁଛି । ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ କ୍ୟାପିଟାଲ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ଏଚ୍‌ଏସ୍‌ବିସି ଏଏମ୍‌ସିର ପେଡ୍‌-ଅପ୍ ଇକ୍ୱିଟି ସେୟାର କ୍ୟାପିଟାଲର ୧୦୦%କୁ ଧାରଣ କରିଛି ।


Share It

Comments are closed.