ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସୁରକ୍ଷିତ ଭାବେ ପ୍ରତ୍ୟର୍ପଣ କରିଛି। ସେମାନେ ହେଉଛନ୍ତି ଟୋଚ୍ ସିଙ୍ଗକମ୍, ପ୍ରସାଦ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିଆ, ତନୁ ବେକର ଓ ନାର୍ଗୁ ଡୋରି।ତେବେ ସେମାନଙ୍କୁ ପ୍ରତ୍ୟର୍ପଣ କରିଥିବା ନେଇ ଆନୁଷ୍ଠନିକ ଭାବେ କୌଣସି ସୂଚନା ଏଯାଏଁ ମିଳି ନାହିଁ। ଗତକାଲି ଆସାମର ତେଜପୁର ସ୍ଥିତ ଡିଫେନ୍ସ ପିଆରଓ ତରଫରୁ କୁହାଯାଇଥିଲା ସୁବାନସିରିରୁ ଯେଉଁ ପାଞ୍ଚ ଜଣ ବ୍ୟକ୍ତି ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଲଏସି) ପାର କରି ଚୀନ ସୀମାରେ ପହଞ୍ଚିଥିଲେ, ପିଏଲଏ ସେମାନଙ୍କୁ ସେପ୍ଟେମ୍ବର ୧୨ ସକାଳ ୯.୩୦ରେ ଫେରାଯିବ।
ତେଜପୁର ଡିଫେନ୍ସ ପିଆରଓ ତରଫରୁ କୁହାଯାଇଥିଲା ଯେ ଏମାନଙ୍କୁ ଲୋହିତ ଘାଟିର ଦମାଇରେ ସମର୍ପଣ କରାଯିବ। ସେପ୍ଟେମ୍ବର ପାଞ୍ଚରେ ଅରୁଣାଚଳ ପ୍ରଦେଶର ଜଣେ ବିଧାୟକ ଚୀନ ସୈନିକଙ୍କ ଦ୍ୱାରା ସେମାନଙ୍କୁ ଉଠାଇ ନେବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ସାହାଯ୍ୟ ମାଗିଥିଲେ। ଗତକାଲି ମଧ୍ୟ କେନ୍ଦ୍ର ସରକାର ମନ୍ତ୍ରୀ କିରଣ ରିଜଜୁ କହିଥିଲେ ଚୀନ ସେନା ପାଞ୍ଚ ଜଣ ଯୁବକଙ୍କୁ ଶନିବାର ଭାରତୀୟ ଅଥୋରିଟିକୁ ଫେରାଇ ଦେଇପାରନ୍ତି। ଏହାକୁ ନେଇ କିରଣ ମଧ୍ୟ ଟ୍ୱିଟ କରି ଥିଲେ।
ଅନ୍ୟପକ୍ଷେ ଗ୍ଲୋବାଲ ଟାଇମ୍ସର ସମ୍ପାଦକ ହୁ ସିଜିନ୍ ଟ୍ୱିଟ କରି ଅଭିଯୋଗ କରିଥିଲେ ଯେ ପାଞ୍ଚ ଜଣ ବ୍ୟକ୍ତି ଭାରତର ଇଣ୍ଟଲିଜେନ୍ସି ଏଜେନ୍ସିଂରେ ସାମିଲ ଅଛନ୍ତି। ଚୀନ ଇଣ୍ଟଲିଜେନ୍ସି ଚୋରି କରୁଥିବା ବେଳେ ଏମାନଙ୍କୁ ଦକ୍ଷିଣ ତିବ୍ବତରେ ଧରାଯାଇଥିଲା। ତେବେ ଚୀନ ଦକ୍ଷିଣ ତିବ୍ବତକୁ ଅରଣାଚଳ ପ୍ରଦେଶର ଅଂଶ ଭାବେ। ଏହା ଛଡ଼ା ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଏହି ୫ ଜଣ ଶିକାରୀ ବେଶରେ ଥିଲେ।
Comments are closed.