ସଚ୍ଚିନ ତେନ୍ଦୁଲକରଙ୍କ ସହିତ ଲୁମିନସ ପାୱାର ଟେକ୍ନୋଲୋଜିସ୍‌ର ଦୀର୍ଘ ଏକ ଦଶନ୍ଧିର ସଫଳ ଯାତ୍ରା


ଭୁବନେଶ୍ୱର: ପାୱାର ବ୍ୟାକଅପ, ଘରୋଇ ବୈଦ୍ୟୁତିକ ଉପକରଣ ଏବଂ ଆବାସିକ ସୋଲାର ସ୍ପେସ କ୍ଷେତ୍ରରେ ଅଭିନବ ଉତ୍ପାଦର ଏକ ବ୍ୟାପକ ରେଞ୍ଜ ପ୍ରଦାନ କରୁଥିବା ଏକ ଭରସାଯୋଗ୍ୟ ବ୍ରାଣ୍ଡ ଲୁମିନସ ପାୱାର ଟେକ୍ନୋଲୋଜିସ୍‌, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହିତ ଏହାର ୧୦ ବର୍ଷର ଅବିଶ୍ୱସନୀୟ ସହବନ୍ଧିତାକୁ ପୂରଣ କରିଛି । ଆଗକୁ ଆହୁରି ସମୃଦ୍ଧିଶାଳୀ ବର୍ଷର ପ୍ରତିଶ୍ରୁତି ସହିତ ଏହି ସହବନ୍ଧିତାକୁ ପାଳନ କରିବା ପାଇଁ ବ୍ରାଣ୍ଡ ପକ୍ଷରୁ ଦୁଇଟି ଡିଜିଟାଲ ଚଳଚିତ୍ରର ମୁକ୍ତିଲାଭ କରାଯାଇଛି ।
ଏହି ଡିଜିଟାଲ ଚଳଚିତ୍ର ମଧ୍ୟରୁ ଗୋଟିଏରେ ସଚ୍ଚିନ ତାଙ୍କର ଦର୍ଶନ ବିଷୟରେ କହୁଛନ୍ତି ଯେ ବିଜୟ କିମ୍ବା ସଫଳତା ଜଣଙ୍କ ସହ ଯୋଡ଼ି ହୋଇନଥାଏ ବରଂ ଏହା ସମଗ୍ର ଟିମ ସହ ଜଡ଼ିତ ଏବଂ ବ୍ରାଣ୍ଡ ଲୁମିନସ୍ ସହିତ ତାଙ୍କର ଏହି ଦଶନ୍ଧିର ଯାତ୍ରା କ୍ଷେତ୍ରରେ ମଧ୍ୟ ଏହି ଦର୍ଶନ ସମାନ ଭୂମିକା ତୁଲାଇଛି । ଏହି ଅବସରରେ ଉନ୍ମୋଚିତ ହୋଇଥିବା ଅନ୍ୟ ଏକ କ୍ଷୁଦ୍ର ଚଳଚିତ୍ରରେ ସଚ୍ଚିନ ତେନ୍ଦୁଲକର ଓ ବ୍ରାଣ୍ଡ ଲୁମିନସ ମଧ୍ୟରେ ଥିବା ଦୀର୍ଘସ୍ଥାୟୀ ଓ ଦୃଢ଼ ସହଯୋଗ ପାଇଁ ପାରସ୍ପରିକ ସମ୍ମାନ ଓ କୃତଜ୍ଞତାକୁ ଦର୍ଶାଉଛି । ଏଥିରେ ଲୁମିନସ ଟିମ ହାତରେ କେତେକ ହାତଲେଖା ‘ଥ୍ୟାଙ୍କ ୟୁ’ ପ୍ଲାକାର୍ଡ ଧରି ସଚ୍ଚିନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଲୁମିନସ ସହିତ ନିଜର ଅବିଶ୍ୱସନୀୟ ଯାତ୍ରା ସମ୍ପର୍କରେ କ୍ରିକେଟ କିମ୍ବଦନ୍ତୀ ସଚ୍ଚିନ ତେନ୍ଦୁଲକର କହିଛନ୍ତି ଯେ, “ଲୁମିନସ ସହିତ ମୋର ଯ୍ରାତା ବେଶ ଚମତ୍କାର ଭରା ରହିଆସିଛି ଏବଂ ଏହାକୁ ମୁଁ ସମ୍ପୂର୍ଣ୍ଣ ରୂପେ ଉପଭୋଗ କରିଛି । ମୁଁ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ଏହି ସହଭାଗିତାକୁ ଜାରି ରଖିବା ଅପେକ୍ଷାରେ ରହିଛି ।” ସେହିଭଳି ସଚ୍ଚିନଙ୍କ କ୍ରମାଗତ ସମର୍ଥନ ପାଇଁ ନିଜର କୃତଜ୍ଞତା ବ୍ୟକ୍ତ କରି , ଶ୍ରୀ ବିପୁଲ ସବରୱାଲ, ପରିଚାଳନା ନିର୍ଦ୍ଦେଶକ, ଲୁମିନସ ପାୱାର ଟେକ୍ନୋଲୋଜିସ, କହିଛନ୍ତି ଯେ, “ଏହି ବ୍ରାଣ୍ଡରେ ସଚ୍ଚିନଙ୍କ ସହ ଯୋଡ଼ି ହୋଇ ଆମେ ବେଶ ଗୌରବାନ୍ୱିତ । ଏକ ଦୃଢ଼ ଉପଭୋକ୍ତା ସମ୍ପର୍କ ନିର୍ମାଣ କ୍ଷେତ୍ରରେ ତାଙ୍କର ଅହରହ ସମର୍ଥନ ଲୁମିନସକୁ ଏକ ମହାନ ଉଚ୍ଚତାରେ ପହଂଚାଇଛି । ଆମେ ଏକତ୍ର ଆହୁରି ଅନେକ ସମୃଦ୍ଧିଶାଳୀ ବର୍ଷ ଅପେକ୍ଷାରେ ରହିଛୁ ।”


Share It

Comments are closed.