ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ବାଲେଶ୍ୱର: ରକ୍ତହୀନତାରେ ପୀଡ଼ିତ ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ଏକ
ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ କାଳୀଚରଣ
ମୁଖୀ (୨୦ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଅହଲ୍ୟା ମୁଖୀ ଗୁରୁତର
ରକ୍ତହୀନତାରେ ପୀଡ଼ିତ ହୋଇ ଭଦ୍ରକ ଡାକ୍ତରଖ।।ନରେ ଚିକିତ୍ସତ ହେଉଥିଲେ । ମାତ୍ର
ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କ ସ୍ୱାମୀଙ୍କୁ ବି’ପଜିଟିଭ
ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ମାତ୍ର ଡାକ୍ତରଖାନା ବ୍ଲଡବ୍ୟାଙ୍କରେ
ସେହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଏହି ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ପ୍ରଶାନ୍ତ କୁମାର ବାରିକ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଭଦ୍ରକ ଡାକ୍ତରଖାନାକୁ ଆସିଥିଲେ
। ଏତିକିବେଳେ ରକ୍ତ ଯୋଗାଡ଼ ନକରିପାରି ବ୍ୟତିବ୍ରସ୍ତ ଥିବା ପୀଡ଼ିତାଙ୍କ ସ୍ୱାମୀ
କାଳୀଚରଣ ମୁଖୀ ତାଙ୍କୁ ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ । ସୌଭାଗ୍ୟବସତଃ
ପ୍ରଶାନ୍ତଙ୍କ ବ୍ଲଡଗ୍ରୁପ ମଧ୍ୟ ବି’ ପଜିଟିଭ ଥିଲା । ତେଣୁ ସେ ଆଉ ବିଳମ୍ବ ନ କରି
ତୁରନ୍ତ ରକ୍ତଦେବା ପାଇଁ ରାଜି ହୋଇଯାଇଥିଲେ ଏବଂ ଯାଇ ରକ୍ତହୀନତାରେ ପୀଡ଼ିତ ଉକ୍ତ
ମହିଳାଜଣଙ୍କୁ ରକ୍ତଦାନ କରିଥିଲେ । ତାଙ୍କର ଏଭଳି ମାନବିକତା ପାଇଁ ରୋଗୀଜଣଙ୍କ ଆଜି
ଏକ ନୂଆ ଜୀବନ ପାଇଛନ୍ତି ।


Share It

Comments are closed.