ମୁଣ୍ଡଳିରେ ୧୧ ଲକ୍ଷ ଘନ ଫୁଟରୁ ଅଧିକ ଵନ୍ୟାଜଳ ପ୍ରଵାହିତ


କଟକ ନରାଜ ନିକଟରେ ସକାଳ ୬ ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର ୪୯୪ ଘନ ଫୁଟ ଜଳ ପ୍ରବାହିତ ହେଉଛି। ସେହିଭଳି ନରାଜର ଉପର ମୁଣ୍ଡରେ ଜଳସ୍ତର ୨୬. ୩୦ ମିଟର ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୨୪.୭୦୦ମିଟର ରହିଛି।

ସେପଟେ କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ସକାଳ ୬ଟା ସୁଦ୍ଧା ୧୧ ଲକ୍ଷ ୩୬ ହଜାର ୯୩୦ ଘନ ଫୁଟ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୭.୦୦ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳ ସ୍ତର ୯୪. ୬୦ ଫୁଟ ରହିଛି। ମୁଣ୍ଡଳୀଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦। ମୁଣ୍ଡଳୀ ନିକଟରେ ୧୧ଲକ୍ଷ ଘନ ଫୁଟରୁ ଅଧିକ ଵନ୍ୟାଜଳ ପ୍ରଵାହିତ ହେଵାରୁ କଟକ ଜିଲ୍ଲାରେ ଵ୍ୟାପକ ପ୍ରଭାବ ଦେଖିଵାକୁ ମିଳିଛି। ଏହା ଫଳରେ ଜିଲ୍ଲାର ୩୯ଟି ଗ୍ରାମପଞ୍ଚାୟତ ଓ ୧୬୭ଟି ଗାଁ ସମ୍ପୂର୍ଣ୍ଣ ଭାଵେ ପ୍ରଭାବିତ ହୋଇଛି।

ତେବେ ଚଳିତ ଵନ୍ୟାରେ ଜିଲ୍ଲାରେ ମୋଟ ୪୭ହଜାର ୫ଶହ ୫୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାର ୩୮ଟି ଗାଁ ଜଳଵନ୍ଦୀ ଅଵସ୍ଥାରେ ରହିଛି। ମୋଟ ୧୦ ହଜାର ୨ଶହ ୯୬ ଜଣ ଲୋକ ଜଳଵନ୍ଦୀ ଅଵସ୍ଥାରେ ଅଛନ୍ତି। ଵନ୍ୟା ଫଳରେ ଜିଲ୍ଲାରେ ୧୭୧ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।


Share It

Comments are closed.