ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ ଆକ୍ରାନ୍ତ


ସୋମବାର ରାଜ୍ୟରେ ଆଉ ୧୫୦୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭୭୯ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୩୨ଜଣ ଥିବା ବେଳେ କଟକରୁ ୧୩୧, ରାୟଗଡାରୁ ୧୧୨, ସୁନ୍ଦରଗଡରୁ ୧୧୧, ବାଲେଶ୍ୱରରୁ ୧୦୧, ଖୋର୍ଧାରୁ ୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜରୁ ୫୧, ଗଜପତିରୁ୪୯ ଓ କୋରାପୁଟରୁ ୪୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂପୁରରୁ ୩୮, କନ୍ଧମାଳ ୩୭, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୬, ସମ୍ବଲପୁରରୁ ୩୫, ନୟାଗଡରୁ ୩୪, କଳାହାଣ୍ଡିରୁ ୩୧, ନବରଙ୍ଗପୁରରୁ ୩୧, ନୂଆପଡାରୁ ୩୧, ସୋନପୁରରୁ ୩୦, କେଉଁଝରରୁ ୨୦, ଅନୁଗୋଳରୁ ୧୮, ବରଗଡରୁ ୧୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏତତ୍ ବ୍ୟତୀତ ଝାରସୁଗୁଡାରୁ ୧୪, କେନ୍ଦ୍ରାପଡାରୁ ୧୪, ଦେବଗଡରୁ ୪ ଓ ପୁରୀରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।


Share It

Comments are closed.