ଆଜି ସାରା ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ, ଦିଲ୍ଲୀ ସମେତ ସାରାଦେଶରେ କଡା ସୁରକ୍ଷା ବ୍ୟବସ୍ଥା


ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ଏଥର ସାଧାରଣତନ୍ତ୍ର ଦିବସ ପରେଡ ଅନେକ ଦୃଷ୍ଟିରୁ ଖାସ୍ ହେବାକୁ ଯାଉଛି । କୋଭିଡ଼ କଟକଣା ମଧ୍ୟରେ ପାଳନ କରାଯିବ । ସେହିପରି ଚଳିତ ବର୍ଷରେ ଅନେକ କିଛି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି।

ସାଧାରଣତନ୍ତ ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନିକମାନେ ଭାରତୀୟ ସୈନ୍ୟଙ୍କ ସହ ମିଶି କଦମତାଲ କରିବେ । ରାଫେଲ ଯୁଦ୍ଧ ବିମାନ ଫ୍ଲାଇପାଷ୍ଟ କରିବ। ପ୍ରଥମ ଥର ଲଦାଖର ଏକ ପ୍ରଜ୍ଞାପନ ମେଢ ଆଜି ପରେଡରେ ସାମିଲ ହେବ। ସେହିପରି ପ୍ରଥମ ଥର ମହିଳା ଫାଇଟର ପାଇଲଟ ପରେଡରେ ଯୋଗ ଦେବେ।

ସାଧାରଣନ୍ତ୍ର ଦିବସ ଅବସରରେ ଚତୁର୍ଥ ଥର ପାଇଁ ଏଥର କୌଣସି ମୁଖ୍ଯ ଅତିଥି ରହିବେନି। ଏଥର ମୋଟର ସାଇକେଲ ଷ୍ଟଣ୍ଟ ଦେଖିବାକୁ ମିଳିବିନି। ମହାମାରୀ ସମୟରେ ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡକୁ ଦୁରତାକୁ କମାଇ ଦିଆଯାଇଛି । ୨୫ ହଜାର ଦର୍ଶକ ଏଥର ପରେଡକୁ ଦେଖିବେ।ପରେଡରେ ଡିଆରଡିଓ ପକ୍ଷରୁ ଏଲସିଏ ଏବଂ ଏଟିଜିଏମର ଦୁଇଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ ।

କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରୁଛନ୍ତି । ଦିଲ୍ଲୀ ସୀମାରେ ଏକତ୍ର ହୋଇ କୃଷକମାନେ ଆନ୍ଦୋଳନ କରୁଛନ୍ତି । ଏହାମଧ୍ୟରେ ମଙ୍ଗଳବାର ଅର୍ଥାତ ଗଣତନ୍ତ୍ର ଦିବସ ଉପଲକ୍ଷେ କୃଷକମାନେ ଟ୍ରାକ୍ଟର ରାଲି କରିବେ । ଏହାସହ ନିଜର ଶକ୍ତି ପ୍ରଦର୍ଶନ କରିବେ । ଏଥିପାଇଁ ଚାଷୀମାନେ ସଜବାଜ ଆରମ୍ଭ କରି ଦେଇଛନ୍ତି । ଆହୁରି ମଧ୍ୟ ଦାବି ପୂରଣ ନ ହେଲେ ବଜେଟ ଅଧିବେଶନ ଦିନ ଅର୍ଥାତ୍‌ ଫେବ୍ରୁଆରୀ ୧ରେ ମଧ୍ୟ ଚାଷୀମାନେ ସଂସଦ ଭବନ ଅଭିମୁଖେ ପଦଯାତ୍ରା କରିବେ ବୋଲି ଆହ୍ୱାନ ଦେଇଛନ୍ତି ।


Share It

Comments are closed.