ଗରିବ ମେଧାବୀ ଛାତ୍ରଙ୍କୁ କର୍ମନିଯୁକ୍ତି ଦେଲେ ୧୦୮ ଆମ୍ବୁଲାନ୍ସ କର୍ତୁପକ୍ଷ


ଭୁୁବନେଶ୍ୱର- ଗରିବ ମେଧାବୀ ଛାତ୍ରକୁ କର୍ମନିଯୁକ୍ତି ଦେଇ ନିଜର ମହାନତାର ପରିଚୟ ଦେଇଛି ରାଜ୍ୟରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ପରିଚାଳନା କରୁଥିବା ସଂସ୍ଥା ଚିକିତ୍ସା ହେଲଥ କେୟାର ଲିମିଟେଡ଼୍ । ଅର୍ଥାଭାବ ହେତୁ କୋରାପୁଟର ମସ୍ତିପୁଟ ଅଂଚଳର ପୂର୍ଣ୍ଣଚନ୍ଦ୍ର ନାୟକ ଘରେ ଘରେ ପେପର ବାଂଟି ନିଜ ପାଠପଢା ଖର୍ଚ ମଧ୍ୟ ତୁଲାଉଥିଲେ । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରୁ ଖବର ଦେଖିବା ପରେ ୧୦୮ କର୍ତୁପକ୍ଷ ପୂର୍ଣ୍ଣ ସହ ଯୋଗାଯୋଗ କରିଥିଲେ ଏବଂ ତାକୁ ୧୦୮ରେ ଚାକିରୀ ଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପୁର୍ଣ୍ଣ ଯୁକ୍ତ ଦୁଇ ବିଜ୍ଞାନ ଉତିର୍ଣ୍ଣ ହୋଇଥିବାବେଳେ ୧୦୮ ଆମ୍ବୁଲାନ୍ସ କର୍ତୁପକ୍ଷ ତାଙ୍କୁ ଭୁବନେଶ୍ୱର ଡ଼କାଇ ଦେଢ ମାସ ତାଲିମ ଦେଇଥିଲେ । ତାଲିମ ସରିବା ପରେ ସେ ଏବେ କୋରାପୁଟ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସରେ ଇଏମଟି ରୁପେ କାର୍ଯ୍ୟରତ । ପୂର୍ଣ୍ଣର ଏଭଳି କର୍ମନିଯୁକ୍ତିରେ ତାର ପିତା ମାତା ଖୁସି ବ୍ୟକ୍ତ କରିବା ସହ ୧୦୮ କର୍ତୁପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ସେମାନେ କହିଛନ୍ତିଯେ, ଏବେ ଆମେ ଯେତେବେଳେ ଶୁଣୁଛୁ ଆମ ପୁଅ ୧୦୮ ଆମ୍ବୁଲାନ୍ସରେ ରୋଗୀକୁ ନେଇ ହସ୍ପିିଟାଲ ଯାଉଛି, ଏହି ସେବା କାର୍ଯ୍ୟକୁ ନେଇ ଆମ୍ଭେମାନେ ବହୁତ ଖୁସି ।
ପୂର୍ଣ୍ଣଙ୍କ ଏହି ନିଯୁକ୍ତି ସମ୍ପର୍କରେ ଜିକିତ୍ସା ହେଲଥ କେୟାର ପ୍ରାଇଭେଟ ଲିମିଟେଡ଼ର ଓଡ଼ିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟଶାଚୀ ବିଶ୍ୱାଳ କହିଛନ୍ତିଯେ, “ପ୍ରଥମ ଥର ପାଇଁ କୋରାପୁଟ ଜିଲ୍ଲାର ଏଭଳି ଜଣେ ମେଧାବୀ ବିଦ୍ୟାର୍ଥୀଙ୍କୁ ସଂସ୍ଥା ପକ୍ଷରୁ ନିଯୁକ୍ତି ସୂଯୋଗ ଦିଆଯାଇଛି । ପୂର୍ଣ୍ଣ ଭଳି ଅର୍ଥଭାବର ଶିକାର ଛାତ୍ରଛାତ୍ରୀ ପାଠପଢାରୁ ଦୁରେଇ ନଯାଇ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଦୃଢ ଇଛା ଶକ୍ତି ଯୋଗୁଁ ଯେକୌଣସି କାର୍ଯ୍ୟ ସମ୍ଭବପର ହୋଇପାରିବବୋଲି ପୁର୍ଣ୍ଣ ପ୍ରମାଣ କରି ଦେଖାଇଛନ୍ତି ।” ଅନ୍ୟପକ୍ଷରେ ପୂର୍ଣ୍ଣକୁ ରୋଜଗାରକ୍ଷମ କରାଇଥିବା ୧୦୮ ଆମ୍ବୁଲାନ୍ସ କର୍ତୁପକ୍ଷଙ୍କୁ ପରିବାର ସହିତ ଅନେକ ଅନୁଷ୍ଠାନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି ।


Share It

Comments are closed.