ସଠିକ ଉପାୟରେ କିପରି କରିବେ ନିବେଶ, ଆସନ୍ତୁ ଜାଣିବା ବିଶେଷଜ୍ଞଙ୍କ ମତ

ଦୀପକ ଚୌଧୁରୀଙ୍କ ଦ୍ୱାରା ଲିଖିତ ଇନ୍‌ଭେଷ୍ଟମେଂଟ୍ ଗୁରୁ ସିଇଓ-ଇନ୍ସ୍ୟୁରାନ୍ସ ଫର୍ ଲାଇଫ୍‌


କୋଭିଡ୍‌-୧୯ ମହାମାରୀ ବ୍ୟକ୍ତିଗତ ଆର୍ଥିକ ପ୍ରସଙ୍ଗଗୁଡିକୁ ବହୁମାତ୍ରାରେ ପରୀକ୍ଷା କରିଥିଲା । ଅଧିକାଂଶ ଭାରତୀୟ ନିଜ ନିବେଶ ରଣନୀତିଗୁଡିକର ସୀମାକୁ ବୁଝିସାରିଥିଲେ ଓ ଅନୁଭବ କରିଥିଲେ ଯେ, ଆର୍ଥିକ ସ୍ୱାସ୍ଥ୍ୟର ସେମାନଙ୍କ କଲ୍ୟାଣ ଉପରେ ଏକ ଗଭୀର ପ୍ରଭାବ ରହିଛି । ମୁମ୍ବାଇରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏକ ଡିଜିଟାଲ ସମ୍ପତି ପରିଚାଳନା ସେବା ପ୍ରଦାନକାରୀ ସଂସ୍ଥା ସ୍କ୍ରିପ୍‌ବକ୍ସ ଦ୍ୱାରା ଗତ ଜୁଲାଇରେ ପରିଚାଳିତ ‘ୱେଲ୍‌ଥ ଆଣ୍ଡ୍ ୱେଲ୍‌-ବିଙ୍ଗ୍‌’ ନାମକ ଏକ ସର୍ବେକ୍ଷଣ ଦର୍ଶାଇଛି ଯେ, ଭାରତୀୟମାନେ ଲକ୍‌ଡାଉନ୍ ସମୟରେ ସେମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ (୫୪%) ଓ ଆର୍ଥିକ ସ୍ୱାସ୍ଥ୍ୟ (୪୬%) କାରଣରୁ ସର୍ବାଧିକ ଚାପଗ୍ରସ୍ତ ହୋଇଥିଲେ ।
ଏହା ନିଶ୍ଚିତ ଯେ, ଅର୍ଥ ସୁଖ କିଣିପାରିବ ନାହିଁ, କିନ୍ତୁ ସର୍ଭେରେ ସାମିଲ ଏକ ଉତ୍ସାହଜନକ ୯୦% ଉତରଦାତା ଏଥିରେ ସହମତ ହୋଇଥିଲେ ଯେ, ଆର୍ଥିକ ସ୍ୱାସ୍ଥ୍ୟର ସେମାନଙ୍କ ମଙ୍ଗଳ ଉପରେ ଏକ ପ୍ରମୁଖ ପ୍ରଭାବ ରହିଛି । ଏହି ସର୍ଭେରେ ସାମିଲ ହୋଇଥିବା ବହୁସଂଖ୍ୟକ ଲୋକ ବିଶ୍ୱାସ କରନ୍ତି ଯେ, ଏକ ଆର୍ଥିକ ଯୋଜନା ରଖିବା (୪୨%) ଏବଂ ସମ୍ପତି ସୃଷ୍ଟିରେ ନିବେଶ କରିବା (୨୩%) ଭବିଷ୍ୟତ ଓ ଆରାମ ଭାବନା ସମ୍ପର୍କରେ ସେମାନଙ୍କର ଆଶାକୁ ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଦେବ । ସର୍ଭେରେ ସାମିଲ ହୋଇଥିବା ଲୋକମାନଙ୍କର କୌଣସି ନିବେଶ ଯୋଜନା ନଥିଲା କିମ୍ବା ସେମାନେ ପର୍ଯ୍ୟାପ୍ତ ଅର୍ଥ ସଂଚୟ କରିନାହାନ୍ତି ବୋଲି ନୁହେଁ କିନ୍ତୁ ଯାହା ଭୁଲ୍ ଥିଲା ତାହା ହେଉଛି ଏକ ଉପଯୁକ୍ତ ନିବେଶ ଯୋଜନା । ସର୍ଭେ ମୁତାବକ, କରାଯାଇଥିବା ଶୀର୍ଷ ୫ଟି ଭୁଲ୍ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଦୀର୍ଘକାଳିନ ଲକ୍ଷ୍ୟ ବିନା ନିବେଶ କରିବା (୩୯%), ଖରାପ ସଂଚୟ (୧୮%), ଲିକ୍ୱିଡିଟି ପ୍ରଦାନ କରୁଥିବା ପର୍ଯ୍ୟାପ୍ତ ନିବେଶ ନକରିବା (୧୫%), ଜୀବନ ବୀମା ଓ ନିବେଶଗୁଡିକ ମିଶ୍ରଣ କରିବା (୧୫%) ଏବଂ କମ୍ ରିଟର୍ଣ୍ଣ ଦେଉଥିବା ଆର୍ଥିକ ଉତ୍ପାଦଗୁଡିକରେ ନିବେଶ କରିବା (୧୦%) ଆଦି ସାମିଲ ରହିଛି ।
ଏହି ସର୍ବେକ୍ଷଣ କେବଳ ୧୪୦୦ ଜଣ ଲୋକଙ୍କ ଏକ କ୍ଷୁଦ୍ର ନମୁନା ଉପରେ ଆଧାରିତ ଥିଲା ଏବଂ ତେଣୁ ଏହାର ଫଳାଫଳ ଏକ ବୃହତ୍ ପ୍ଲାଟ୍‌ଫର୍ମ ପାଇଁ ସାଧାରଣ ନହୋଇପାରେ । କିନ୍ତୁ ଏହି ସର୍ଭେରୁ ଯାହା ସାମ୍‌ନାକୁ ଆସିଛି ତାହା ସାଧାରଣ ଭାରତୀୟଙ୍କ କାହାଣୀ ଭଳି ମନେ ହେଉଛି ଯେଉଁମାନେ ନିଜ ସୀମିତ ସମ୍ପତିକୁ ନିଜ ପରିବାରର ଭବିଷ୍ୟତର ଯତ୍ନ ନେବା ପାଇଁ ଉପଯୋଗୀ କରିବା ଲାଗି ଏକ ଆଦର୍ଶ ନିବେଶ ଯୋଜନାର ସନ୍ଧାନରେ ଅଛନ୍ତି ।
ନିବେଶ ଯୋଜନା କ’ଣ?
ନିବେଶ ଯୋଜନା ହେଉଛି ଆର୍ଥିକ ଲକ୍ଷ୍ୟଗୁଡିକୁ ଚିହ୍ନଟ କରିବାର ପ୍ରକ୍ରିୟା ଏବଂ ପ୍ରଦତ ସଂଶାଧନ ଅନୁଯାୟୀ ଏକ ଯୋଜନା ପ୍ରସ୍ତୁତ ମାଧ୍ୟମରେ ସେଗୁଡିକର ରୂପାନ୍ତରଣ । ନିବେଶ ଯୋଜନା ହେଉଛି ଆର୍ଥିକ ଯୋଜନାର ମୁଖ୍ୟ ଉପାଦାନ । ଏହା ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଚିହ୍ନଟ କରିବା ସହିତ ଆରମ୍ଭ ହୋଇଥାଏ । ପରେ ଉକ୍ତ ଲକ୍ଷ୍ୟଗୁଡିକ ଉପଲବ୍ଧ ଆର୍ଥିକ ସଂଶାଧନ ସହିତ ମେଳ ଖାଇବାର ଆବଶ୍ୟକତା ରହିଛି । ବର୍ତମାନ ସମୟରେ ନିବେଶ କରିବା ପାଇଁ ଅନେକ ନିବେଶ ଯାନ ରହିଛି, ସବୁଠାରୁ ସାଧାରଣ ହେଉଛି ନଗଦ, ଇକ୍ୱିଟି, ବଣ୍ଡ୍ ଓ ପ୍ରପର୍ଟି । ତେଣୁ ଉପଲବ୍ଧ ଥିବା ପାଣ୍ଠି ଅନୁଯାୟୀ ଜଣେ ବ୍ୟକ୍ତି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡିକୁ ହାସଲ କରିବା ପାଇଁ ଏହି ଯାନଗୁଡିକରେ ନିବେଶ କରିପାରିବେ ।


ଏକ ନିବେଶ ଯୋଜନା କରିବାର ପ୍ରଥମ ପଦକ୍ଷେପ ହେଉଛି ଆପଣ କେତେ ଟଙ୍କା ନିବେଶ କରିପାରିବେ ଓ କେତେ ନିବେଶ କରିବାକୁ ଚାହୁଁଛନ୍ତି ତାହା ଜାଣିବା । ପରବର୍ତୀ ପଦକ୍ଷେପ ହେଉଛି ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରିବା । ଆପଣ କାହିଁକି ନିବେଶ କରୁଛନ୍ତି? ଆପଣଙ୍କର ନିବେଶ ଯୋଜନାକୁ ପ୍ରସ୍ତୁତ କରିବାର ପରବର୍ତୀ ପଦକ୍ଷେପ ହେଉଛି ଆପଣ କେତେ ବିପଦ ନେବା ପାଇଁ ଇଚ୍ଛୁକ ତାହା ସ୍ଥିର କରିବା । ସାଧାରଣରେ କହିବାକୁ ଗଲେ, ଆପଣ ଯେତେ ଯୁବାବସ୍ଥାରେ ଥିବେ ଆପଣ ସେତେ ଅଧିକ ରିସ୍କ ନେଇପାରିବେ, କାରଣ ଆପଣଙ୍କ ପୋର୍ଟଫୋଲିଓରେ କୌଣସି ପ୍ରକାରର କ୍ଷତିରୁ ବାହାରିବା ପାଇଁ ସମୟ ରହିଥିବ । ବିପଦପୂର୍ଣ୍ଣ ନିବେଶଗୁଡିକର ଉନ୍ନତ ରିଟର୍ଣ୍ଣ ପାଇଁ କ୍ଷମତା ରହିଛି କିନ୍ତୁ ସେଥିରେ କ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି ।
ଚୂଡାନ୍ତ ପଦକ୍ଷେପ ହେଉଛି କେଉଁଠାରେ ନିବେଶ କରିବେ ତାହାର ନିଷ୍ପତି ନେବା । ଅନେକ ଗୁଡାଏ ନିବେଶ ବିକଳ୍ପ ରହିଛି । ଆପଣଙ୍କ ବଜେଟ୍‌, ଲକ୍ଷ୍ୟ ଓ ରିସ୍କ ସହ୍ୟ କରିବାର କ୍ଷମତା ଆପଣଙ୍କୁ ନିଜ ପାଇଁ ସଠିକ୍ ପ୍ରକାରର ନିବେଶ ଦିଗରେ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିବ । ଷ୍ଟକ୍‌, ବଣ୍ଡ୍ ଓ ମ୍ୟୁଚୁଆଲ ଫଣ୍ଡ୍ ଭଳି ସିକ୍ୟୁରିଟି ଏବଂ ପିପିଏଫ୍‌, ଏନ୍‌ଏସ୍‌ସି, ଇନ୍ସ୍ୟୁରାନ୍ସ କିମ୍ବା ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଭଳି ଦୀର୍ଘାବଧି ବିକଳ୍ପଗୁଡିକ ଉପରେ ବିଚାର କରନ୍ତୁ । ଥରେ ଆପଣ ନିଜର ନିବେଶ କରିବା ପରେ ଆପଣଙ୍କୁ ଆପଣଙ୍କ ନିବେଶଗୁଡିକ କିଭଳି ପ୍ରଦର୍ଶନ କରୁଛନ୍ତି ତାହାକୁ ଯାଂଚ କରିବାକୁ ପଡିବ ଏବଂ ଆପଣଙ୍କୁ ପୋର୍ଟଫୋଲିଓକୁ ପୁନଃସନ୍ତୁଳନ କରିବାକୁ ପଡିବ କି ନାହିଁ ତାହାର ନିଷ୍ପତି ନେବାକୁ ହେବ ।
ଆପଣ ନିଜର ନିବେଶ କିଭଳି ଯୋଜନା କରିବେ?
ଆପଣ କିଭଳି ନିଜର ନିବେଶ ଯୋଜନା କରିବେ? ଏହାର ଉତର ଆପଣଙ୍କର ନିବେଶ ଉଦ୍ଦେଶ୍ୟ, ଆପଣ ନିଜ ନିବେଶରୁ ଆଶା କରୁଥିବା ରିଟର୍ଣ୍ଣ ଓ ଆପଣ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ବିପଦ ଉପରେ ନିର୍ଭର କରିଥାଏ । ଏଥିରେ ଏଭଳି କୌଣସି ଆଦର୍ଶ ନିବେଶ ଯୋଜନା ଓ କୌଣସି ସ୍ଥାୟୀ ଯୋଜନା ମଧ୍ୟ ନାହିଁ । ଏହା ପରିବର୍ତିତ ଅର୍ଥନୈତିକ ପରିଦୃଶ୍ୟ ଓ ପରିବର୍ତିତ ଆର୍ଥିକ ବଜାର ସହିତ ଭିନ୍ନ ଭିନ୍ନ ହୋଇଥାଏ ।


Share It

Comments are closed.