ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ରିସ୍ତା ପ୍ରକଳ୍ପ ପକ୍ଷରୁ ‘ମନ୍ଥନ ଯାତ୍ରା’ କାର୍ଯ୍ୟକ୍ରମ ଅନୁଷ୍ଠିତ


କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ରିସ୍ତା ପ୍ରକଳ୍ପ ପକ୍ଷରୁ ‘ମନ୍ଥନ ଯାତ୍ରା’ କାର୍ଯ୍ୟକ୍ରମ କଳିଙ୍ଗନଗରରେ ବୁଧବାର ଦିନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦାନଗଦୀ ଓ ସୁକିନ୍ଦା ବ୍ଲକର ୬୦ ଜଣ କିଶୋର ଓ କିଶୋରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏବଂ ମହିଳା ଓ ଶିଶୁ ବିଭାଗର ପ୍ରୋଗ୍ରାମ୍ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ଓ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମିଳିତ ଭାବେ ଉଦ୍‌ଘାଟନ କରିଥିବାବେଳେ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, ଦାନଗଦୀ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶୁଭ୍ରାଂଶୁ ପୁହାଣ, ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାରାୟଣ ଦାସ, ଦାନଗଦୀର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନନ୍ଦିନୀ ପ୍ରଭା ଲେଙ୍କା ଓ ସୁକିନ୍ଦାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ବିଜୟଲକ୍ଷ୍ମୀ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ବିକାଶ ଏବଂ କିଶୋର ଓ କିଶୋରୀମାନଙ୍କ ସମସ୍ୟାର ସମାଧାନରେ ଯୋଗଦାନ କରିବାରେ ଏହି ପରିବର୍ତନକାରୀଙ୍କ ସମର୍ପଣ ଏବଂ ପ୍ରୟାସକୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ପ୍ରତିଯୋଗୀମାନେ ଏକ ପଥ ପ୍ରନ୍ତିକ ନାଟକ ପରିବେଷଣ କରି ନିଜର ଜ୍ଞାନ ଏବଂ ଅନୁଭୂତି ବାଂଟିଥିଲେ । ସକାରାତ୍ମକ ପରିବର୍ତନ ଏବଂ ଗୋଷ୍ଠୀ ସଶକ୍ତୀକରଣ ଦିଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି ।


Share It

Comments are closed.