କର୍କଟ ପୀଡ଼ିତାଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭୁବନେଶ୍ୱର: କର୍କଟ ପୀଡ଼ିତାଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୀତା ମଲ୍ଲିକ(୪୭) ନାମକ ଜଣେ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇ ଖୋର୍ଦ୍ଧା ଜିଲ୍ଲା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କର ସ୍ଥିତି ଗୁରୁତର ହେବାରୁ ଡାକ୍ତର ତୁରନ୍ତ ତାଙ୍କ ପାଇଁ ଏ’ ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଉକ୍ତ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିବା ହେତୁ ରୋଗୀଙ୍କ ସମ୍ପର୍କୀୟ ବ୍ୟଥିତ ହୋଇପଡ଼ିଥିଲେ । ସଠିକ ସମୟରେ ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର କାହ୍ନୁଚରଣ ନାୟକ ଉକ୍ତ ରୋଗୀଙ୍କ ସଂକ୍ରାନ୍ତରେ ଖବର ପାଇଥିଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ସମାନ ଥିଲା । ତେଣୁ ଆଉ ବିଳମ୍ବ ନକରି ସେ ତୁରନ୍ତ ଯାଇ ଉକ୍ତ ରୋଗୀ ଜଣଙ୍କୁ ଗୋଟିଏ ୟୁନିଟ ଏ’ ପଜିଟିଭ ରକ୍ତଦାନ କରିଥିଲେ ।  ତାଙ୍କର ଏହି ମାନବିକତା ଆଜି ସେହି କର୍କଟ ରୋଗୀଙ୍କୁ ଏକ ନୂଆ ଜୀବନ ଦେଇଛି । ଏଥିପାଇଁ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଖୁବ ପ୍ରଶଂସା କରାଯାଇଛି ।


Share It

Comments are closed.