ରକ୍ତହୀନତା ରୋଗୀଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ପୁରୀ: ଗୁରୁତର ରକ୍ତହୀନତାରେ ପୀଡ଼ିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ପ୍ରକାଶ ସାହୁ(୪୯) ନାମକ ଜଣେ ବ୍ୟକ୍ତି ରକ୍ତହୀନତାରେ ପୀଡ଼ିତ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା କାରଣରୁ ଡାକ୍ତର ତୁରନ୍ତ ତାଙ୍କ ପାଇଁ ଏବି ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଏହି ସମୟରେ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ତେଣୁ ରୋଗୀଙ୍କ ସମ୍ପର୍କୀୟ ବ୍ୟଥିତ ହୋଇପଡ଼ିଥିଲେ । ସଠିକ ସମୟରେ ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ହେଲ୍ପର ପରୀକ୍ଷିତ ବାରିକ ଉକ୍ତ ରୋଗୀଙ୍କ ସଂକ୍ରାନ୍ତରେ ଖବର ପାଇଥିଲେ । ସୌଭାଗ୍ୟବସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଏବି ପଜିଟିଭ ଥିଲା । ତେଣୁ ଆଉ ବିଳମ୍ବ ନକରି ତୁରନ୍ତ ଯାଇ ପରୀକ୍ଷିତ ସେହି ରୋଗୀ ଜଣଙ୍କୁ ଗୋଟିଏ ୟୁନିଟ ଏବି ପଜିଟିଭ ରକ୍ତଦାନ କରିଥିଲେ ।  ତାଙ୍କର ମାନବିକତା ଆଜି ସେହି ଗୁରୁତର ରୋଗୀଙ୍କୁ ଏକ ନୂଆ ଜୀବନ ଦେଇଛି । ଏଥିପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଇଛି ।


Share It

Comments are closed.