କରୋନାରେ ଆକ୍ରାନ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ


ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନା ପଜିଟିଭ। ବ୍ୟକ୍ତିଗତ ପରାମର୍ଶଦାତା କରୋନା ପଜିଟିଭ ଜଣାପଡିବା ପରେ ଟ୍ରମ୍ପ ଏବଂ ମେଲାନିଆ କ୍ୱାରେଣ୍ଟାଇନରେ ଥିଲେ। ଆଜି ତାଙ୍କର କରୋନା ଟେଷ୍ଟି ରିପୋର୍ଟ ଆସିଥିବା ବେଳେ ପଜିଟିଭ ଥିବାର ଜଣାପଡିଛନ୍ତି। ଶୁକ୍ରବାର ସକାଳେ ଟ୍ରମ୍ପ କ୍ୱାରେଣ୍ଟାଇନରେ ଥିବା ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି- ହୋପ୍ ହିକ୍ସ, ଯିଏକି ବିନା ବ୍ରେକରେ ଏତେ ପରିଶ୍ରମ କରୁଥିଲେ, ସେ କରୋନା ପଜିଟିଭ ଜଣାପଡିଛନ୍ତି। ଏବେ କରୋନା ଟେଷ୍ଟ ରେଜଲ୍ଟକୁ ଅପେକ୍ଷା କରାଯାଉଛି।

ଆମେ ନିଜକୁ ଏବେ କ୍ୱାରେଣ୍ଟାଇନ କରି ରଖିଛୁ। ଉଲ୍ଲେଖନୀୟ ଯେ, ହୋପ୍ ହିକ୍ସ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହିତ ଏୟାର ଫୋର୍ସ ୱାନରେ ନିୟମିତ ଭାବରେ ଯାତ୍ରା କରୁଥିଲେ। ନିକଟରେ ହୋପ୍ ହିକ୍ସ ଅନ୍ୟ ବରିଷ୍ଠ ସହଯୋଗୀଙ୍କ ସହିତ ରାଷ୍ଟ୍ରପତିଙ୍କ ଡିବେଟ୍ ପାଇଁ କ୍ଲିଭଲ୍ୟାଣ୍ଡ ଯାଇଥିଲେ। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଟ୍ରମ୍ପ ଓ ଆମେରିକାର ଲୋକଙ୍କ ପାଇଁ କାମ କରୁଥିବା ସମସ୍ତ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଖୁବ୍ ଗମ୍ଭୀରତାର ସହ ନିଅନ୍ତି। ଗୁରୁବାର ବିଳମ୍ବିତ ରାତିରେ ଟ୍ରମ୍ପ ଓ ମେଲାନିଆଙ୍କ କୋଭିଡ୍-୧୯ ଟେଷ୍ଟ ପାଇଁ ସାମ୍ପଲ୍ ନିଆଯାଇଥିଲା, ଯାହାକି ଆଜି ପଜିଟିଭ ଆସିଛି। ନିଜେ କରୋନା ପଜିଟିଭ ଥିବା ନେଇ ଟ୍ରମ୍ପ ଟୁଇଟ୍ କରି ଆଜି ସକାଳ ୧୦ଟା ୨୪ ମିନିଟରେ ଜଣାଇଛନ୍ତି।


Share It

Comments are closed.