ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାଜଙ୍କ ସହିତ ତାଙ୍କ ସହଯୋଗୀ ରିଅନ ଥୋର୍ପେ ବି ଜେଲ ଯାଇଛନ୍ତି। ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ରାଜଙ୍କୁ ୧୯ ଜୁଲାଇରେ ଗିରଫ କରିଥିଲା। କୋର୍ଟ ପ୍ରଥମେ ରାଜଙ୍କୁ ଜୁଲାଇ ୨୩ ଓ ପରେ ଜୁଲାଇ ୨୭ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲା।
ସୂଚନାଯୋଗ୍ୟ, ଉକ୍ତ ମାମଲାରେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇ ପୁଲିସ ରାଜଙ୍କ ସମେତ ୧୦ଜଣଙ୍କୁ ଗିରଫ କରିସାରିଛି। ଚଳିତ ବର୍ଷ ଫେବୃୟାରୀରେ ଏହି ମାମଲା ସାମ୍ନାକୁ ଆସିଥିଲା।
Comments are closed.