ସରପଞ୍ଚ ହେଲେ ୨୪ ବର୍ଷୀୟ ଡାକ୍ତରୀ ଛାତ୍ର


ଯୁବ ସମୟ – ସେହନାଜ ଖାନ ନାମକ ଏହି ୨୪ ବର୍ଷୀୟ ମେଡିକାଲ ଛାତ୍ରୀ ଜଣକ ବର୍ତ୍ତମାନ ରାଜସ୍ଥାନର ଏକ ଗାଁର ସର୍ବକନିଷ୍ଟ ସରପଞ୍ଚ ରୂପେ ନିର୍ବାଚିତ ହୋଇଛନ୍ତି । ଭରତପୁର ଜିଲ୍ଲାର ଗରାଜନ ଗାଁରେ ହୋଇଥିବା ଉପ-ନିର୍ବାଚନରେ ସରପଞ୍ଚ ରୂପେ ସପଥ ନେବା ପରେ ସେ କହିଛନ୍ତି ଯେ ରାଜ୍ୟରେ ୬୬.୧% ସାକ୍ଷରତା ରହିଥିବା ବେଳେ ଭରତପୁର ଜିଲ୍ଲାରେ ସର୍ବାଧିକ ସାକ୍ଷରତା ସଂଖ୍ୟା ୭୦.୧% ରହିଛି । ଶିକ୍ଷା କ୍ଷେତ୍ରରେ ପୁଅ ଏବଂ ଝିଅଙ୍କ ଭିତରେ ଅନ୍ତର ପାଖାପାଖି ୩୦% ରହିଛି ।
ସରପଞ୍ଚ ରୂପେ ଶପଥ ନେବା ପରେ ହିନ୍ଦୁସ୍ଥାନ ଟାଇମ ପତ୍ରିକାକୁ କହିଛନ୍ତି ଯେ – ମେୱାଟରେ ରହୁଥିବା ଲୋକମାନେ ନିଜ ଝିଅପିଲାମାନଙ୍କୁ ପାଠପଢାଇବାକୁ ଛାଡନ୍ତି ନାହିଁ । “ଶିକ୍ଷା ଜଣେ ମହିଳା ପାଇଁ କେତେ ଜରୁରୀ, ମୁଁ ନିଜେ ଏହାର ଉଦାହାରଣ ଅଟେ” ।
ଗାଁର ମଖିଆ ରୂପେ ନିର୍ବାଚିତ ହୋଇ ଆସିବା ପରେ ସେହନାଜ ଶିକ୍ଷା କ୍ଷେତ୍ରରେ ଏକ ବୃହତ ପରିବର୍ତ୍ତନ କରିବା ଲାଗି କିଛି ରଣନୀତି ପ୍ରସ୍ତୁତି କରିଛନ୍ତି । ସମସ୍ତ ରାଜ୍ୟରେ ଝିଅ ପିଲାଙ୍କ ଶିକ୍ଷାରେ ରହିଥିବା ସ୍ଥିତି ସଂପର୍କରେ ଅବଗତ ଥିବା ସେହନାଜ କହିଛନ୍ତି ଯେ ମୋତେ ଲୋକମାନଙ୍କର ସେବା କରିବା ପାଇଁ ସୁଯୋଗ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଝିଅପିଲାଙ୍କ ଜୀବନରେ ଶିକ୍ଷା କିପରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ସେଥିପାଇଁ ସେ ଏକ ଉଦାହରଣ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି । “ ମୁଁ ବହୁତ ଖୁସି ଯେ ମୋତେ ଲୋକମାନଙ୍କର ସେବା କରିବା ପାଇଁ ସୁଯୋଗ ମିଳିଛି । ଝିଅ ପିଲାଙ୍କ ଲାଗି ଶିକ୍ଷା ଏବଂ ସ୍ୱଚ୍ଛତା ହେଉଛି ମୋର ପ୍ରାଥମିକତା । ଶିକ୍ଷା କିପରି ଝିଅପିଲାଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରେ ସେଥିପାଇଁ ଏକ ଉଦାହରଣ ପ୍ରସ୍ତୁତ କରିବାକୁ ଚାହୁଁଛି ”

ସେ ବର୍ତ୍ତମାନ ଉତ୍ତର ପ୍ରଦେଶର ମୋରିଦାବାଦ ସ୍ଥିତ ତୀର୍ଥଙ୍କେର ମହାବୀର ଭେଷକ ବିଶ୍ୱ ବିଦ୍ୟାଳୟ ଏବଂ ଗବେଷଣା କେନ୍ଦ୍ର ଠାରେ ଏମ.ବି.ବି.ଏସ ଛାତ୍ରୀ ରୂପେ ଅଧ୍ୟୟନରତ ଅଛନ୍ତି । ସବୁଠାରୁ ମୁଖ୍ୟ ବିଷୟ ହେଲା ସେ କୌଣସି ସାଧାରଣ ପରିବାରରୁ ଆସିନାହାନ୍ତି ବରଂ ଗୋଟେ ରାଜନୈ÷ତିକ ପରିବାରରୁ ହିଁ ତାଙ୍କର ଜନ୍ମ । ଜେଜେବାପା ଛାଡିଦେଲେ ତାଙ୍କ ମାଁ ଜେହିଦା ଖାନ ସେହି ଜିଲ୍ଲାର କମାନ ନିର୍ବାଚନ ମଣ୍ଡଳୀରେ ପୂର୍ବତ୍ତନ ବିଧାୟକ ଥିବାବେଳେ ବାପା ଜଲିସ ଖାନ ବ୍ଲକ ସ୍ତର ପଞ୍ଚାୟତ ସମିତିର ମୁଖ୍ୟ ଅଟନ୍ତି 
ଲୋକଙ୍କ ସେବା କରିବା ପାଇଁ ମୋ ପରିବାର ପ୍ରତିଶ୍ରତିବଦ୍ଧ । ମୁଁ ମୋ ଜେଜେବାପାଙ୍କ ସ୍ୱପ୍ନ ସାକାର କରିବା ପାଇଁ ରାଜନିତିରେ ପାଦ ଦେଇଛି


Share It

Comments are closed.