ଦୁର୍ଦାନ୍ତ ଅପରାଧୀଙ୍କ ଗୁଳିରେ ୮ ପୋଲିସକର୍ମୀ ସହିଦ


ଉତ୍ତର ପ୍ରଦେଶର କାନପୁର ଅନ୍ତର୍ଗତ ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ ଟିମ୍ ସହ ଗୁଳିବିନିମୟ ହୋଇଥିଲା। ଅପରାଧୀମାନେ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସହିଦ ପୁଲିସଙ୍କ ମଧ୍ୟରେ ସିଓ ବିହ୍ଲୋର ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର  ଏଏସଓ ମହେଶ ଯାଦବ ଅଛନ୍ତି। ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି

ଏଡିଜି ଜୟ ନାରାୟଣ ସିଂହ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ଏଥିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୂଚନାରଯୋଗ୍ୟ ଯେ, ବିକାଶ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଯାଇଥିବା ପୁଲିସ ଦଳ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୨ଟା ବେଳେ ବିଠୁର ଏବଂ ଚୌବେପୁର ପୁଲିସ ମିଳିତ ଭାବେ ବିକାଶ ଦୁବେର ଗାଁ ବିକାରୁରେ ତାଙ୍କ ଘରେ ଚଢାଉ କରିଥିଲେ। ବିଠୁର ଏଏସଓ  କୌଶଲେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ବିକାଶ ଏବଂ ତାଙ୍କର ୮ରୁ ୧୦ ଜଣ ସାଥୀ ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘର ଭିତରେ ଏବଂ ଛାତରେ ଗୁଳି ଦାଗ ଦେଖିବାକୁ ମିଳିଛି।


Share It

Comments are closed.