ଆଜି କୁଳଭୂଷଣଙ୍କୁ ‘କନସୁଲାର ଆସେସ’ ପ୍ରଦାନ କରିବ ପାକିସ୍ତାନ


ପାକିସ୍ତାନ ପୁଣିଥରେ ଭାରତ ଆଗରେ ନିଜର ମୁଣ୍ଡ ନୁଆଁଇଛି । ପାକିସ୍ତାନ ସରକାରଙ୍କ ତରଫରୁ ଆଜି ସେଠାରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ‘କନସୁଲାର ଆସେସ’ ଦିଆଯିବ ବୋଲି ପ୍ରସ୍ତାବ ଦିଆଯାଇଛି । ପାକିସ୍ତାନର ଏହି ପ୍ରସ୍ତାବକୁ ଭାରତ ସରକାର ସ୍ୱକାର କରିଥିବାବେଳେ ଆଜି ଅପରାହ୍ନ ୧୨ରେ କୁଳଭୂଷଣଙ୍କୁ ‘କନସୁଲାର ଆସେସ’ ଦିଆଯିବାର ବ୍ୟବସ୍ଥା ରହିଛି । ଏହି କ୍ରମରେ ପାକିସ୍ତାନରେ ଭାରତୀୟ ଡେପୁଟି ହାଇକମିଶନର ଗୌରବ ଅଲହୁଲିଆ କୁଳଭୂଷଣଙ୍କ ସହ ସାକ୍ଷାତ କରିବାର ଯୋଜନା ରହିଛି । ଏହା ପୂର୍ବରୁ ପାକିସ୍ତାନ, କୁଳଭୂଷଣଙ୍କୁ ‘କନସୁଲାର ଆସେସ’ ଦେବା ପାଇଁ ଭାରତ ସମ୍ମୁଖରେ କିଛି ସର୍ତ୍ତ ରଖିଥିଲା, ଯାହାକି ଭାରତ ସରକାର ଅସ୍ୱୀକାର କରିଦେଇଥିଲେ । ଏହି ପ୍ରସଙ୍ଗରେ ମଧ୍ୟ ପାକିସ୍ତାନ, କୁଳଭୂଷଣଙ୍କୁ ଦୁଇ ଘଣ୍ଟାର ସମୟ ଦେବା ପାଇଁ କଥା କହିଛି ।ଏହି ପ୍ରସଙ୍ଗକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଡଃ ମହମ୍ମଦ ଫୈଜଲ ନିଜ ଟ୍ୱିଟରରେ କହିଛନ୍ତି ଯେ, “କୁଳଭୂଷଣ ଯାଦବଙ୍କୁ ସୋମବାର ଦିନ ‘କନସୁଲାର ଆସେସ’ ପ୍ରଦାନ କରାଯିବ । ” ସେପଟେ ଭାରତ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି କହିଥିଲା ଯେ, “ପାକିସ୍ତାନ ପ୍ରସ୍ତାବରେ ଭାରତ ବର୍ତ୍ତମାନ ବିଚାର କରୁଛି । ଭାରତ ‘କନସୁଲାର ଆସେସ’ରେ ପାକିସ୍ତାନ ପକ୍ଷରୁ କୌଣସି କଟକଣା ଚାହୁଁନାହିଁ ।”


Share It

Comments are closed.